ସରକାରୀ ସୁବିଧାରୁ ବଁଚିତ୍‌ ପରିବାର

ଲୋଇସିଂହା, ୨।୧୧(ଡି.ଏନ.ଏ)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମି ଗଁାର ବୃନ୍ଦାବନ କର୍ମୀ(୬୧)। ସେ ପକ୍ଷାଘାତ ରୋଗ୍‌ରେ ଖଟେ ପଡ଼ିଛନ୍‌। ଇଆଡ଼େ ବଡ଼ଖା ପୁଓର ଅକାଲ ମୁର୍‌ତୁରେ ବହ ଦୀପାଞ୍ଜଳି ବିଧବା ହେଇଯାଇଛନ୍‌। ପୁଓ ମରବାର ଦୁଇବଛର ବିତିଯାଇଥିଲେ ବି ବହ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ବୃନ୍ଦାବନ ଚିକିଛା ସୁବିଧା ଅଭାବୁ ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌।
ସୂଚନା ଅନ୍‌ସାରେ କୁଟେନପାଲି ପଁଚେତ୍‌ ଅଧୀନ ଦୁମଦୁମି ଗଁାର ବୃନ୍ଦାବନ କର୍ମୀ। ପରିବାର କହେଲେ ମାଏକିନା ବସ୍ନ କର୍ମୀ ଆର ଦୁଇ ପୁଓକେ ନେଇ ସଁସାର। ଦୁଇ ପୁଓ ବିହାଚୁରା ହେଇ ନିଜର ନିଜର ବାଟେ ରହୁଛନ୍‌। ୪ ବଛର ତଲେ ବୃନ୍ଦବନ ପକ୍ଷାଘାତ ରୋଗ୍‌ରେ ପଡ଼ି ଲକ୍ଷାଧିକ୍‌ ଟଁକା ଖରଚ୍‌ କରି ସରବ୍‌ସୁଅଁାତ୍‌ ହେଇଯାଇଛନ୍‌। ହେଲେ ରୋଗ୍‌ ଟିକେ ବି ଘୁଁଚ୍‌ବାର ନଁା ନାଇଁ ଧରବାର। ଏହେଦେ ଟଁକା ପଏସା ଅଭାବୁ ସେ ଚିକିଛା କରେଇ ନାଇଁପାରବାର। ଭଗବାନ ଭରସାରେ ଘରେ ପଡ଼ିରହିଛନ୍‌। ଇଆଡ଼େ ବଏସ୍‌ ୬୦ ଟପି ଥିଲେ ବି ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେ ଭତାର ଲାଗି ପୂରବର ସରପଁଚ୍‌କେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇଆଡ଼େ ବଡ଼ପୁଓ ହେମନ୍ତକଁର ୨ ବଛର ତଲେ ମୁର୍‌ତୁ ହେଇଯାଇଛେ। ଏନ୍‌ତାଥି ବିଧବା ବହ ଦୀପାଞ୍ଜଳି ଆର ୭ ବଛରର ନାତି ଅମନ ଅସାହା ହେଇଯାଇଛନ୍‌। ହେଲେ ଦୁଖର କଥା ହେମନ୍ତ ଚାଲିଯିବାର ୨ ବଛର ବିତିଯାଇଥିଲେ ବି ଦୀପାଞ୍ଜଳି ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଭତାର ଲାଗି ସେ ପଁଚେତ୍‌ ଅର ବ୍ଲକରେ ୪ ଥର ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ପଁଚେତ୍‌ରୁ ମିଲୁଥିବାର ୧୦ କେ.ଜି. ଚାଉଲରେ ମାସେ ଚଲବାରଟା ମା’ପୁଓର ଲାଗି ଭିଡ଼ ହେଇଯାଉଛେ ବଲି ସେ କହିଛନ୍‌। ଏନ୍‌ତାଥି ଦୀପାଞ୍ଜଳିକୁଁ ବିଧବା ଭତା, ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ସଂଗେ ପକ୍ଷାଘାତ ପୀଡ଼ିତ ବୃନ୍ଦାବନକୁଁ ଭତା ଆର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ପଚରାଲାରୁ ଏଭେ ୩ ଝନ୍‌କୁ ଭତା ଦେବାର ଅଛେ, ଯଦି ସେ ତାଲିକାରେ ତାକର ନଁା ଥିବା ଭତା ପାଇଯିବେ। ନାଇଁ ହେଲେ ଯେତେ ଜଲ୍‌ଦି ହେବା ସେମାନକୁ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri