ସରକାର ଆଇନଜୀବୀଙ୍କୁ ଦିଅନ୍ତୁ ଆର୍ଥିକ ସହାୟତା

ଭୁବନେଶ୍ୱର,୧୯।୪(ଡି.ଏନ.ଏ.): ରାଜ୍ୟରେ ବଳବତ୍ତର ଥିବା ଲକ୍‌ଡାଉନ୍‌ କଟକଣା ଯୋଗୁ ଦୀର୍ଘଦିନ ହେଲା କୋର୍ଟ କାର୍ଯ୍ୟ ହୋଇପାରୁ ନାହିଁ। ଫଳରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ୧୮୧ ଓକିଲ ସଂଘର ମୋଟ୍‌ ୫୩ ହଜାର ଆଇନଜୀବୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ବିଶେଷକରି ଦୈନନ୍ଦିନ ପେସା ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ୭୫ ଭାଗ ଆଇନଜୀବୀ ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛନ୍ତି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର କର୍‌ପସ୍‌ ଫଣ୍ଡ ଗଠନ କରି ଏପରି ଦୁଃସ୍ଥିତି ମଧ୍ୟରେ ଥିବା ଆଇନଜୀବୀମାନଙ୍କୁ ଆଗାମୀ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତି ଏବଂ ପୂର୍ବତନ ସଭ୍ୟ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ସମେତ ବହୁ ପୂର୍ବତନ ସଦସ୍ୟ ଦାବି କରିଛନ୍ତି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା ସରକାର ରାଜ୍ୟର ୫୩ ହଜାର ଆଇନଜୀବୀଙ୍କ ପ୍ରତି ଉପେକ୍ଷିତ ମନୋଭାବ ପ୍ରଦର୍ଶନ କରୁଛନ୍ତି। ସ୍ଥାୟୀ ଆର୍ଥିକ ସୁବିଧା, ଷ୍ଟାଇପେଣ୍ଡ, ଅବସରକାଳୀନ ସହାୟତା ଆଇନଜୀବୀଙ୍କୁ ମିଳୁନାହିଁ। କିଛି ମାସ ତଳେ ଆଇନଜୀବୀ କଲ୍ୟାଣ ପାଣ୍ଠିର ମ୍ୟାଚିଙ୍ଗ ଗ୍ରାଣ୍ଟ ବା ଅନୁରୂପ ଅନୁଦାନ ରାଶିକୁ ୩ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ଘୋଷଣା କରାଯାଇଥିଲା, ଯାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି କରୋନା କଟକଣା ଯୋଗୁ କୋର୍ଟ କାର୍ଯ୍ୟରେ ସୃଷ୍ଟ ଅଚଳାବସ୍ଥା କେତେ ମାସ ଜାରି ରହିବ ତାହାର ଠିକ୍‌ଠିକଣା ନାହିଁ। ରାଜ୍ୟର ମାତ୍ର କେତେଜଣ ହାତଗଣତି ଆଇନୀଜୀବଙ୍କୁ ବାଦ ଦେଲେ ଜୀବନ ନିର୍ଦ୍ଧାରଣ ପାଇଁ ଅଧିକାଂଶଙ୍କ ସ୍ଥାୟୀ ରୋଜଗାରର ଅନ୍ୟ କୌଣସି ପନ୍ଥା ନାହିଁ। ଏହି ଚିନ୍ତାଜନକ ପରିସ୍ଥିତିରେ ଆଇନଜୀବୀଙ୍କୁ ସହାୟତା କରିବାକୁ ରାଜ୍ୟ ସରକାର, ରାଜ୍ୟ ଆଇନଜୀବୀ ପରିଷଦ, ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଚଳିତ ଏପ୍ରିଲ୍‌ ୧ରେ ରାଜ୍ୟ ଆଇନଜୀବୀ ପରିଷଦର ଏକ ସ୍ବତନ୍ତ୍ର କମିଟି ରାଜ୍ୟରେ ୧୫ରୁ ଅଧିକ ବର୍ଷ ଧରି ଓକିଲାତି କରୁଥିବା ଆଇନଜୀବୀମାନଙ୍କଠାରୁ ଆର୍ଥିକ ଅନୁଦାନ ଆଣିି ୧୦ ବର୍ଷରୁ କମ୍‌ ଓକିଲାତି କରିଥିବା ଆଇନଜୀବୀ (ବାର୍ଷିକ ରୋଜଗାର ୧ ଲକ୍ଷ ଟଙ୍କାରୁ କମ୍‌)ମାନଙ୍କୁ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ତାହା ଆଇନଜୀବୀମାନଙ୍କ ସମସ୍ୟା ସୁଧାରି ପାରିବ ନାହିଁ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟି, ରାଜ୍ୟ ସରକାର, କେନ୍ଦ୍ର ସରକାର, ଭାରତର ଆଇନଜୀବୀ ପରିଷଦ କଲ୍ୟାଣ ପାଣ୍ଠି, ରାଜ୍ୟ ଆଇନଜୀବୀ ପରିଷଦ କଲ୍ୟାଣ ପାଣ୍ଠି, ସମସ୍ତ ସ୍ବୀକୃତିପ୍ରାପ୍ତ ବରିଷ୍ଠ ଆଇନଜୀବୀ ଏବଂ ଆର୍ଥତ୍କ ସହାୟତା ଦେବାକୁ ଇଚ୍ଛୁକ ସଦସ୍ୟମାନଙ୍କଠାରୁ ଅର୍ଥରାଶି ଆଣି କର୍‌ପସ୍‌ ଫଣ୍ଡ ଗଠନ କରାଯାଉ। ଉକ୍ତ ଫଣ୍ଡରୁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଆଇନଜୀବୀମାନଙ୍କୁ ସହାୟତା ପ୍ରଦାନ କରାଯାଉ ବୋଲି ଆଇନଜୀବୀ ମହଲରେ ଦାବି ଦେଉଥିବା ପରିଷଦର ପୂର୍ବତନ ଅଧ୍ୟକ୍ଷ ମହାନ୍ତି ଏବଂ ପୂର୍ବତନ ସଭ୍ୟ ଦ୍ୱିବେଦୀ ଜଣାଇଛନ୍ତି। ଏଥିସହିତ ସାମାଜିକ ଦୂରତା ଓ ସରକାରୀ ନିର୍ଦ୍ଦେଶନାମା ବଳବତ୍ତର ରଖି ଆସନ୍ତା ୨୦ ତାରିଖରୁ ଏକ ଘଣ୍ଟା ପାଇଁ ଜରୁରିକାଳୀନ ମକଦ୍ଦମାଗୁଡ଼ିକର ପରିଚାଳନା କରାଯାଇପାରିବ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ବିଜ୍ଞପ୍ତି ଜାରି କରିଥିବାରୁ କୋର୍ଟକୁ ଯାତାୟାତ ପାଇଁ ଆଇନଜୀବୀମାନଙ୍କୁ ଅନୁମତି ପ୍ରଦାନ କରିବାକୁ ପୂର୍ବତନ ଅଧ୍ୟକ୍ଷ ମହାନ୍ତି ଓ ପୂର୍ବତନ ସଭ୍ୟ ଦ୍ୱିବେଦୀ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri