ସାଂଘାତିକ ଝଟକା

ଆକାର ପଟେଲ

ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ଅବନ୍ନତି ଘଟୁଛି। ପୂର୍ବରୁ ଦେଶକୁ ମଧ୍ୟ ଏଭଳି ଝଟକା ଲାଗିଥିଲା। ସେତେବେଳେ ଆମେ ସେଥିରୁ ଯେମିତି ମୁକୁଳିଥିଲୁ ତା’ ଅପେକ୍ଷା ସହଜରେ ଆମେ ଏଥିରୁ ବାହାରି ଆସିବୁ ବୋଲି କାହିଁକି ଭାବୁଛୁ? ଭାରତର ଏବକାର ଅର୍ଥ ବ୍ୟବସ୍ଥାର ମୁଖ୍ୟ ସମସ୍ୟା ହେଉଛି ଡେଟା ବା ତଥ୍ୟ। ଅର୍ଥ ବ୍ୟବସ୍ଥାରେ ଡେଟା ଅଭାବ ବିଷୟରେ ସରକାର ଓ ପ୍ରଧାନମନ୍ତ୍ରୀ ଭଲ ଭାବେ ଜାଣିଛନ୍ତି ଏବଂ ସେମାନେ ଏହି ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି, ଯଦିଓ ସେମାନେ ସେତେଟା ସଫଳ ହୋଇପାରିନାହାନ୍ତି। ସମସ୍ୟା ସମ୍ବନ୍ଧରେ ଏବେ ଆଲୋଚନା କରିବା। ଅଣସଂଗଠିିତ କ୍ଷେତ୍ର ଉପରେ ଭାରତର ଅର୍ଥନୀତି ଅଧିକ ନିର୍ଭରଶୀଳ। ଏହି କ୍ଷେତ୍ରରେ ଅର୍ଥନୈତିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥା ନାହିଁ କି ଏଗୁଡିକ ପଞ୍ଜୀକୃତ ମଧ୍ୟ ହୋଇପାରିନାହାନ୍ତି। ଏ କ୍ଷେତ୍ରରେ କେବଳ ପରିବାର ଲୋକଙ୍କୁ ଶ୍ରମିକ ଭାବେ ବ୍ୟବହାର କରୁଥିବା ପ୍ରାୟ ସବୁ ବିଜନେସ ,ପାନବାଲା, ସବ୍‌ଜିବାଲା, ଦୋକାନୀ, ଶ୍ରମିକ ଏବଂ ଶ୍ରମିକ ଠିକାଦାର, ଅଧିକାଂଶ କୃଷକ, ଘରୋଇ ଶ୍ରମିକ, ବ୍ୟବସାୟୀ ଏବଂ କେତେକ ପ୍ରଫେଶନାଲ ଆଦି ରହିଛନ୍ତି। ସରକାରଙ୍କ ୨୦୧୮-୨୦୧୯ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ, ୧୦ ଜଣ ଭାରତୀୟ ଶ୍ରମିକଙ୍କ ମଧ୍ୟରୁ ୯ ଜଣ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏଣୁ ଏଥିରୁ ବୁଝା ପଡୁଛି, ସଂଗଠିତ କ୍ଷେତ୍ର ଅପେକ୍ଷା ଏହାର ଗୁରୁତ୍ୱ ତଥା ଆବଶ୍ୟକତା ଢେର ବେଶୀ।
