ସହାୟତା ଦେଲା ଗଞ୍ଜାମ ଜ଼ିଲା ପ୍ରଶାସନ: ପୁଅଙ୍କୁ କଟକ ନେଇ ଚିକିତ୍ସା କରାଇଲେ ମା’, ଜଣାଇଲେ କୃତଜ୍ଞତା

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଗଙ୍ଗାପୁର-୧ ର ଜଣେ ଅସହାୟ ମହିଳା ନମିତା କରଣଙ୍କ ୧୦ ବର୍ଷର ପୁଅ ଏକ ଗୁରୁତର ରୋଗରେ ପୀଡିତ ଅଛନ୍ତି। ବ୍ରହ୍ମପୁର ବଡ଼ ମେଡିକାଲରେ ଆବଶ୍ୟକ ଚିକିତ୍ସା ସୁବିଧା ନ ଥିବାରୁ ପ୍ରତି ମାସରେ ପୁଅଙ୍କୁ କଟକ ବଡ଼ ମେଡିକାଲକୁ ନେଇ ତାଙ୍କର ଚିକିତ୍ସା କରାଇବାକୁ ପଡିଥାଏ। ତେବେ ଏବେ ସମ୍ପ୍ରତି ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ନମିତା ପୁଅକୁ ନେଇ କଟକ ଯାଇପାରୁ ନ ଥିଲେ। ଏପରିକି ଅନୁମତି ମିଳିଥିଲେ ମଧ୍ୟ ଗାଡି ଭଡ଼ା କରି କଟକ ଯିବା ତାଙ୍କ ପକ୍ଷେ ସମ୍ଭବପର ନ ଥିଲା। ତାଙ୍କ ଗାଁର ନିରଞ୍ଜନ ପ୍ରଧାନଙ୍କ ସହାୟତାରେ ମହିଳା ଜଣଙ୍କ ଛତ୍ରପୁର ଆସି ଜ଼ିଲାପାଳଙ୍କୁ ଭେଟିଥିଲେ। ପରେ ଜ଼ିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଉପଜ଼ିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରିଥିଲେ। ଏହି ଟଙ୍କାରେ ଆମ୍ବୁଲାନ୍ସ ଭଡ଼ା କରି ମହିଳାଜଣଙ୍କ ପୁଅକୁ କଟକ ନେଇ ଚିକିତ୍ସା କରାଇ ଫେରିଛନ୍ତି। ଏନେଇ ଗଞ୍ଜାମ ଜ଼ିଲା ପ୍ରଶାସନକୁ ନମିତା କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ମା’ ଶ୍ୟାମାକାଳୀ ମନ୍ଦିରରେ ହନୁମାନ ଜୟନ୍ତୀ: ଜୟ ଶ୍ରୀରାମ ଧ୍ୱନିରେ ଗୁଞ୍ଜରିତ ହେଲା ପରିବେଶ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ମା’ ଶ୍ୟାମାକାଳୀ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଅବସରରେ ଏକ ଭବ୍ୟ ଓ ଆଧ୍ୟାତ୍ମିକ ମହାସମାରୋହର ଆୟୋଜନ କରାଯାଇଥିଲା। ଜୟ ଶ୍ରୀରାମ ଧ୍ୱନିରେ ପରିପୂର୍ଣ୍ଣ…

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri