ସହର ସାନିଟାଇଜ଼ ଆରମ୍ଭ

ଢେଙ୍କାନାଳ ଅଫିସ, ୪।୪- କରୋନା ସଂକ୍ରମଣରୁ ସହରବାସୀଙ୍କୁ ସୁରକ୍ଷାଦେବା ଲାଗି ଢେଙ୍କାନାଳ ପୌରସଂସ୍ଥାରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଗଣେଶବଜ଼ାର ଠାରୁ ସହରର ପ୍ରମୁଖ ରାସ୍ତାରେ ବିଶୋଧନ ସିଞ୍ଚନ କରାଯାଇଛି। ପର୍ଯ୍ୟାୟକ୍ରମେ ଜିଲା ମୁଖ୍ୟ ଚିକିତ୍ସାଳୟ, ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ, ପାରିବ ମାର୍କେଟ, ଜନଗହଳି ଅଞ୍ଚଳ, ଆମିଷ ବଜାରକୁ ସାନିଟାଇଜ଼ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।