Categories: ଗଞ୍ଜାମ

ସରପଞ୍ଚଙ୍କୁ ଆକ୍ରମଣ, ଗଁ। ପୁଣି ଅଶାନ୍ତ

ଦିଗପହଣ୍ଡି,୧୬ା୨(ଡି.ଏନ୍‌.ଏ.) – ଦିଗପହଣ୍ଡି ବ୍ଲକ କରପଡା ସରପଞ୍ଚ ଗାୟତ୍ରୀ ପ୍ରଧାନଙ୍କୁ ବିପକ୍ଷ ଗୋଷ୍ଠୀର ରାମେଶ୍ୱର ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ଶନିବାର ଅପରାହ୍ନରେ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦରେ ସରପଞ୍ଚଙ୍କ ଗୋଷ୍ଠୀ ପକ୍ଷରୁ ରାମେଶ୍ୱର ଓ ପ୍ରଶାନ୍ତଙ୍କୁ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ଦ୍ୱୟଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଘଟଣା ପରେ କରପଡା ଗାଁ ଅଶାନ୍ତ ହୋଇପଡିଛି। ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଗଁ।ରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ସରପଞ୍ଚଙ୍କ ସ୍ବାମୀ, ଦିଅର ଫେରାର ଥିବା ପୋଲିସ କହିଛି। ଗଁ।ରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ କହିଛନ୍ତି।
ପ୍ରକାଶ ଯେ, ଗ୍ରାମର ଅଭିମନ୍ୟୁ ପ୍ରଧାନ ଓ ତାଙ୍କ ଭାଇ ଜଗନ୍ନାଥଙ୍କ ମଧ୍ୟରେ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଶନିବାର ଅପରାହ୍ନରେ ଜଗନ୍ନାଥ ତାଙ୍କ ସାନ ଭାଇ ଅଭିମନ୍ୟୁଙ୍କ ଘର ପୁନାଦିକୁ ଜବରଦସ୍ତ ଖୋଳିବାରୁ ସେ ପ୍ରତିବାଦ କରିଥିଲେ। ଜଗନ୍ନାଥ ଓ ତାଙ୍କ ପୁଅ ରାମେଶ୍ୱର ଏବଂ ସାଙ୍ଗ ପ୍ରଶାନ୍ତ ମିଶି ଅଭିମନ୍ୟୁଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ତାଙ୍କ ସମ୍ପର୍କୀୟ ସରପଞ୍ଚ ଗାୟତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ଖବର ପାଇ ଗାୟତ୍ରୀଙ୍କ ଗୋଷ୍ଠୀ ପହଞ୍ଚତ୍ ସେମାନଙ୍କୁ ଆକ୍ରମଣ କରିଥିଲେ।
ଏନେଇ ସରପଞ୍ଚ ପ୍ରଧାନଙ୍କୁ ପଚାରିବାରୁ, ଶନିବାର ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିଲା। ସେଠାରୁ ଘରକୁ ଫେରି ବିଶ୍ରାମ ନେଉଥିବା ବେଳେ ଘର ସମ୍ମୁଖରେ ପାଟିତୁଣ୍ଡ ଶୁଣିଥିଲି। ବାହାରକୁ ଆସି ଅଭିମନ୍ୟୁ ଓ ଜଗନ୍ନାଥଙ୍କୁ ପାଟିତୁଣ୍ଡ ବନ୍ଦ କରିବାକୁ କହିବା ସହ ୨୦ ତାରିଖରେ ଥାନାରେ ସମାଧାନ ପାଇଁ ସ୍ଥିର ହୋଇଛି। ତା ପୂର୍ବରୁ କାହିଁକି ପୁନାଦି ଖୋଳୁଛ ବୋଲି କହିବାରୁ ତାଙ୍କୁ ରାମେଶ୍ୱର ଓ ପ୍ରଶାନ୍ତ ଗାଳିଗୁଲଜ କରିଥିଲେ। ତାଙ୍କ ଶାଶୁ ପହଞ୍ଚତ୍ବାରୁ ତାଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରେ ସ୍ବାମୀ ଓ ଦିଅର ପହଞ୍ଚତ୍ବା ପରେ ଉଭୟ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ ବୋଲି କହିଛନ୍ତି। ଖବର ଲେଖାହେବା ସୁଦ୍ଧା ଥାନାରେ ମାମଲା ହୋଇନାହିଁ।