ତେବେ ଭାରତରେ ଅଣସଂଗଠିତ କ୍ଷେତ୍ରର ଆକାର ବିଷୟରେ ଆମେ ଜାଣିନାହୁଁ। ଯଦିଓ ଏହା ରାଜ୍ୟ ସହିତ ଟିକସ କାରବାରରେ ଅଧିକ ଜଡିତ ନ ଥିବାରୁ ସରକାର ଏହାର ସ୍ଥିତି ବିଷୟରେ କିଛି ଜାଣିପାରନ୍ତି ନାହିଁ। ଦ୍ୱିତୀୟ ସମସ୍ୟା ହେଉଛି, ଅଣସଂଗଠିିତ ଅର୍ଥ ବ୍ୟବସ୍ଥା ମଧ୍ୟରୁ କତେକ ମଧ୍ୟ ସଂଗଠିିତ ଭାବେ କାର୍ଯ୍ୟ କରନ୍ତି। କେତେକ କ୍ଷୁଦ୍ର ବାଣିଜ୍ୟ ସପ୍ଲାୟର ଭାବେ କାର୍ଯ୍ୟକରନ୍ତି ଓ ଏଗୁଡ଼ିକ ସଂଗଠିତ କ୍ଷେତ୍ର ଭାବେ ଗଣାଯାଇଥାନ୍ତି। ଅର୍ଥାତ ଏହା ସରକାରଙ୍କ ଅନୁପାଳନ ବ୍ୟବସ୍ଥା ମଧ୍ୟରେ ନଥାନ୍ତି ।
ଆମେ ଯେଉଁ ତଥ୍ୟ କଥା କହୁଛେ ତାହା ଏହି ସମସ୍ୟା ଉପରେ ଆଧାରିତ ଏବଂ ଏଥିପାଇଁ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ଠିକ ଭାବେ ଆକଳନ କରିବା କଷ୍ଟକର।
ଆମ ଦେଶରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ମୁଖ୍ୟତଃ ସଂଗଠିତ କ୍ଷେତ୍ରରୁ ମିଳିଥାଏ। ଜିଡିପି ଆକଳନ କରିବାରେ ବି ଯେଉଁ ତଥ୍ୟ ଉପଯୋଗ କରାଯାଏ ,ତା’ର ମଧ୍ୟ ଅଣସଂଗଠିତ କ୍ଷେତ୍ର ସହ ସମ୍ପର୍କ ରହିଛି। ସଂଗଠିତ କ୍ଷେତ୍ରର ଆକାର ବଡ଼ ନ ହେଲେ ମଧ୍ୟ ଏହା ଅଧିକ ଉପାଦେୟ ତଥ୍ୟ ପ୍ରଦାନ କରେ। ଉଦାହରଣ, ଅଟୋମୋବାଇଲ ବିକ୍ରି ସମ୍ବନ୍ଧୀୟ ତଥ୍ୟ। ମାରୁତି ଏବଂ ବଜାଜ ଭଳି କମ୍ପାନୀ ପ୍ରତି ମାସର ପାଖାପାଖିତ୍ ପ୍ରଥମ ସପ୍ତାହରେ ପୂର୍ବ ମାସରେ ଡିଲର୍‌ମାନଙ୍କୁ କେତେ ଗାଡି ବିକ୍ରି କରିଥାଆନ୍ତି ତା’ର ତଥ୍ୟ ପ୍ରଦାନ କରନ୍ତିି। ମେ’ ପ୍ରଥମ ସପ୍ତାହରେ ମାରୁତି କମ୍ପାନୀ ଲକ୍‌ଡାଉନ ଯୋଗୁ ଗୋଟିଏ ହେଲେ ବି ଗାଡି ବିକ୍ରି କରି ନ ଥିବା ଦର୍ଶାଇଛି। ସମ୍ଭବତଃ ଉତ୍ପାଦନ ମଧ୍ୟ ପୂରା ଶୂନ ପାଖାପାଖି ରହିଥିବା ସ୍ପଷ୍ଟ ହେଉଛି। କିନ୍ତୁ ଏଭଳି ସୂଚନା ଅଧିକାଂଶ କ୍ଷେତ୍ରରୁ ମିଳିବା ସମ୍ଭବ ହୋଇପାରେନାହିଁ। ଏହା ହିଁ ସମସ୍ୟା ।
ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନେ ଏଥିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଯଦିଓ ସେତେଟା ସଫଳ ହୋଇପାରିନାହାନ୍ତି। ଏଣୁ କାହିଁକି ଏହି ସମୟରେ ପ୍ରସଙ୍ଗ ଉଠିଲା ଓ ଏହାର ଆବଶ୍ୟକତା କ’ଣ ରହିଛି? ଆସନ୍ତୁ ଏବକାର ସ୍ଥିତିକୁ ୮ ନଭେମ୍ବର,୨୦୧୬ରେ ଘୋଷଣା କରାଯାଇଥିବା ବିମୁଦ୍ରୀକରଣ ସହ ତୁଳନା କରିବା। ପରେ ଡିସେମ୍ବର ମଧ୍ୟ ସୁଦ୍ଧା ଅର୍ଥ ବ୍ୟବସ୍ଥାରେ ସମସ୍ୟା ଦେଖାଦେବା ସହ ବହୁ କ୍ଷୁଦ୍ର ବ୍ୟବସାୟ ବନ୍ଦ ହୋଇଯିବା ସ୍ପଷ୍ଟ ଜଣାପଡିଥିଲା। ଏହା ଘଟିବ ନାହିଁ ବୋଲି ସରକାର ପ୍ରକାଶ କରିଥିଲେ ଏବଂ ବିମୁଦ୍ରୀକରଣ ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ ବୋଲି ଯେଉଁମାନେ କହୁଥିଲେ, ସେମାନଙ୍କୁ ତଥ୍ୟ ଉପସ୍ଥାପନ କରିବା ପାଇଁ ସରକାର ଆହ୍ବାନ ଦେଇଥିଲେ। ହେଲେ ଏହି ତଥ୍ୟ କାହା ପାଖରେ ନ ଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଅର୍ଥ ବ୍ୟବସ୍ଥାରେ ଥିବା ସଂଗଠିତ କ୍ଷେତ୍ରର କୌଣସି କ୍ଷତି ହୋଇ ନ ଥିଲା ଏବଂ ଜିଡିପି ଆକଳନ ବିମୁଦ୍ରୀକରଣ ବିନା ସେମାନଙ୍କ ନିକଟରେ ଥିବା ତଥ୍ୟରୁ କମ୍‌ କିମ୍ବା ବେଶୀ ବାଦ ଦେଇ କରିଥିଲେ। ପ୍ରଥମେ ଆମଦାନୀ ତଥ୍ୟରେ ଭୁଲ୍‌ ରହିଥିବା ସୂଚନା ମିଳିଥିଲା। ଭାରତ ଯେଉଁ ଜିନିଷ ଅନ୍ୟ ଦେଶରୁ ଆମଦାନୀ କରୁଥିଲା, ତାହା ବନ୍ଦ ହୋଇଯାଇଥିଲା ଓ ଏହି ଜିନିଷଗୁଡିକୁ ଯେଉଁ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ଯୋଗାଉଥିତ୍ଲା ତାହା ମଧ୍ୟ ବନ୍ଦ ହୋଇଯାଇଥିଲା। କମ୍ପାନୀଗୁଡିକ ବନ୍ଦ ହେବା ଦ୍ୱାରା ନିଯୁକ୍ତି ହ୍ରାସ ପାଇବା ସହ ଦେଶରେ ଚାହିଦା ପ୍ରଭାବିତ ହୋଇଥିଲା। ଏଠି ଆମ ସରକାରଙ୍କ ପାଖରେ ଉପାଦେୟ ତଥ୍ୟ ନ ଥାଏ ଓ ଏହା ଲାଗି ସର୍ଭେ କରାଯାଏ। କିନ୍ତୁ ଜାତୀୟ ନାଗରିକତ୍ୱ ଆଇନ ଯୋଗୁ ଏହା ସଂକଟରେ। ଅନ୍ୟପକ୍ଷରେ ନିକଟ ଭବିଷ୍ୟତରେ ସରକାରଙ୍କଠାରୁ ବେରୋଜଗାରୀ ଉପରେ ତଥ୍ୟ ମିଳିବା ଆଶା ନାହିଁ। ପୂର୍ବରୁ ଭାରତରେ ବେରୋଜଗାରୀ ସଂଖ୍ୟା ଉପରେ ବିଶ୍ୱାସଯୋଗ୍ୟ ତଥ୍ୟ ପ୍ରଦାନ କରୁଥିବା ଘରୋଇ ସଂସ୍ଥା ସେଣ୍ଟର୍‌ ଫର୍‌ ଦି ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ( ସିଏମ୍‌ଆଇଇ) ଭାରତରେ ବେରୋଜଗାରୀ ବୃଦ୍ଧି ପାଉଥିବା ସୂଚାଇ ଦେଇଥିଲା ଓ ଏହା ୨୦୧୯ ସାଧାରଣ ନିର୍ବାଚନ ସୁଦ୍ଧା ଏ୍ୟତିହାସିକ ସ୍ତରରେ ପହଞ୍ଚିଥିଲା। ତୃତୀୟରେ ଫର୍ମାଲ ଜିଡିପିରେ ମଧ୍ୟ କ୍ଷତି ହୋଇଥିବା ସଂକେତ ମିଳିଥିଲା। ବିଜ୍‌ନେସ ପୂରା ଭୁଶୁଡି ପଡିଥିଲା ଏବଂ ଲୋକମାନେ ନିଯୁକ୍ତି ହରାଇଥିଲେ, ଚାହିଦା କମିଯାଇଥିଲା। ବହୁ ପୂର୍ବରୁ ଏହା ସବୁ କ୍ଷେତ୍ରକୁ ପ୍ରଭାବିତ କରିବା ଦ୍ୱାରା ତଥ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା। ଏହାଦ୍ୱାରା ଭାରତର ଆକଳନ କରାଯାଇଥିବା ଜିଡିପି ଅଭିବୃଦ୍ଧି ୨୦୧୮ରୁ ୨୦୨୦ ମଧ୍ୟରେ ପ୍ରତ୍ୟେକ ତ୍ରୈମାସିକରେ କମିବାରେ ଲାଗିଲା । କାରଣ ଯେଉଁ ଉପାୟରେ ଏହାକୁ ପ୍ରସ୍ତୁତ କରାଯାଇଥିଲା ତାହାକୁ ତା’ ଭିତରେ ବିମୁଦ୍ରୀକରଣର ପ୍ରଭାବ ନିହିତ ଥିଲା।
କିନ୍ତୁ ବର୍ତ୍ତମାନ ତିନୋଟି ଜିନିଷ ପୂରା ଭିନ୍ନ ରହିଛି। ପ୍ରଥମତଃ ବିମୁଦ୍ରୀକରଣ ତୁଳନାରେ ଏବେ ଅର୍ଥ ବ୍ୟବସ୍ଥାକୁ ସାଂଘାତିକ ଝଟକା ଲାଗିଛି। ଦ୍ୱିତୀୟରେ ଦେଶ ତଥା ବିଶ୍ୱ ସ୍ତରରେ ବିପୁଳ କ୍ଷତି ହୋଇଛି ଓ ଏହା ବହୁ ଦିନଧରି ଲାଗି ରହିବ ଏବଂ ପରିସ୍ଥିତି ସୁଧୁରିବାକୁ ବିଳମ୍ବ ହେବ। ତୃତୀୟରେ ସବୁ ତଥ୍ୟ ପ୍ରଥମରୁ ସ୍ପଷ୍ଟ ହେବା ଆବଶ୍ୟକ। ଏପ୍ରିଲ୍‌ରେ ପୂରା ବନ୍ଦଥିବା ସଂଗଠିତ କ୍ଷେତ୍ର ମେ’ରୁ ଧୀରେ ଧୀରେ ଚାଲିବ ଓ ସେମାନେ ରିପୋର୍ଟ ପ୍ରଦାନ କରିବେ। ଜଣାପଡୁଛି,ଏହାଦ୍ୱାରା ଅର୍ଥ ବ୍ୟବସ୍ଥା ହ୍ରାସ ପାଇବ। ତେବେ ଦୁଇ ତ୍ରୈମାସିକରେ ଲାଗାତର ନକାରାମତ୍କ ଅଭିବୃଦ୍ଧି ଅର୍ଥନୈତିକ ମାନ୍ଦାବସ୍ଥାର ସୂଚନା ଦେଇଛି। ଦେଶର ଅଭିବୃଦ୍ଧି ୧ ପ୍ରତିଶତରୁ ଆରମ୍ଭ ହେବ ବୋଲି ଏଜେନ୍ସିମାନେ ଆକଳନ କରିଛନ୍ତି। ଆମେ ପୁଣି ଥରେ ନୂଆରୁ ଆରମ୍ଭ କରିବାକୁ ଯାଉଛୁ ଯାହା ଏବକାରଣ ପିଢ଼ି ମନେ ରଖିବେ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri