ସର୍ବଭାରତୀୟ ପ୍ରଧାନପାଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ :ନାଲକୋ ଚାମ୍ପିୟନ

ଦେବଗଡ଼଼,୧୩ା୧(ଡି.ଏନ.ଏ.): ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା ଫାଇନାଲ ମ୍ୟାଚ ଅନୁଗୋଳ ଜିଲା ନାଲକୋ ଜିଆର୍‌ଏଫ୍‌ସି ଏବଂ କଲା(ଦେବଗଡ଼) ବନଦୁର୍ଗା ଫୁଟବଲ ଆସୋସିଏଶନ ମଧ୍ୟରେ ହୋଇଥିଲା। ବନଦୁର୍ଗା ଫୁଟବଲ ଅସୋସିଏସନକୁ ୨-୦ ଗୋଲରେ ପରାସ୍ତ କରି ନାଲକୋର ଜେଆର୍‌ଏଫ୍‌ସି ଚାମ୍ପିୟନ ହୋଇଥିଲା। ବନଦୁର୍ଗା ଫୁଟବଲ ଆସୋସିଏଶନ ରନର୍ସ ଅର୍ପ ହୋଇଥିଲା। ଫାଇନାଲ ମ୍ୟାଚକୁ ରେଫରି ଭାବେ ଅରୁଣ କୁମାର ଭୋଇ, ନୀଳ ନାୟକ, ଅଶ୍ୱିନୀ କୁମାର ବେରିହା, ଦେବରାଜ ନାଗ ପରିଚାଳନା କରିଥିଲେ। ହେମନ୍ତ କୁମାର ମହାପାତ୍ର ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ। ପଦ୍ମଲୋଚନ ଗୁରୁ, ବେଣୁଧର ଗଡ଼ନାୟକ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ।
ଆୟୋଜକ ପ୍ରଧାନପାଟ କ୍ଲବ ସଭାପତି ସୁବାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଡ.ଉଇଲିୟମ ହେନେଜ , ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ଇଂ. ଚତ୍ତରଞ୍ଜନ ପ୍ରଧାନ, ଇଂ. ବିଷ୍ଣୁ ପ୍ରସାଦ ଅମାତ୍ୟ, ବ୍ୟବସାୟୀ ସଞ୍ଜୀବ କୁମାର ଅଗ୍ରୱାଲା, ଜିଲା କ୍ରୀଡ଼ା ସଂଘ ସମ୍ପାଦକ ଧିରେନ୍ଦ୍ର ନାୟକ ଯୋଗଦେଇ ଚାମ୍ପିୟନ ନାଲକୋର ଜେଆର୍‌ଏଫ୍‌ସିକୁ ଚାମ୍ପିୟନ ଟ୍ରଫି ସହ ନଗଦ ୨୫ହଜାର ଟଙ୍କା ଓ ରନର୍ସ ଅପ୍‌ କଲା(ଦେବଗଡ଼ର) ବନଦୁର୍ଗା ଫୁଟବଲ ଆସୋସିଏଶନକୁ ରନର୍ସ ଅପ୍‌ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ନାଲକୋ ଦଳର ପ୍ରଶାନ ସୋରେନଙ୍କୁ ମ୍ୟାନ ଅଫ ଦି ମ୍ୟାଚ, ନାଲକୋ ଦଳର ମାନସା ହେମ୍ରମଙ୍କୁ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଓ ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ ସ୍କୋରର ଭାବେ ଅକ୍ଲେଶ ଟପ୍ପୋଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ଦେବଗଡ଼ ଫୁଟବଲ କ୍ଲବକୁ ପୁରସ୍କାର ପ୍ରଦାନ କରାଯାଇଥିଲା ା ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନପାଟ କ୍ଲବର ସମ୍ପାଦକ ବିକାଶ କୁମାର ପ୍ରଧାନ, କୋଷାଧ୍ୟକ୍ଷ ରାଘବ ମହାରଣା ମଞ୍ଚାସୀନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri