ନୂଆଦିଲ୍ଲୀ,୩୦-୭: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ, ଇଣ୍ଡିଆନ ଅଏଲ କର୍ପୋରେଶନର ଚେୟାରମ୍ୟାନ୍ ସଞ୍ଜୀବ ସିଂ ଓ ଓଏନ୍ଜିସି ପ୍ରମୁଖ ଶଶି ଶଙ୍କର ସାମିଲ ହୋଇଛନ୍ତି। ସିଇଓ ଓ୍ବାଲର୍ଡ ମାଗାଜିନ୍ ପକ୍ଷରୁ ଚଳିତ ବର୍ଷ ଲାଗି ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ସିଇଓଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୧୦ ଭାରତୀୟ ସିଇଓ ସ୍ଥାନ ପାଇଛନ୍ତି। ଆର୍ସେଲର ମିତ୍ତଲ ଚେୟାରମ୍ୟାନ ତଥା ସିଇଓ ଲକ୍ଷ୍ମୀ ନିବାସ ମିତ୍ତଲ ତୃତୀୟ ସ୍ଥାନ ସହ ଭାରତୀୟଙ୍କ ମଧ୍ୟରେ ସବା ଉପରେ ରହିଛନ୍ତି। ତେବେ ତାଙ୍କ କମ୍ପାନୀକୁ ଲକ୍ଜମବର୍ଗର କମ୍ପାନୀ ଭାବେ ଦର୍ଶାଯାଇଛି। ୧୨୧ ଜଣ ସିଇଓଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସିଏମ୍ଡି ମୁକେଶ ଅମ୍ବାନୀ ୪୯ତମ, ଆଇଓସି ମୁଖ୍ୟ ସିଂ ୬୯ତମ ଓ ଓଏନ୍ଜିସି ସିଏମ୍ଡି ଶଶି ଶଙ୍କର ୭୭ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ସିଇଓମାନେ ହେଲେ ଏସ୍ବିଆଇ ଅଧ୍ୟକ୍ଷ ରଜନୀଶ କୁମାର(୮୩ତମ), ଟାଟା ମୋଟର୍ସ ସିଇଓ ଗୁଏଣ୍ଟର ବଟଶେକ୍(୮୯ତମ), ବିପିସିଏଲ୍ ସିଏମ୍ଡି ଡି.ରାଜକୁମାର(୯୪ତମ), ରାଜେଶ ଏକ୍ସପୋଟର୍ସ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ରାଜେଶ ମେହଟ୍ଟା(୯୯ତମ) ରହିଛନ୍ତି। ସେହିପରି ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ ଓ ଓ୍ବିପ୍ରୋ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଜେଡ୍ ନିମଚଓ୍ବାଲା ଯୁଗ୍ମ ଭାବେ ୧୧୮ତମ ସ୍ଥାନରେ ରହିଛନ୍ତି। ମାଗାଜିନ୍ ପକ୍ଷରୁ କୁହାଯାଇଛି ଯେ, ଓ୍ବାଲମାର୍ଟ ସିଇଓ ଡଗଲସ୍ ମ୍ୟାକମିଲନ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରୟାଲ ଡଚ୍ ସେଲ୍ର ବିଶ୍ୱ ମୁଖ୍ୟ କାର୍ଯ୍ୟନିର୍ବାହୀ ବେନ୍ ଭନ୍ ବୁଏଣ୍ଡର ରହିଛନ୍ତି।
ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…
ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…
ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…
ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI
ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…
PM Kisan: ଆସିଲା ବଡ଼ ଅପଡେଟ୍: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା…
ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍ଶୀଘ୍ର…
ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର
ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…
ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…
କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…
ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍ ଲୋନ୍’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…
ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…
ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…
Archives

