ସର୍ଭେରେ ଭୁଲଭଟକା: ଆବାସ ଯୋଜନାରୁ ବଁଚିତ୍‌ ୪୦ ପରିବାର

ଲାଠୋର,୧୨।୮((ଡି.ଏନ୍‌.ଏ.):  ୨୦୧୧ରେ କେନ୍ଦ୍ର ସରକାର ସାମାଜିକ, ଅର୍ଥନୈତିକ ଆର ଜାତିଗତ ଜନଗଣନା କରିଥିଲେ। ସେ ଜନଗଣନା ଅନ୍‌ସାରେ ବାସହୀନ ଗରିବ ପରିବାରମାନକୁ ସରକାରୀ ଯୋଜନାରେ ଘର ଯୁଗେଇ ଦେବାର ବେବସ୍‌ତା ରହିଛେ। ହେଲେ ଦୁଖର କଥା ଯେନ୍‌ମାନେ ଜନଗଣନା କାଯ୍‌ ତୁଲଉଥିଲେ ତାକର ଭୁଲଭଟକା ଲାଗି ଅନେକ ଗରିବ୍‌ ଦୁଖି ବାସହୀନ ପରିବାର ଆଏଜ୍‌ ବି ନାନା ସମସିଆର ସାମନା କରୁଛନ୍‌। ଇ ଭୁଲଭଟକା ସରକାରକଁର ନଜରକେ ଆଏଲା ଉତାରୁ ୨୦୧୭ରେ ସେଟାକେ ସୁଧ୍‌ରା ଯାଇଥିଲା। ହେଲେ ବଢ଼େ ଦୁଖର କଥା ଇଥ୍‌ରୁ ବି ଅନେକ ଗରିବ୍‌ ବାସହୀନ ପରିବାର ବାଦ୍‌ ପଡ଼ିଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ଖଇରାପଡ଼ାରେ।
ସୂଚନା ଅନ୍‌ସାରେ ଖଇରାପଡ଼ାରେ ଖଇରା ଆଦିବାସୀ ସମାଜର ୫୦ ପରିବାରର ପାଖାପାଖି ୩ଶହରୁ ଅଧ୍‌କା ଲୋକ୍‌ ବାସ୍‌ କରୁଛନ୍‌। ଇ ପଡ଼ାଟା ଯାକ ନିହାତି ଗରିବ୍‌ ହେଇଥିଲାବେଲେ ବଛରକ ୬ ମାସ ଦାଦନ ଖଟିଯାଉଛନ୍‌। ବାକି ୬ ମାସ ପାସର ଜଂଗଲରୁ ଜାଲନି କାଠ୍‌, ସରଗି ପତର, କାଠି ଠୁଲେଇ ବିକାଭଂଗା କରି କୁଟୁମ ପୁଷୁଛନ୍‌। ଇ ପଡ଼ାର ୧୦ଟା ପରିବାରକେ ସରକାରୀ ଯୋଜନାରେ ଘର ଯୁଗେଇ ଦିଆଯାଇଛେ। ହେଲେ ଜନଗଣନାରେ ଭୁଲଭଟକାର ଲାଗି ଆଏଜ୍‌ ବି ପଡ଼ାର ୪୦ ପରିବାର ସରକାରୀ ଯୋଜନାରେ ଘର ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ପଡ଼ାର ଅସାଧୁ ଭୋଇ, ଶିବା ଭୋଇ, ଲଛମନ ଭୋଇ, ମଧୁ ଭୋଇ, କରିମ ଭୋଇ, ରାମ ଭୋଇ, ବିଶ୍ୱାମିତ୍ର ଭୋଇ, ତୁଲା ଭୋଇ, ପ୍ରଫୁଲ୍ଲ ଭୋଇ, ଜଗଦିଶ ଭୋଇ, ଦୁତିଆ ଭୋଇ, ବାବୁଲାଲ ଭୋଇ, ସୁଜନ ଭୋଇ, ରାଜନ ପଧାନ, ଶ୍ରୀପତି ଭୋଇ, ବୁଟ୍ରୁ ଭୋଇ, ରବି ଭୋଇ, ଭୋଗା ଭୋଇ, ବିଦେଶୀ ଭୋଇ, ସମବାରୁ ଭୋଇ, ଲକ୍ଷ୍ମଣ ଭୋଇ, ଅଏଁଠୁ ଭୋଇ, କାର୍ତ୍ତିକ ଭୋଇ, ରଜନା ଭୋଇ, ପ୍ରେମ ଭୋଇ, ନେଉଲ ଭୋଇ, ସଦାନନ୍ଦ ଭୋଇ, ଜେମା ଭୋଇ, ରାମ ଭୋଇ, ରଘୁ ଭୋଇ, ପାଣ୍ଡବ ଭୋଇ, କୁମର ଭୋଇ, କଙ୍ଗାଲୁ ଭୋଇ, ଗମ୍ଭାରି ଭୋଇ, ଧନୁ ଭୋଇ, ଧନେଶ୍ୱର ଭୋଇ, ପୂର୍ଣ୍ଣମି ଭୋଇ, ମକାରୁ ଭୋଇ, ସୁରେଶ ଭୋଇ ପରମୁଖ ଅବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଆଏଜ୍‌ ବି ଇମାନେ ମାଏଟ୍‌ ଖପର କୁରିଆମାନକେ କୁଟୁମବସିଆ ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବୀଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ପଡ଼ାର ଯେନ୍‌ମାନେ ଆବାସ ଯୋଜନାରୁ ବଁଚିତ୍‌ ହେଇଛନ୍‌ ତାକର ଗୁଟେ ତାଲିକା କରି ଖପ୍ରାଖୋଲ ବିଡିଓକୁଁ ଘର ଯୁଗେଇ ଦେବାକେ ପଁଚେତ୍‌ ତରଫୁ ଆବେଦନ କରାଯାଇଛେ ବଲି ସେ କହିଥିଲେ।