Categories: ଗଞ୍ଜାମ

ସାଇକେଲରେ ଚେନ୍ନାଇରୁ ବୁଗୁଡ଼ା ଫେରିଲେ ୫ ଯୁବକ

ବୁଗୁଡ଼ା,୧୬ା୫(ଡି.ଏନ.ଏ.)- ବୁଗୁଡା ଅଞ୍ଚଳର ୫ଜଣ ଯୁବକ ଚେନ୍ନାଇରୁ ପ୍ରାୟ ୧୨ଶହ କିମି ସାଇକେଲିଂ କରି ଆସି ଶୁକ୍ରବାର ସନ୍ଧ୍ୟାରେ ବୁଗୁଡ଼ାରେ ପହଞ୍ଚତ୍ଛନ୍ତି। ଉକ୍ତ ୫ ଜଣ ଚେନ୍ନାଇର ଏକ କମ୍ପାନୀରେ କାମ କରୁଥିଲେ। ଲକ୍‌ଡାଉନ ଯୋଗୁ କମ୍ପାନୀ ବନ୍ଦ ହେବାରୁ ମାଲିକ କୌଣସି ପ୍ରକାର ସହଯୋଗ କରି ନ ଥିଲେ। ରବିବାର ଭୋର ୫ଟାରୁ ସାଇକେଲ ଯୋଗେ ବାହାରି ଦୀର୍ଘ ୧୨୦୦ କିମି ରାସ୍ତା ୫ ଦିନରେ ଅତିକ୍ରମ କରି ବୁଗୁଡ଼ାରେ ପହଞ୍ଚତ୍ଥିଲେ। ଏଠାରେ ପହଞ୍ଚତ୍ବା ପରେ କେତେକ ଯୁବକ ସେମାନଙ୍କୁ ଶୁଖିଲା ଖାଦ୍ୟ ଦେଇଥିଲେ। ସେମାନେ ସମସ୍ତେ ଜଗନ୍ନାଥପ୍ରସଦା ବ୍ଲକ ଅନ୍ତର୍ଗତ ପଙ୍କଳସାହି ବାସିନ୍ଦା।