ସଶକ୍ତୀକରଣ ରାସ୍ତା ଦେଖାଇଲା ‘ଜଜ୍‌ବା’

ବ୍ରହ୍ମପୁର ଅଫିସ୍‌,୧୭ା୯-ଦୃଢ଼ମନା ଯୁବପିଢ଼ିଙ୍କ ବିନା କୌଣସି ଦେଶ ସଶକ୍ତ ହୋଇପାରିବ ନାହିଁ। ଏଣୁ ଅଧିକରୁ ଅଧିକ ଯୁବତୀ ଯୁବକଙ୍କୁ ସଶକ୍ତୀକରଣ କରାଇବାର ଆବଶ୍ୟକତା ରହିଛି। ଯୁବପିଢି ଭବିଷ୍ୟତକୁ ନେଇ ସତର୍କ ଥିବା ବେଳେ ସେମାନଙ୍କୁ ଦରକାର ଉପଯୁକ୍ତ ମାର୍ଗଦର୍ଶନ। ଯୁବପିଢ଼ିଙ୍କୁ ଉଚିତ୍‌ ମାର୍ଗଦର୍ଶନ ଦେବା ସହ ସଶକ୍ତ କରାଇବା ଉଦ୍ଦେଶ୍ୟରେ ନିଷ୍ଟ୍‌ରେ ସୋମବାର ‘ଜଜ୍‌ବା’ ଆୟୋଜିତ ହୋଇଯାଇଛି। ନିଷ୍ଟ ସହଯୋଗରେ ତଥା ଇଣ୍ଡିଆନ୍‌ ଇନୋଭେସନ୍‌ ଆଣ୍ଡ ଏଣ୍ଟ୍ରୋପ୍ରିନିୟର୍‌ଶିପ୍‌(ଆଇଆଇସିସି) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର, ଦିଲ୍ଲୀ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୩ଶହରୁ ଅଧିକ ଯୁବତୀ ଯୁବକ ଭାଗ ନେଇଥିଲେ।
ଯୁବପିଢ଼ି ବର୍ତ୍ତମାନ ବେକାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ନିଯୁକ୍ତି ସୁଯୋଗ ଖୋଜୁ ଥିଲେ ମଧ୍ୟ ପାଉନାହାନ୍ତି । ସେଥି ପାଇଁ ଅନେକ ନିଜ ସହର ଛାଡ଼ି ଆଉ ଏକ ସହରରେ ଯାଇ ଚାକିରି କରୁଛନ୍ତି। ସେହିଭଳି ବୈଷୟିକ ଶିକ୍ଷା ଜରିଆରେ ଯୁବପିଢ଼ି କ୍ୟାରିୟର ଗଢ଼ିବାକୁ ଉଦ୍ୟମ କରୁଛନ୍ତି । ହେଲେ ବୈଷୟିକ ଶିକ୍ଷା ଏବଂ ସାଧନର ଅଭାବ ଯୋଗୁ ସେମାନେ ଉପଯୁକ୍ତ କ୍ୟାରିୟର୍‌ ଗଠନ କରିପାରୁନାହାନ୍ତି । ନିଜ ସ୍ବପ୍ନ ପୂରଣ କରିପାରୁ ନାହାନ୍ତି । ଆଗକୁ ବଢ଼ିପାରୁ ନାହାନ୍ତି । ସୋମବାର ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ବୈଷୟିକ ଜ୍ଞାନ ଦ୍ୱାରା କିଭଳି କ୍ୟାରିୟର ଗଠନ କରାଯାଇପାରିବ, ସେ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା । ଏଥି ସହ ସେମାନଙ୍କ ମନରେ ଥିବା ବିଭିନ୍ନ ଦ୍ୱନ୍ଦ୍ୱକୁ ଦୂର କରାଯାଇଥିଲା । ଜଣାଶୁଣା ଟେକ୍ନୋକ୍ରାଟ୍‌ ଗୁରୁ ତଥା ଆଇଆଇଇସିର ଅଧ୍ୟକ୍ଷ ବିମଳ ଡାଗା, କେ.ପି. ଡାଗା, ନିଷ୍ଟର ଅନ୍ବେଷା ରଥ, ଭଗବତୀ ପ୍ରସାଦ ପଟ୍ଟନାୟକ ଓ ସୋମ୍‌ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଯୁବତୀ ଯୁବକଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ବିମଳ ଡାଗା କହିଥିଲେ, ୨୦୨୦ ସୁଦ୍ଧା ବିଶ୍ୱର ସର୍ବାଧିକ ଯୁବପିଢ଼ି ଭାରତରେ ଥିବେ । ସେମାନଙ୍କୁ ଦେଶ ବିକାଶରେ ସାମିଲ କରାଯାଇ ପାରିବ। ହେଲେ ସେମାନଙ୍କୁ ଆମତ୍ନିର୍ଭରଶୀଳ, ମାର୍ଗଦର୍ଶନ ଏବଂ ତାଲିମ ଆବଶ୍ୟକ ।
ଆମ ଦେଶର ଯୁବତୀ ଯୁବକମାନେ ଖୁବ୍‌ ପ୍ରତିଭାଧାରୀ। ବିଶେଷକରି ଆର୍ଥିକ ଅନଗ୍ରସର ଯୁବତୀଯୁବକଙ୍କ ପାଖରେ ପ୍ରତିଭା ଥିଲେ ମଧ୍ୟ ସାଧନା ନାହିଁି ।
ଏଣୁ ପ୍ରତ୍ୟେକ ଯୁବତୀଯୁବକଙ୍କୁ କ୍ୟାରିୟର ଗଠନ ସମ୍ପର୍କିତ ତାଲିମ୍‌ ଏବଂ ପରାମର୍ଶ ଦେବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଜୟପୁର ପରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ: କହିଲେ ରାଜ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ…

ଭୁବନେଶ୍ୱର,୧ା୧: କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri