ସାଂଘାତିକ ଝଟକା

ଆକାର ପଟେଲ

ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ଅବନ୍ନତି ଘଟୁଛି। ପୂର୍ବରୁ ଦେଶକୁ ମଧ୍ୟ ଏଭଳି ଝଟକା ଲାଗିଥିଲା। ସେତେବେଳେ ଆମେ ସେଥିରୁ ଯେମିତି ମୁକୁଳିଥିଲୁ ତା’ ଅପେକ୍ଷା ସହଜରେ ଆମେ ଏଥିରୁ ବାହାରି ଆସିବୁ ବୋଲି କାହିଁକି ଭାବୁଛୁ? ଭାରତର ଏବକାର ଅର୍ଥ ବ୍ୟବସ୍ଥାର ମୁଖ୍ୟ ସମସ୍ୟା ହେଉଛି ଡେଟା ବା ତଥ୍ୟ। ଅର୍ଥ ବ୍ୟବସ୍ଥାରେ ଡେଟା ଅଭାବ ବିଷୟରେ ସରକାର ଓ ପ୍ରଧାନମନ୍ତ୍ରୀ ଭଲ ଭାବେ ଜାଣିଛନ୍ତି ଏବଂ ସେମାନେ ଏହି ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି, ଯଦିଓ ସେମାନେ ସେତେଟା ସଫଳ ହୋଇପାରିନାହାନ୍ତି। ସମସ୍ୟା ସମ୍ବନ୍ଧରେ ଏବେ ଆଲୋଚନା କରିବା। ଅଣସଂଗଠିିତ କ୍ଷେତ୍ର ଉପରେ ଭାରତର ଅର୍ଥନୀତି ଅଧିକ ନିର୍ଭରଶୀଳ। ଏହି କ୍ଷେତ୍ରରେ ଅର୍ଥନୈତିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥା ନାହିଁ କି ଏଗୁଡିକ ପଞ୍ଜୀକୃତ ମଧ୍ୟ ହୋଇପାରିନାହାନ୍ତି। ଏ କ୍ଷେତ୍ରରେ କେବଳ ପରିବାର ଲୋକଙ୍କୁ ଶ୍ରମିକ ଭାବେ ବ୍ୟବହାର କରୁଥିବା ପ୍ରାୟ ସବୁ ବିଜନେସ ,ପାନବାଲା, ସବ୍‌ଜିବାଲା, ଦୋକାନୀ, ଶ୍ରମିକ ଏବଂ ଶ୍ରମିକ ଠିକାଦାର, ଅଧିକାଂଶ କୃଷକ, ଘରୋଇ ଶ୍ରମିକ, ବ୍ୟବସାୟୀ ଏବଂ କେତେକ ପ୍ରଫେଶନାଲ ଆଦି ରହିଛନ୍ତି। ସରକାରଙ୍କ ୨୦୧୮-୨୦୧୯ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ, ୧୦ ଜଣ ଭାରତୀୟ ଶ୍ରମିକଙ୍କ ମଧ୍ୟରୁ ୯ ଜଣ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏଣୁ ଏଥିରୁ ବୁଝା ପଡୁଛି, ସଂଗଠିତ କ୍ଷେତ୍ର ଅପେକ୍ଷା ଏହାର ଗୁରୁତ୍ୱ ତଥା ଆବଶ୍ୟକତା ଢେର ବେଶୀ।
ତେବେ ଭାରତରେ ଅଣସଂଗଠିତ କ୍ଷେତ୍ରର ଆକାର ବିଷୟରେ ଆମେ ଜାଣିନାହୁଁ। ଯଦିଓ ଏହା ରାଜ୍ୟ ସହିତ ଟିକସ କାରବାରରେ ଅଧିକ ଜଡିତ ନ ଥିବାରୁ ସରକାର ଏହାର ସ୍ଥିତି ବିଷୟରେ କିଛି ଜାଣିପାରନ୍ତି ନାହିଁ। ଦ୍ୱିତୀୟ ସମସ୍ୟା ହେଉଛି, ଅଣସଂଗଠିିତ ଅର୍ଥ ବ୍ୟବସ୍ଥା ମଧ୍ୟରୁ କତେକ ମଧ୍ୟ ସଂଗଠିିତ ଭାବେ କାର୍ଯ୍ୟ କରନ୍ତି। କେତେକ କ୍ଷୁଦ୍ର ବାଣିଜ୍ୟ ସପ୍ଲାୟର ଭାବେ କାର୍ଯ୍ୟକରନ୍ତି ଓ ଏଗୁଡ଼ିକ ସଂଗଠିତ କ୍ଷେତ୍ର ଭାବେ ଗଣାଯାଇଥାନ୍ତି। ଅର୍ଥାତ ଏହା ସରକାରଙ୍କ ଅନୁପାଳନ ବ୍ୟବସ୍ଥା ମଧ୍ୟରେ ନଥାନ୍ତି ।
ଆମେ ଯେଉଁ ତଥ୍ୟ କଥା କହୁଛେ ତାହା ଏହି ସମସ୍ୟା ଉପରେ ଆଧାରିତ ଏବଂ ଏଥିପାଇଁ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ଠିକ ଭାବେ ଆକଳନ କରିବା କଷ୍ଟକର।
ଆମ ଦେଶରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ମୁଖ୍ୟତଃ ସଂଗଠିତ କ୍ଷେତ୍ରରୁ ମିଳିଥାଏ। ଜିଡିପି ଆକଳନ କରିବାରେ ବି ଯେଉଁ ତଥ୍ୟ ଉପଯୋଗ କରାଯାଏ ,ତା’ର ମଧ୍ୟ ଅଣସଂଗଠିତ କ୍ଷେତ୍ର ସହ ସମ୍ପର୍କ ରହିଛି। ସଂଗଠିତ କ୍ଷେତ୍ରର ଆକାର ବଡ଼ ନ ହେଲେ ମଧ୍ୟ ଏହା ଅଧିକ ଉପାଦେୟ ତଥ୍ୟ ପ୍ରଦାନ କରେ। ଉଦାହରଣ, ଅଟୋମୋବାଇଲ ବିକ୍ରି ସମ୍ବନ୍ଧୀୟ ତଥ୍ୟ। ମାରୁତି ଏବଂ ବଜାଜ ଭଳି କମ୍ପାନୀ ପ୍ରତି ମାସର ପାଖାପାଖିତ୍ ପ୍ରଥମ ସପ୍ତାହରେ ପୂର୍ବ ମାସରେ ଡିଲର୍‌ମାନଙ୍କୁ କେତେ ଗାଡି ବିକ୍ରି କରିଥାଆନ୍ତି ତା’ର ତଥ୍ୟ ପ୍ରଦାନ କରନ୍ତିି। ମେ’ ପ୍ରଥମ ସପ୍ତାହରେ ମାରୁତି କମ୍ପାନୀ ଲକ୍‌ଡାଉନ ଯୋଗୁ ଗୋଟିଏ ହେଲେ ବି ଗାଡି ବିକ୍ରି କରି ନ ଥିବା ଦର୍ଶାଇଛି। ସମ୍ଭବତଃ ଉତ୍ପାଦନ ମଧ୍ୟ ପୂରା ଶୂନ ପାଖାପାଖି ରହିଥିବା ସ୍ପଷ୍ଟ ହେଉଛି। କିନ୍ତୁ ଏଭଳି ସୂଚନା ଅଧିକାଂଶ କ୍ଷେତ୍ରରୁ ମିଳିବା ସମ୍ଭବ ହୋଇପାରେନାହିଁ। ଏହା ହିଁ ସମସ୍ୟା ।
ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନେ ଏଥିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଯଦିଓ ସେତେଟା ସଫଳ ହୋଇପାରିନାହାନ୍ତି। ଏଣୁ କାହିଁକି ଏହି ସମୟରେ ପ୍ରସଙ୍ଗ ଉଠିଲା ଓ ଏହାର ଆବଶ୍ୟକତା କ’ଣ ରହିଛି? ଆସନ୍ତୁ ଏବକାର ସ୍ଥିତିକୁ ୮ ନଭେମ୍ବର,୨୦୧୬ରେ ଘୋଷଣା କରାଯାଇଥିବା ବିମୁଦ୍ରୀକରଣ ସହ ତୁଳନା କରିବା। ପରେ ଡିସେମ୍ବର ମଧ୍ୟ ସୁଦ୍ଧା ଅର୍ଥ ବ୍ୟବସ୍ଥାରେ ସମସ୍ୟା ଦେଖାଦେବା ସହ ବହୁ କ୍ଷୁଦ୍ର ବ୍ୟବସାୟ ବନ୍ଦ ହୋଇଯିବା ସ୍ପଷ୍ଟ ଜଣାପଡିଥିଲା। ଏହା ଘଟିବ ନାହିଁ ବୋଲି ସରକାର ପ୍ରକାଶ କରିଥିଲେ ଏବଂ ବିମୁଦ୍ରୀକରଣ ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ ବୋଲି ଯେଉଁମାନେ କହୁଥିଲେ, ସେମାନଙ୍କୁ ତଥ୍ୟ ଉପସ୍ଥାପନ କରିବା ପାଇଁ ସରକାର ଆହ୍ବାନ ଦେଇଥିଲେ। ହେଲେ ଏହି ତଥ୍ୟ କାହା ପାଖରେ ନ ଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଅର୍ଥ ବ୍ୟବସ୍ଥାରେ ଥିବା ସଂଗଠିତ କ୍ଷେତ୍ରର କୌଣସି କ୍ଷତି ହୋଇ ନ ଥିଲା ଏବଂ ଜିଡିପି ଆକଳନ ବିମୁଦ୍ରୀକରଣ ବିନା ସେମାନଙ୍କ ନିକଟରେ ଥିବା ତଥ୍ୟରୁ କମ୍‌ କିମ୍ବା ବେଶୀ ବାଦ ଦେଇ କରିଥିଲେ। ପ୍ରଥମେ ଆମଦାନୀ ତଥ୍ୟରେ ଭୁଲ୍‌ ରହିଥିବା ସୂଚନା ମିଳିଥିଲା। ଭାରତ ଯେଉଁ ଜିନିଷ ଅନ୍ୟ ଦେଶରୁ ଆମଦାନୀ କରୁଥିଲା, ତାହା ବନ୍ଦ ହୋଇଯାଇଥିଲା ଓ ଏହି ଜିନିଷଗୁଡିକୁ ଯେଉଁ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ଯୋଗାଉଥିତ୍ଲା ତାହା ମଧ୍ୟ ବନ୍ଦ ହୋଇଯାଇଥିଲା। କମ୍ପାନୀଗୁଡିକ ବନ୍ଦ ହେବା ଦ୍ୱାରା ନିଯୁକ୍ତି ହ୍ରାସ ପାଇବା ସହ ଦେଶରେ ଚାହିଦା ପ୍ରଭାବିତ ହୋଇଥିଲା। ଏଠି ଆମ ସରକାରଙ୍କ ପାଖରେ ଉପାଦେୟ ତଥ୍ୟ ନ ଥାଏ ଓ ଏହା ଲାଗି ସର୍ଭେ କରାଯାଏ। କିନ୍ତୁ ଜାତୀୟ ନାଗରିକତ୍ୱ ଆଇନ ଯୋଗୁ ଏହା ସଂକଟରେ। ଅନ୍ୟପକ୍ଷରେ ନିକଟ ଭବିଷ୍ୟତରେ ସରକାରଙ୍କଠାରୁ ବେରୋଜଗାରୀ ଉପରେ ତଥ୍ୟ ମିଳିବା ଆଶା ନାହିଁ। ପୂର୍ବରୁ ଭାରତରେ ବେରୋଜଗାରୀ ସଂଖ୍ୟା ଉପରେ ବିଶ୍ୱାସଯୋଗ୍ୟ ତଥ୍ୟ ପ୍ରଦାନ କରୁଥିବା ଘରୋଇ ସଂସ୍ଥା ସେଣ୍ଟର୍‌ ଫର୍‌ ଦି ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ( ସିଏମ୍‌ଆଇଇ) ଭାରତରେ ବେରୋଜଗାରୀ ବୃଦ୍ଧି ପାଉଥିବା ସୂଚାଇ ଦେଇଥିଲା ଓ ଏହା ୨୦୧୯ ସାଧାରଣ ନିର୍ବାଚନ ସୁଦ୍ଧା ଏ୍ୟତିହାସିକ ସ୍ତରରେ ପହଞ୍ଚିଥିଲା। ତୃତୀୟରେ ଫର୍ମାଲ ଜିଡିପିରେ ମଧ୍ୟ କ୍ଷତି ହୋଇଥିବା ସଂକେତ ମିଳିଥିଲା। ବିଜ୍‌ନେସ ପୂରା ଭୁଶୁଡି ପଡିଥିଲା ଏବଂ ଲୋକମାନେ ନିଯୁକ୍ତି ହରାଇଥିଲେ, ଚାହିଦା କମିଯାଇଥିଲା। ବହୁ ପୂର୍ବରୁ ଏହା ସବୁ କ୍ଷେତ୍ରକୁ ପ୍ରଭାବିତ କରିବା ଦ୍ୱାରା ତଥ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା। ଏହାଦ୍ୱାରା ଭାରତର ଆକଳନ କରାଯାଇଥିବା ଜିଡିପି ଅଭିବୃଦ୍ଧି ୨୦୧୮ରୁ ୨୦୨୦ ମଧ୍ୟରେ ପ୍ରତ୍ୟେକ ତ୍ରୈମାସିକରେ କମିବାରେ ଲାଗିଲା । କାରଣ ଯେଉଁ ଉପାୟରେ ଏହାକୁ ପ୍ରସ୍ତୁତ କରାଯାଇଥିଲା ତାହାକୁ ତା’ ଭିତରେ ବିମୁଦ୍ରୀକରଣର ପ୍ରଭାବ ନିହିତ ଥିଲା।
କିନ୍ତୁ ବର୍ତ୍ତମାନ ତିନୋଟି ଜିନିଷ ପୂରା ଭିନ୍ନ ରହିଛି। ପ୍ରଥମତଃ ବିମୁଦ୍ରୀକରଣ ତୁଳନାରେ ଏବେ ଅର୍ଥ ବ୍ୟବସ୍ଥାକୁ ସାଂଘାତିକ ଝଟକା ଲାଗିଛି। ଦ୍ୱିତୀୟରେ ଦେଶ ତଥା ବିଶ୍ୱ ସ୍ତରରେ ବିପୁଳ କ୍ଷତି ହୋଇଛି ଓ ଏହା ବହୁ ଦିନଧରି ଲାଗି ରହିବ ଏବଂ ପରିସ୍ଥିତି ସୁଧୁରିବାକୁ ବିଳମ୍ବ ହେବ। ତୃତୀୟରେ ସବୁ ତଥ୍ୟ ପ୍ରଥମରୁ ସ୍ପଷ୍ଟ ହେବା ଆବଶ୍ୟକ। ଏପ୍ରିଲ୍‌ରେ ପୂରା ବନ୍ଦଥିବା ସଂଗଠିତ କ୍ଷେତ୍ର ମେ’ରୁ ଧୀରେ ଧୀରେ ଚାଲିବ ଓ ସେମାନେ ରିପୋର୍ଟ ପ୍ରଦାନ କରିବେ। ଜଣାପଡୁଛି,ଏହାଦ୍ୱାରା ଅର୍ଥ ବ୍ୟବସ୍ଥା ହ୍ରାସ ପାଇବ। ତେବେ ଦୁଇ ତ୍ରୈମାସିକରେ ଲାଗାତର ନକାରାମତ୍କ ଅଭିବୃଦ୍ଧି ଅର୍ଥନୈତିକ ମାନ୍ଦାବସ୍ଥାର ସୂଚନା ଦେଇଛି। ଦେଶର ଅଭିବୃଦ୍ଧି ୧ ପ୍ରତିଶତରୁ ଆରମ୍ଭ ହେବ ବୋଲି ଏଜେନ୍ସିମାନେ ଆକଳନ କରିଛନ୍ତି। ଆମେ ପୁଣି ଥରେ ନୂଆରୁ ଆରମ୍ଭ କରିବାକୁ ଯାଉଛୁ ଯାହା ଏବକାରଣ ପିଢ଼ି ମନେ ରଖିବେ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri