ସରକାରୀ ସୁବିଧାରୁ ବଁଚିତ୍‌ କେଁଦୁପତର ବଁଧାଲି

ସିନାପାଲି, ୩।୭ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକର ଭିନେ ଭିନେ କେଁଦୁପତର ଫଡିରେ ପତର ବଁଧାଲିମାନେ ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଥିବାର ଅଭିଯୋଗ ହେଉଛେ। ଇ କାମ୍‌ ଲାଗି ସେମାନେ ମାସାଧିକ୍‌ ଘରଦୁଆର ଛାଡ଼ି ରହୁଥିଲାବେଲେ ଫଡିରେ ସାଧାରନ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଉଥିବାର ଅଭିଯୋଗ କରିଛନ୍‌।
ସୂଚନା ହିସାବେ ସିନାପାଲି ବ୍ଲକର ୮ଟା ଫଡିରେ କେଁଦୁପତର ବଁଧାଲିମାନେ ପତରବଁଧା କାମ୍‌ କରୁଛନ୍‌। ଇମାନେ ସଭେ ପାଖାପାଖି ୨୦ ଦିନ୍‌ ହେଲା ଫଡିମାନକେ କାମ୍‌ କରୁଛନ୍‌। ସିନାପାଲି ଅଂଚଲର ଇ ଫଡିମାନକେ କୋମନା ସମେତ ପଡ଼ିଶା ବରଗଡ଼ ଜିଲାର ପାଇକମାଲ ଅଂଚଲରୁ ପତରବଁଧାଲିମାନେ ଆସିଛନ୍‌। ହେଲେ ସରକାରୀ ନିୟମ ହିସାବେ ଇମାନକୁ ଯେନ୍‌ ସୁବିଧା ସୁଯୋଗ ଦିଆଯିବାର କଥା ସେଟା ନାଇଁ ମିଲବାର। ଯେନ୍‌ଥିରଲାଗି ପତରବଁଧାଲିମାନେ ବଡ଼ା ଗୁଲଗୁଲା ହେଇ ଫଡିମାନକେ ରହୁଥିବାର ଅଭିଯୋଗ କରିଛନ୍‌। ସରକାରୀ ନିୟମ ହିସାବେ ଇମାନକୁ ଲାଲ୍‌ଟିନ୍‌, ମଶାରୀ, କମଲ ସମେତ ଉନିଆ ସାଜୋସାମାନ, ବୋନସ ଟଁକା ଦେବାର କଥା। ହେଲେ ନଙ୍ଗଲବୋଡ଼ ଫଡିରେ କାମ କରୁଥିବାର ପାଇକମାଲ ଅଂଚଲର ବଁଧାଲିମାନେ ଇ ସବୁ ସୁବିଧା ସୁଯୋଗ ନାଇଁ ପାଇଥିବାର ଅଭିଯୋଗ କରିଛନ୍‌। ଏପ୍ରିଲ ଆର ମେ’ ମାସେ କେଁଦୁପତର ଠୁଲେଇ ସେଟାକେ ଶୁଖେଇ ଫଡିଘରେ ବେଉଁତ କରି ରଖାଯଏସି। ଜୁଲାଇରୁ ଡିସେମ୍ବର ୬ ମାସ୍‌ ତକ୍‌ ଇ ପତରବଁଧା କାମ୍‌ ଚାଲସି। ଦୂରିଆ ଗଁାରୁ ବଁଧାଲିମାନେ ଘରେ ତାଲା ଝୁଲେଇ ପେଟପାଟନାର ଲାଗି ଫଡିକେ ଆଏସନ୍‌। ଇମାନେ ଫଡିରେ ସଖାଲୁ ବେଲବୁଡ଼ା ତକ୍‌ ପତର ସଜା, ପତରଛଟା ସମେତ ବିଡ଼ା ବଁଧା କାମ୍‌ କରସନ୍‌। ଗୁଟେ ପେଁଥାରେ ୫ କେ.ଜି. ୩ଶହ ଗ୍ରାମରୁ ଅଧ୍‌କା ଉଜନ ହେଲେ ୬୦ ଟଁକା ଦିଆଯାଏସି। ହେଲେ ଶ୍ରମିକମାନେ ପେଁଥା ଦର ୧୦୦ ଟଁକା କରବାକେ ସରକାରକୁଁ ଦାବି ଜନେଇଛନ୍‌। ଇଆଡ଼େ ବଡ଼ଭାଗି ଫଡି ଜଂଗଲ ଅଂଚଲରେ ଥିଲାବେଲେ ପତର ବଁଧାଲିମାନକର ଉପରେ ସବୁବେଲେ ଜୀବ୍‌ଜଁତୁ ଆକ୍‌ରମନର ଭଏ ରହୁଛେ। ଫଡିମାନକେ ଶୌଚାଲୟର ବେବସ୍‌ତା ନଁାଇଁନ, ଯେନ୍‌ଥିରଲାଗି ଇମାନେ ବାହାରକେ ଝାଡ଼ାଝପଟ, ଗଧାବୁଡ଼ା କରବାର ଲାଗି ଯାଉଛନ୍‌। ସେନ୍‌ତା ବିଜଲିବତୀର ଅଭାବୁ ମଶା, ମାଛି, ସଁାପ୍‌ କଁଟିଆର ଭଏ ରହୁଛେ। କେତେ ସଁାପ୍‌ କଁଟିଆ ଚବାରେ ମରୁଥିଲାବେଲେ ଅନେକ ନାନା ରୁଗ୍‌ଦୁଖ୍‌ରେ ଶଢ଼ୁଛନ୍‌। ଅନେକ ଫଡିରେ ରଁଧାବଢ଼ାର ଲାଗି ଜାଗାଠାନ୍‌ ନାଇଁଥିଲାବେଲେ ବଁଧାଲିମାନେ ବାହାରେ ଇ କାମ୍‌ କରୁଛନ୍‌। ବିଭାଗ ପତର ବଁଧାଲିକୁ ଖଁଡ଼େ ଲେଖେଁ ପଲିଥିନ୍‌ ଦେଇ ନିଜର କାମ୍‌ ସାରିଦେଉଥିବାର ଅଭିଯୋଗ ହେଉଛେ। ଇ ବାବ୍‌ଦେ ସିନାପାଲି କେଁଦୁପତର ରେଞ୍ଜର ସନ୍ତୋଷ ସୁନାନୀକୁଁ ପଚରାଲାରୁ ଆମର ତରଫୁ ବେବସ୍‌ତା କରବାର ସରକାରୀ ନିୟମ ନଁାଇଁନ। ଖାଲି କାମ୍‌ବେଲେ କିଏ ମରିଗଲେ କ୍ଷତି ପୂରନ ଦିଆଯାଏସି ଆର ବିଭାଗ ତରଫୁ ବୋନସ ଟଁକା ଦେବାର ବେବସ୍‌ତା ରହିଛେ। ହେଲେ ଏଭ୍‌ତକ୍‌ କେଁଦୁପତର ବିକ୍‌ରି ନାଇଁ ହେଇ କି କମ୍ପାନୀମାନେ ନାଇଁ ଆଏବାର। ଯେନ୍‌ଥିରଲାଗି ବଁଧାଲିମାନକୁ ବୋନସ ଟଁକା ଦେବାରେ ବିଲମ୍‌ ହେଉଛେ ବଲି ସେ କହିଥିଲେ।