Posted inଜାତୀୟ

ସରକାର ଗଠନ ବିଳମ୍ବିତ

ମୁମ୍ବାଇ,୮-୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନ ବିଳମ୍ବିତ ହୋଇଛି। ତ୍ରୟୋଦଶ ବିଧାନସଭା ଅବଧି ଶେଷ ହେବାକୁ ୨୪ ଘଣ୍ଟାରୁ କମ୍‌ ସମୟ ବାକି ଥିବାବେଳେ କେଉଁ ଦଳ ବା ମେଣ୍ଟ କ୍ଷମତାର ଡୋରି ଧରିବ ତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି ସମୟରେ ଭାଜପା ଜାଣିଶୁଣି ରାଷ୍ଟ୍ରପତି ଶାସନ ଜାରି ପାଇଁ ସ୍ଥିତି ସୃଷ୍ଟି କରୁଛି ବୋଲି ଶିବସେନା ପକ୍ଷରୁ ଅଭିଯୋଗ କରାଯାଇଛି। ସେପଟେ ଭାଜପାର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ସମ୍ଭାବ୍ୟ ସାମ୍ବିଧାନିକ ସଙ୍କଟ ପରିପ୍ରେକ୍ଷୀରେ ବିଳମ୍ବଜନିତ ଆଇନଗତ ଦିଗ ସମ୍ପର୍କରେ ଆଲୋଚନା କରିଛି।
ଗଠନ ନେଇ ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟରା ଲାଗିରହିଛି। କେହି କାହାକୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନାରାଜ। ଶୁକ୍ରବାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାବେଳେ ଏହାର ଦିନକ ପୂର୍ବରୁ ଦୁଇ ଦଳ ପକ୍ଷରୁ କରାଯାଇଛି ଶେଷ କସରତ। ଶିବସେନା ପକ୍ଷରୁ ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ କ୍ଷମତା ଦିଆଯାଇ ଏକ ସଂକଳ୍ପନାମା ଗୃହୀତ କରାଯାଇଛି। ଉଦ୍ଧବ କହିଛନ୍ତି, ଭାଜପା ଯଦି ମୁଖ୍ୟମନ୍ତ୍ରୀ ପଦ ଶିବସେନାକୁ ଛାଡ଼ିବାକୁ ପ୍ରସ୍ତୁତ ତେବେ ଦଳର ମୁଖ୍ୟ ଅମିତ୍‌ ଶାହ ତାଙ୍କ ସହ ଆଲୋଚନା କରିବା ଉଚିତ। ଉଦ୍ଧବ ନିଜ ବାସଭବନରେ ଦଳୀୟ ବିଧାୟକମାନଙ୍କୁ ମନ୍ତ୍ରଣା ଦେବା ପରେ ସେମାନଙ୍କୁ ବାନ୍ଦ୍ରାର ଏକ ହୋଟେଲକୁ ନିଆଯାଇଛି। ସେପଟେ ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏବଂ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିଓ୍ବାର ଓ ଗିରୀଶ ମହାଜନ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସରକାର ଗଠନରେ ବିଳମ୍ବ ହୋଇଥିବା ଚନ୍ଦ୍ରକାନ୍ତ ସ୍ବୀକାର କରିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଦଳର ନେତାଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି। ଏନେଇ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟିଥିବା ଭାଜପା ନେତାମାନେ ସରକାର ଗଠନ ପାଇଁ ଦାବି କାହିଁକି ଜଣାଇଲେ ନାହିଁ। ସେମାନେ ଖାଲିହାତରେ କାହିଁକି ଫେରିଲେ। ଭାଜପା ସରକାର ଗଠନ ପ୍ରକ୍ରିୟାକୁ ବିଳମ୍ବିତ କରି ରାଷ୍ଟ୍ରପତି ଶାସନ ଜାରି ପାଇଁ ସ୍ଥିତି ସୃଷ୍ଟି କରୁଛି। ଭାଜପା ନିଜ ଅକ୍ଷମତା ଘୋଷଣା କଲେ ଶିବସେନା ପରବର୍ତ୍ତୀ ପଦକ୍ଷେପ ନେବ। ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ ହେବେ। ଆମ ପାଖରେ ସଂଖ୍ୟାବଳ ଅଛି, ଯାହାକି ବିଧାନସଭାରେ ଜଣାପଡ଼ିବ ବୋଲି ରାଉତ୍‌ କହିଛନ୍ତି। ଏହା ପୂର୍ବରୁ ସରକାର ଗଠନ ପାଇଁ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ରାଉତ୍‌ ଏହାକୁ ଖଣ୍ଡନ କରିଥିଲେ। ଏହି ପ୍ରସଙ୍ଗରେ ନାଗପୁରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ସରକାର ଗଠନ ପ୍ରକ୍ରିୟା ସହ ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ ଯୋଡ଼ାଯିବା ଅନୁଚିତ। ସେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚାକୁ ଗଡ଼କରୀ ଖଣ୍ଡନ କରିବା ସହ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ଓ ଫଡ୍‌ନବିସ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି। ଇତିମଧ୍ୟରେ ରାଜ୍ୟର ଆଡ୍‌ଭୋକେଟ ଜେନେରାଲ ଆଶୁତୋଷ କୁମ୍ଭାକୋନି ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଆଇନଗତ ଓ ସାମ୍ବିଧାନିକ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri