ସର୍ବଭାରତୀୟ ପ୍ରଧାନପାଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ :ନାଲକୋ ଚାମ୍ପିୟନ

ଦେବଗଡ଼଼,୧୩ା୧(ଡି.ଏନ.ଏ.): ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା ଫାଇନାଲ ମ୍ୟାଚ ଅନୁଗୋଳ ଜିଲା ନାଲକୋ ଜିଆର୍‌ଏଫ୍‌ସି ଏବଂ କଲା(ଦେବଗଡ଼) ବନଦୁର୍ଗା ଫୁଟବଲ ଆସୋସିଏଶନ ମଧ୍ୟରେ ହୋଇଥିଲା। ବନଦୁର୍ଗା ଫୁଟବଲ ଅସୋସିଏସନକୁ ୨-୦ ଗୋଲରେ ପରାସ୍ତ କରି ନାଲକୋର ଜେଆର୍‌ଏଫ୍‌ସି ଚାମ୍ପିୟନ ହୋଇଥିଲା। ବନଦୁର୍ଗା ଫୁଟବଲ ଆସୋସିଏଶନ ରନର୍ସ ଅର୍ପ ହୋଇଥିଲା। ଫାଇନାଲ ମ୍ୟାଚକୁ ରେଫରି ଭାବେ ଅରୁଣ କୁମାର ଭୋଇ, ନୀଳ ନାୟକ, ଅଶ୍ୱିନୀ କୁମାର ବେରିହା, ଦେବରାଜ ନାଗ ପରିଚାଳନା କରିଥିଲେ। ହେମନ୍ତ କୁମାର ମହାପାତ୍ର ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ। ପଦ୍ମଲୋଚନ ଗୁରୁ, ବେଣୁଧର ଗଡ଼ନାୟକ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ।
ଆୟୋଜକ ପ୍ରଧାନପାଟ କ୍ଲବ ସଭାପତି ସୁବାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଡ.ଉଇଲିୟମ ହେନେଜ , ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ଇଂ. ଚତ୍ତରଞ୍ଜନ ପ୍ରଧାନ, ଇଂ. ବିଷ୍ଣୁ ପ୍ରସାଦ ଅମାତ୍ୟ, ବ୍ୟବସାୟୀ ସଞ୍ଜୀବ କୁମାର ଅଗ୍ରୱାଲା, ଜିଲା କ୍ରୀଡ଼ା ସଂଘ ସମ୍ପାଦକ ଧିରେନ୍ଦ୍ର ନାୟକ ଯୋଗଦେଇ ଚାମ୍ପିୟନ ନାଲକୋର ଜେଆର୍‌ଏଫ୍‌ସିକୁ ଚାମ୍ପିୟନ ଟ୍ରଫି ସହ ନଗଦ ୨୫ହଜାର ଟଙ୍କା ଓ ରନର୍ସ ଅପ୍‌ କଲା(ଦେବଗଡ଼ର) ବନଦୁର୍ଗା ଫୁଟବଲ ଆସୋସିଏଶନକୁ ରନର୍ସ ଅପ୍‌ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ନାଲକୋ ଦଳର ପ୍ରଶାନ ସୋରେନଙ୍କୁ ମ୍ୟାନ ଅଫ ଦି ମ୍ୟାଚ, ନାଲକୋ ଦଳର ମାନସା ହେମ୍ରମଙ୍କୁ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଓ ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ ସ୍କୋରର ଭାବେ ଅକ୍ଲେଶ ଟପ୍ପୋଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ଦେବଗଡ଼ ଫୁଟବଲ କ୍ଲବକୁ ପୁରସ୍କାର ପ୍ରଦାନ କରାଯାଇଥିଲା ା ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନପାଟ କ୍ଲବର ସମ୍ପାଦକ ବିକାଶ କୁମାର ପ୍ରଧାନ, କୋଷାଧ୍ୟକ୍ଷ ରାଘବ ମହାରଣା ମଞ୍ଚାସୀନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri