ସହଯୋଗ ବିନା ଉନ୍ନୟନମୂଳକ କାର୍ଯ୍ୟ ଅସମ୍ଭବ

ଫୁଲବାଣୀ ଅଫିସ, ୮ା୨-ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ପ୍ରଥମ ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଅଙ୍ଗଦ କହଁର ଏଥିରେ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ବିନା ସହଯୋଗରେ ସରକାରଙ୍କ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି କହିଥିଲେ। ଏହି ଅବସରରେ ସମସ୍ତ ବିଭାଗର ଅଧିକାରୀ ସେମାନଙ୍କ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ତଥ୍ୟ ଗଦା କରିଦେଲେ। ବାସ୍ତବରେ ଏସବୁ କାର୍ଯ୍ୟ କେତେଦୂର ଚାଲୁଛି ଏବଂ ଲୋକେ ପ୍ରକୃତରେ ଉପକୃତ ହେଉଛନ୍ତି କି ନାହିଁ, ତାହା ବିଧାୟକ ନିଜେ ଜାଣି ପାରିବେ ନାହିଁ ବୋଲି ଜଣାପଡୁଥିଲା। କାରଣ ସେଭଳି କିଛି ବଳିଷ୍ଠ ଅଭିଯୋଗ କେଉଁ ବିଭାଗ ବିରୋଧରେ ଆଣି ପାରି ନ ଥିଲେ। ଯାହା ଫଳରେ କାହକୁ ପ୍ରଶ୍ନ ବାଣରେ ଘାଇଲା କରି ପାରି ନ ଥିଲେ।
ଫୁଲବାଣୀ, ଖଜୁରିପଡ଼ା, ଫିରିଙ୍ଗିଆ ଓ ଚକାପାଦ ବ୍ଲକରେ କେଉଁ ଜନକଲ୍ୟାଣ କାର୍ଯ୍ୟ ସରିଛି, କେଉଁ କାର୍ଯ୍ୟ ଚାଲୁ ରହିଛି ଏବଂ ଆଗକୁ ରହିଥିବା ନୂଆ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ତଥ୍ୟ ପ୍ରଦାନ କରିଥିଲେ। ଜାତୀୟ ଉଦ୍ୟାନ କୃଷି ମିଶନ ମାଧ୍ୟମରେ ୮୯ ହେକ୍ଟର ଜାଗାରେ ଶତକଡ଼ା ୫୦ ଭାଗ ସହାୟତା ଦେଇ ଆମ୍ବ, ଡାଳିମ୍ବ, ଲିଚୁ ଆଦି ଫଳ ଚାଷ କରାଯାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୧୯୫ ହେକ୍ଟର ପରିମିତ ଜାଗାରେ ଆମ୍ବ, ଲିଚୁ, କାଜୁ ଆଦି ଫଳ ବଗିଚା ସ୍ଥାପନ କରାଯାଇଛି। ୧୫୦ ହେକ୍ଟର ଜମିରେ ହେକ୍ଟର ପିଛା ୨୦ ହଜାର ଟଙ୍କା ସହାୟତା ପ୍ରଦାନ ପୂର୍ବକ ଶଙ୍କର କିଶମ ପନିପରିବା ଚାଷ କରାଯାଇଛି। ୩୫ ହେକ୍ଟର ଜମିରେ ହେକ୍ଟର ପିଛା ୧୨ ହଜାର ଟଙ୍କା ସହାୟତା ପ୍ରଦାନ ସହ ହଳଦୀ ଓ ଅଦା ଚାଷ କରାଯାଇଛି। ମିଶନ ଶକ୍ତିର ୨୦ ଜଣ ମହିଳାଙ୍କୁ ଛତୁ ଚାଷ ପାଇଁ ତାଲିମ ଏବଂ ୫୦ ଜଣ ମହିଳାଙ୍କୁ ପନିପରିବା ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଛି। ୨୫ ହେକ୍ଟର ଜମିରେ ହେକ୍ଟର ପିଛା ୧୫ ହଜାର ଟଙ୍କା ସହାୟତା ପ୍ରଦାନ ସହିତ ଆଳୁ ଚାଷ କରାଯାଇଛିବୋଲି ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଚନା ଦେଇଥିଲେ। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୩୦ ହେକ୍ଟର ଜମିରେ ଧନିଚା ଚାଷ କରା ଯାଇଥିବା ବେଳେ ୧୦୦ ହେକ୍ଟର ଜମିରେ ଧାଡ଼ି ରୁଆ ଧାନ ଚାଷ କରାଯାଇଛି।
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ମାଧ୍ୟମରେ ୩୨ଟି ଜଳ ବିଭାଜିକା ପ୍ରକଳ୍ପ ଚାଲୁ ରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରତି ବ୍ଲକରେ ୫୦ଟି କ୍ଷେତ ପୋଖରୀ ଖନନ ଆରମ୍ଭ ହୋଇଛି। ର଼୍ୟାଡ୍‌ ଯୋଜନା ମାଧ୍ୟମରେ ଫିରିଙ୍ଗିଆ ବ୍ଲକର ଜାର୍ଗିପଡ଼ା ଓ ଖଜୁରୀପଡ଼ା ବ୍ଲକର ଗ୍ରେଡ୍ରିପାଜୁ ଗ୍ରାମରେ ହେକ୍ଟର ପ୍ରତି ୨୫ହଜାର ଟଙ୍କା ସହାୟତାରେ ହିତାଧିକାରୀଙ୍କୁ ଚାଷ ଓ ପ୍ରାଣୀସମ୍ପଦ ବିକାଶ ପାଇଁ ଅନୁଦାନ ଦିଆଯାଇଛି। ଚାଷୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ବହିଃ ଭ୍ରମଣର ବ୍ୟବସ୍ଥା କରାଯାଇ ଚଳିତ ବର୍ଷ ୧୫୬ ଜଣଙ୍କୁ ଏଥିରେ ସାମିଲ କରାଯାଇଛି ବୋଲି କୃଷି ବିଭାଗ ପକ୍ଷରୁ ସୁଚନା ଦିଆ ଯାଇଥିଲା।
ବେସାମରିକ ଯୋଗାଣ ଅଧିକାରୀଙ୍କ ପକ୍ଷରୁ ଫୁଲବାଣୀ ବିଧାନସଭା କ୍ଷେତ୍ରର ୧ ଲକ୍ଷ ୭୭ ହଜାର ୩୬୩ ଜଣଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ସମୁଦାୟ ୧ଲକ୍ଷ ୬୯ ହଜାର ୩୨୫ ଜଣଙ୍କୁ ସାମିଲ କରାଯାଇ ଥିବା ତଥ୍ୟ ଦିଆ ଯାଇଥିଲା। ସେହିପରି ଜିଲା ସାମାଜିକ ସୁରକ୍ଷା ବିଭାଗ, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରାଣୀ ସମ୍ପଦ, ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସାମାଜିକ ମଙ୍ଗଳ ବିଭାଗ, ରାସ୍ତା ଓ କୋଠାବାଡ଼ି, ପାଇପ୍‌ ଜଳ ଯୋଗାଣ, ଜଙ୍ଗଲ, ଜଳ ସେଚନ ଓ ଶକ୍ତି ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟ ଉପରେ ତଥ୍ୟ ପ୍ରଦାନ କରା ଯାଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ, ଫୁଲବାଣୀ, ଖଜୁରିପଡ଼ା, ଫିରିଙ୍ଗିଆ ଓ ଚକାପାଦ ବ୍ଳକ୍‌ର ବିଡିଓ ପ୍ରମୁଖ ଆଲୋଚନାରେ
ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri