ସହାୟତା ଅପେକ୍ଷାରେ ଅସହାୟ ପରିବାର

ଆରଡ଼ି, ୧୫।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତ ଅଧୀନ ମୂଅଁା ଗଁାରେ ଏକ ଅସହାୟ ପରିବାର ଏବେ ଭୋକ ଉପାସରେ ଦିନ ବିତାଉଛନ୍ତି। ପରିବାରର ମୁଖ୍ୟ ଜଟାଳି ଦାସ(୬୩) କର୍କଟ ରୋଗାକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏହି ଦିନମଜୁରିଆ ପରିବାର ଆଖିରୁ ନିଦ ହଜିଛି। ଜଟାଳିଙ୍କ ପରିବାର କହିଲେ ମା’ଓ ସ୍ତ୍ରୀ। ଜଟାଳି କାମଧନ୍ଦା କରିପାରୁ ନ ଥିବାରୁ ଚଳିବାରେ ଅସୁବିଧା ହେଉଛି। ଏଥିଲାଗି ତାଙ୍କ ଭଣଜା ଆସି ଦେଖାଶୁଣା କରୁଛନ୍ତି। ଜଟାଳି କହିଛନ୍ତି, ସେ ଅସୁସ୍ଥ ହେବା ପରେ ୨ ମାସ ଧରି ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ପରେ କଟକ ବଡ଼ ଡାକ୍ତରଖାନା ଯାଇ ପରୀକ୍ଷା ନିରୀକ୍ଷା କରିବାରୁ ସେ କର୍କଟ ରୋଗାକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଅସ୍ତ୍ରୋପଚାର ଲାଗି ୪୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି। ଏଭଳି ସ୍ଥିତିରେ ଜଟାଳିଙ୍କ ପରିବାର ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗ୍ରାମବାସୀ ଜଟାଳିଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ସକାଶେ ଭଦ୍ରକ ଜିଲାପାଳ ଓ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଅନୁରୋଧ ଜଣାଇଛନ୍ତି।