ସହର ସାରା ଅଳିଆ ଭର୍ତ୍ତି, ବର୍ଷାରେ ସ୍ଥିତି ଅସମ୍ଭାଳ- ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ

ଭଞ୍ଜନଗର,୩।୬(ଡି.ଏନ.ଏ.)-ଭଞ୍ଜନଗର ସହରରେ ଗତ ୪ ମାସ ହେଲା ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ସାରା କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଛି। ବିପର୍ଯ୍ୟସ୍ତ ପରିମଳ ସୁଧାରିବା ପାଇଁ ଏନଏସି କର୍ତ୍ତୃପକ୍ଷ କାହିଁକି ଆଗ୍ରହ ଦେଖାଉନାହାନ୍ତି ତାହାର କାରଣ ସହରବାସୀ ଖୋଜି ପାଇପାରୁନାହାନ୍ତି। ରବିବାର ଅପରାହ୍ନରେ ଭଞ୍ଜନଗରରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ମାସ ମାସ ଧରି ସଫା ହୋଇ ନ ଥିବା ଡ଼୍ରେନର ମଇଳା ପାଣି, ପଲିଥିନ ରାସ୍ତାରେ ଭାସିଥିଲା। ଲୋକେ ଯାତାୟତରେ ବହୁତ ଅସୁବିଧା ଭୋଗିଥିଲେ। ୧ନଂ. ୱାର୍ଡ଼ର ପୂର୍ବତନ ଯୁବ ବିଜେଡ଼ି କାଉନସିଲର ଶିବରାମ ଜେନା ଏହି ସମସ୍ୟା ସମ୍ପର୍କରେ ଏନଏସି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ସମୟରେ ଅବଗତ କରିଛନ୍ତି। ତଥାପି ସଫେଇ ପ୍ରତି ଧ୍ୟାନ ଦିଆଯାଉନି। ଯାହାକୁ ନେଇ ଶାସକ ଦଳର କର୍ମୀ ଓ ନେତାମାନେ ବିଭିନ୍ନ ସମୟରେ ଲୋକଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେଉଛନ୍ତି । ସହରର ସମସ୍ତ ମୁଖ୍ୟ ଓ ଗଳି ରାସ୍ତାରେ କୁଢ଼ କୁଢ଼ ମଇଳା ଗଦା ହୋଇରହିଛି। ଆହାର କେନ୍ଦ୍ରର ମଇଳା ପାଣି ରାସ୍ତାରେ ଭାସୁଥିବା ଯୋଗୁ ଆହାର କେନ୍ଦ୍ରରୁ ଷ୍ଟେଟବ୍ୟାଙ୍କ ଛକ ପର୍ଯ୍ୟନ୍ତ ଏକ ଡ଼୍ରେନ ନିର୍ମାଣ ଯୋଜନା ହୋଇଥିଲା । ଉକ୍ତ କାମ କିଛିଦିନ ପୂର୍ବେ ଆରମ୍ଭ କରାଯାଇଛି। ମାତ୍ର କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନଏସି କର୍ତ୍ତୃୃପକ୍ଷ ଏବଂ ସଫେଇ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ସହରରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କେତେଜଣ କହୁଛନ୍ତି। ସେହିପରି ବିଜେଡ଼ିର ୨ ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ କାଉନସିଲରଙ୍କ ମଧ୍ୟରେ ବିବାଦ ଯୋଗୁ ସହରରେ ଏପରି ଅବ୍ୟବସ୍ଥା ହୋଇଛି ବୋଲି ଆଉ କେତେଜଣ କହିଛନ୍ତି। ଅନ୍ୟପକ୍ଷରେ ଏନଏସିର ଜଣେ ଅଧିକାରୀ ଏଠାରେ କାର୍ଯ୍ୟ କରିବାକୁ ଅନିଚ୍ଛୁକ ଥିବାବେଳେ ତାଙ୍କୁ ଜବରଦସ୍ତ ରଖାଯାଇଛି । ତେଣୁ ସେ ସହରର ବିକାଶ ପ୍ରତି ଧ୍ୟାନ ଦେଉ ନ ଥିବା ମଧ୍ୟ ଆଲୋଚନା ଚାଲିଛି। ଏଭଳି ସ୍ଥିତିରେ ଆଉ ଜଣେ ନୂଆ ଅଧିକାରୀଙ୍କ ନିଯୁକ୍ତି ଆବଶ୍ୟକ ହୋଇପଡ଼ିଛି। ନଚେତ୍‌ ବର୍ଷା ଋତୁରେ ସହରରେ ସଫେଇ ନ ହୋଇ ମହାମାରି ଭଳି ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri