ସହର ପ୍ରବେଶ ପଥରେ ଗାଡ଼ି ଯାଞ୍ଚ

ଅନୁଗୋଳ ଅଫିସ୍, ୧୦ା୩- ହୋଲିରେ ଚୋରି, ଡକାୟତି, ଲୁଟପାଟ ତଥା ଦୁର୍ଘଟଣା ରୋକିବାକୁ ଅନୁଗୋଳ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସହରର ବିଭିନ୍ନ ପ୍ରବେଶ ପଥରେ ପୋଲିସ କର୍ମଚାରୀମାନେ ସମସ୍ତ ଗାଡ଼ିମୋଟର ଯାଞ୍ଚ କରୁଛନ୍ତି ।ରାସ୍ତାରେ ନାକାବନ୍ଦୀ କରାଯାଇ ସଂଶୋଧିତ ଟ୍ରାଫିକ ନିୟମ ଅନୁଯାୟୀ ଭୁଲ ସାଇଡରେ ଗାଡ଼ି ଚଳାଇବା ବିଶେଷ କରି ମଦ୍ୟପାନ କରି ଗାଡ଼ି ଚାଳନା ତଥା ଦ୍ରୁତଗତିରେ ଯାନ ଚଳାଉଥିବା ଚାଳକଙ୍କ ଉପରେ କଡ଼ା ନଜର ରଖାଯାଇ ଯାଞ୍ଚ କରାଯାଉଥିବା ଥାନା ଅଧତ୍କାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି ।ଶାନ୍ତିଶୃଙ୍ଖଳାରେ ହୋଲି ପାଳନ ଉଦ୍ଦେଶ୍ୟରେ ଏହି ଯାଞ୍ଚ ହେଉଥିବା ସେ ପ୍ରକାଶ କରିଛନ୍ତି।