ସର୍ବଭାରତୀୟ ନାଟକ, ନୃତ୍ୟ ପ୍ରତିଯୋଗିତା ଆଜି: ଓଡ଼ିଆ, ହିନ୍ଦି, ମଣିପୁରୀ ନାଟକ ମଞ୍ଚସ୍ଥ ହେବ

ଦେବଗଡ,୧୦।୧(ଡି.ଏନ.ଏ)-ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ପାଇଁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସର୍ବଭାରତୀୟ ପ୍ରତିଯୋଗିତା ଜାନୁୟାରୀ ୧୦ରୁ ଆରମ୍ଭ ହେବ। ୧୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ଦିନ ଧରି ଏହା ଆୟୋଜନ କରିବାକୁ ନିଷ୍ପତି ହୋଇଛି। ଆୟୋଜକ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲା ଓ ଜିଲା ବାହାରୁ ନାଟକ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିତ୍ୱମାନଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଜାଗରଣ ସମ୍ମାନ’ରେ ସମ୍ମାନିତ କରାଯିବ। ସ୍ଥାନୀୟ ଟାଉନ ହଲଠାରେ ୧୦ତାରିଖ ଶୁକ୍ରବାର ଉଦ୍‌ଘାଟନୀ ସନ୍ଧ୍ୟାରେ ପ୍ରଥମ ନାଟକ ଝାରସୁଗୁଡା ଜିଲା ବେଲପାହାଡର ମିରର ଥିଏଟର ଦ୍ୱାରା ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡିଆ ନାଟକ ‘ସ୍ମାଇଲ ପ୍ଲିଜ’ପରିବେଷଣ କରାଯିବ। ସେହିପରି ଝାଡ଼ଖଣ୍ଡର ଝାଡ଼ଖଣ୍ଡ ସାଂସ୍କୃତିକ ମଞ୍ଚ ଦ୍ୱାରା ସୁନୀଲ ରାଜଙ୍କ ରଚିତ ଓ ଶିବଲାଲ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ସମ୍ବୋଧନ’ ପରିବେଶିତ ହେବ। ୧୧ ତାରିଖ ଦ୍ୱିତୀୟ ସନ୍ଧ୍ୟାରେ ଜାମସେଦପୁରର ସାଗର ଏକଟିଂ ଇନ୍ସଟିଚ୍ୟୁଟ ଦ୍ୱାରା ଡକ୍ଟର ସରକାର ସେସାଙ୍କ ରଚିତ ଓ ପ୍ରତିତୀ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ଘରୋନ୍ଦା’ ଓ ସୋନପୁରର ବୀଣାପାଣି ସାହିତ୍ୟ କଳା ସଂସଦ ଦ୍ୱାରା ସୁମନ୍ତ ଭୋଇଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ନାଇଟ ହସ୍‌ପିଟାଲ’ମଞ୍ଚସ୍ଥ ହେବ। ୧୨ ତାରିଖ ତୃତୀୟ ସନ୍ଧ୍ୟାରେ ସମ୍ବଲପୁରର ଆର୍ଟିଷ୍ଟ ଆସୋସିଏଶନ ପରିଚୟ ଦ୍ୱାରା ଶଙ୍କର ତ୍ରିପାଠୀଙ୍କ ରଚିତ ତଥା ପ୍ରଶାନ୍ତ ମହାରଣାଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ବାଗଡି’ ଓ ପଦ୍ମପୁରର ‘ଲୁ’ ଦ୍ୱାରା ଅଶୋକ ମିଶ୍ରଙ୍କ ରଚିତ ତଥା ଅଧ୍ୟାପକ କେଶବରଞ୍ଜନ ପ୍ରଧାନଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ଗାନ୍ଧୀ ଛକ’,୧୩ ତାରିଖ ଚତୁର୍ଥ ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭୋପାଳର ନିଲେଶ ତିଫ୍ବାରୀ ଶିକ୍ଷା ଏବମ୍‌ ସମାଜ କଲ୍ୟାଣ ସମିତି ଦ୍ୱାରା ଅଭୟ ଦୁବେଙ୍କ ରଚିତ ଓ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘କେନଛୁଲି’ ଓ ବରଗଡ ଜିଲା ସୋହେଲାର ଡ୍ରାମା ଚେତନା ଦ୍ୱାରା ନାଟ୍ୟରଶ୍ମୀ ଅଶୋକ ବହିଦାରଙ୍କ ରଚିତ ଓ ଡ. ତୁଷାରକାନ୍ତ ସାହୁଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ରଘୁପତି ରାଘବ ରାଜାରାମ’ମଞ୍ଚସ୍ଥ ହେବ। ୧୪ ତାରିଖ ପଞ୍ଚମ ସନ୍ଧ୍ୟାରେ ମଣିପୁର ଇମ୍ଫାଲର ଲେଇସାରେମବି ଆର୍ଟ ଏଣ୍ଡା କଲଚୁରାଲ ଏସୋସିଏସନ ଦ୍ୱାରା ଡକ୍ଟର କେ.ବି. ଶର୍ମାଙ୍କ ରଚିତ ଓ ୟୁ.ୟୁ.ସମରେନ୍ଦ୍ରଙ୍କ ନିର୍ଦ୍ଦେଶିତ ମଣିପୁରୀ ନାଟକ ‘ଓମ୍‌ ଶାନ୍ତି’ ଓ ରାଉରକେଲାର ସ୍ବସ୍ତି ଝଙ୍କାର ଦ୍ୱାରା ସର୍ମିଷ୍ଠା କବି ଶତପଥିଙ୍କ ରଚିତ ଓ ରାଜୀବ ପାଣିଙ୍କ ନିର୍ଦ୍ଦେଶିତ ଓଡିଆ ନାଟକ ‘ଗଛ’ ମଞ୍ଚସ୍ଥ ହେବ ା ସେହିପରି ୧୫ ତାରିଖ ଅନ୍ତିମ ସନ୍ଧ୍ୟାରେ ଭୁବନେଶ୍ୱରର ବିଦ୍ୟା କନକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରାଣଭନ୍ଧୁ କରଙ୍କ ରଚିତ ଓ ଜଗଦିଶ ପ୍ରସାଦ ମହାରଣାଙ୍କ ନିର୍ଦ୍ଦେଶିତ ଓଡିଆ (ପ୍ରଦର୍ଶନୀ) ନାଟକ ‘ଆଶାନ୍ତ’ମଞ୍ଚସ୍ଥ ହେବ ବୋଲି ଜଣାପଡିଛି। ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ୨ଟି ଲେଖାଏଁ ନାଟକ ମଞ୍ଚସ୍ଥ ହେବା ପରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ ନାଟକ ପରେ ଦର୍ଶକମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ର ସାଧାରଣ ସମ୍ପାଦକ ସୁଜିତ କୁମାର ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri