ସରୋଜଙ୍କ ସଚ୍ଚୋଟପଣିଆ: ପାଇଥିବା ଟଙ୍କା, ଗହଣା ଫେରାଇଲେ

କାମାକ୍ଷାନଗର,୪।୧୨(ଡି.ଏନ.ଏ.)-ଡ୍ରାଇଭରଙ୍କ ସାମାନ୍ୟତମ ଭୁଲ ଯୋଗୁ ତାଙ୍କ ହାତରେ ଲାଗିଥିଲା ଟଙ୍କା, ଅଳଙ୍କାର ଭର୍ତ୍ତି ବ୍ୟାଗ୍‌। ଚାହିଁଥିଲେ ଏହାକୁ ରଖିଦେଇପାରନ୍ତେ ନିଜ ପାଖରେ। ହେଲେ ଏହା ତାଙ୍କୁ ପାପବୋଧ ହେଲା। ତେଣୁ ସେ ଫେରାଇଦେଲେ ସେସବୁକୁ। ସାମନ୍ୟ ଲୋଭରୁ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନ ଥିବାବେଳେ ପାଇଥିବା ଧନକୁ ପ୍ରକୃତ ମାଲିକଙ୍କୁ ଫେରାଇ ଦେଇ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି କାମାକ୍ଷାନଗର ଇଲେକ୍ଟ୍ରି ଛକରେ ସେଲୁନ୍‌ କରି ପେଟ ପୋଷୁଥିବା ଯୁବକ ସରୋଜ କୁମାର ବାରିକ ଓରଫ୍‌ ଲିଟୁ (୨୬)।
ସମ୍ପୂର୍ଣ୍ଣ ଘଟଣା ଏହିପରି, ସରୋଜଙ୍କ ଘର କାମାକ୍ଷାନଗର ଏନଏସି ଅଧୀନ ଆଳତୁମା ଗ୍ରାମରେ। ଜଣେ ସମ୍ପର୍କୀୟଙ୍କ ଦେହ ଅସୁସ୍ଥ ଥିବାରୁ ସୋମବାର ସେ କେନ୍ଦୁଝର ଆସୁଥିବା ଏକ ବସ୍‌ରେ କଟକରୁ ଔଷଧ ମଗାଇଥିଲେ। ସେହି ବସ୍‌ରେ କଟକରେ ରହି ନର୍ସ ଭାବେ କାମ କରୁଥିବା ଜଣେ ମହିଳା ନିଜ ଘର ଗଡ଼ପଳାଶୁଣୀକୁ ନଗଦ ୧୦ ହଜାର ଟଙ୍କା ସହ କିଛି ଅଳଙ୍କାର ପଠାଇଥିଲେ। ହେଲେ ବସ୍‌ର ଡ୍ରାଇଭର ଅଜାଣତରେ ମହିଳାଙ୍କ ବ୍ୟାଗକୁ ସରୋଜଙ୍କୁ ଦେଇ ଦେଇଥିଲେ। ସରୋଜ ବ୍ୟାଗ୍‌ ଖୋଲି ଦେଖିବା ପରେ ଘଟଣା ଜାଣି ପାରିଥିଲେ। ନର୍ସଙ୍କ ପରିବାର ଟଙ୍କା, ଗହଣା ଥିବା ବ୍ୟାଗ୍‌ ନ ପାଇ ୬୦ କିମି ଦୂର କାମାକ୍ଷାନଗର ଆସି ଛାନଭିନ୍‌ କରିଥିଲେ। କାଳେ କୌଣସି ଔଷଧ ଦୋକାନୀ ହାତରେ ଉକ୍ତ ବ୍ୟାଗ ଲାଗିଥିବ ଭାବି ସେମାନେ ପଚରାଉଚୁରା କରି ନିରାଶରେ ଘରକୁ ଫେରିଥିଲେ। ସରୋଜ ମହିଳାଙ୍କ ଭାଇ ଲିଟୁ ସିଂଙ୍କ ସହ ଯୋଗାଯୋଗ କରି ଟଙ୍କା, ଗହଣା ଭର୍ତ୍ତି ବ୍ୟାଗ୍‌ ଫେରାଇଥିଲେ। ହଜି ଯାଇଥିବା ବ୍ୟାଗ୍‌ ମିଳିବା ପରେ ଲିଟୁ ଇଲେକ୍ଟ୍ରି ଛକରେ ଥିବା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସରୋଜଙ୍କ ସଚ୍ଚୋଟ ପଣିଆକୁ ସେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri