ସରିଲା ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା: ଫେବୃୟାରୀ ପ୍ରଥମ ସପ୍ତାହରେ ପରୀକ୍ଷାଫଳ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଭୁବନେଶ୍ୱର ଏବଂ ନୂଆ କରି ଆରମ୍ଭ ହେବାକୁ ଥିବା ସୈନିକ ସ୍କୁଲ ସମ୍ବଲପୁର ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଓଡ଼ିଶାର ୮ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରବେଶିକା ପରୀକ୍ଷାରେ ସୈନିକ ସ୍କୁଲ ଭୁବନେଶ୍ୱର ନିମନ୍ତେ ଷଷ୍ଠ ଶ୍ରେଣୀ ପାଇଁ ୧୪୨୦ ପରୀକ୍ଷାର୍ଥୀ ଓ ନବମ ଶ୍ରେଣୀ ପାଇଁ ୪୧୧ ପ୍ରାର୍ଥୀ ଆବେଦନ କରିଥିଲେ। ଏହାବ୍ୟତୀତ ନୂଆ କରି ଆରମ୍ଭ ହେବାକୁ ଥିବା ସୈନିକ ସ୍କୁଲ ସମ୍ବଲପୁର ନିମନ୍ତେ ୭୫୬ ପ୍ରାର୍ଥୀ ଆବେଦନ କରିଥିଲେ। ତେବେ ଫେବୃୟାରୀ ପ୍ରଥମ ସପ୍ତାହରେ ଏହି ପରୀକ୍ଷାଫଳ ପ୍ରକାଶ ପାଇବ। କୃତକାର୍ଯ୍ୟ ଛାତ୍ରମାନଙ୍କୁ ଫେବୃୟାରୀ ୨୦ରୁ ମାର୍ଚ୍ଚ ୧୦ ମଧ୍ୟରେ ମେଡିକାଲ ତଥା ଶାରୀରିକ ପରୀକ୍ଷା ନିମନ୍ତେ ଉପସ୍ଥିତ ରହିବାକୁ ହେବ। ପ୍ରବେଶିକା ପରୀକ୍ଷାର ଅନ୍ତିମ ଫଳାଫଳ ତାଲିକା ମାର୍ଚ୍ଚ ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି ସୈନିକ ସ୍କୁଲ ଭୁବନେଶ୍ୱରର ଅଧ୍ୟକ୍ଷ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏସ୍‌. ଡୋମିନିକ ରାୟନ ସୂଚନା ଦେଇଛନ୍ତି।