ସହାୟତାର ହାତ ବଢ଼ାଇଲା ଡିଭାଇନ୍‌ କଲେଜ

ବାରିପଦା ଅଫିସ, ୧୦ା୪- କରୋନା ମୁକାବିଲା ଲାଗି ଡିଭାଇନ ଓ ଏମଏସଇ କଲେଜ ଅଫ ଇଞ୍ଜିିନିୟରିଂ ସହାୟତାର ହାତ ବଢାଇଛି। ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୧ ଲକ୍ଷ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ ଲକ୍ଷ ଟଙ୍କା ଡିଭାଇନ ଇଞ୍ଜିିନିୟରିଂ କଲେଜର ନିର୍ଦ୍ଦେଶକ ଇଂ. ବିପ୍ଲବ ଭଞ୍ଜନ ବୁଗୁଡ଼ାଇ ଓ ଏମଏସଇ ଇଞ୍ଜିିନିୟରିଂ କଲେଜର ଅଧ୍ୟକ୍ଷ ଧରମବୀର ବୁଗୁଡ଼ାଇ ଜିଲା ପ୍ରଶାସନ ଜରିଆରେ ଏହି ସହାୟତା ରାଶି ପ୍ରଦାନ କରଛନ୍ତି।