ସରକାରୀ ସୁବିଧାରୁ ବଁଚିତ୍‌ କେଁଦୁପତର ବଁଧାଲି

ସିନାପାଲି, ୩।୭ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକର ଭିନେ ଭିନେ କେଁଦୁପତର ଫଡିରେ ପତର ବଁଧାଲିମାନେ ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଥିବାର ଅଭିଯୋଗ ହେଉଛେ। ଇ କାମ୍‌ ଲାଗି ସେମାନେ ମାସାଧିକ୍‌ ଘରଦୁଆର ଛାଡ଼ି ରହୁଥିଲାବେଲେ ଫଡିରେ ସାଧାରନ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଉଥିବାର ଅଭିଯୋଗ କରିଛନ୍‌।
ସୂଚନା ହିସାବେ ସିନାପାଲି ବ୍ଲକର ୮ଟା ଫଡିରେ କେଁଦୁପତର ବଁଧାଲିମାନେ ପତରବଁଧା କାମ୍‌ କରୁଛନ୍‌। ଇମାନେ ସଭେ ପାଖାପାଖି ୨୦ ଦିନ୍‌ ହେଲା ଫଡିମାନକେ କାମ୍‌ କରୁଛନ୍‌। ସିନାପାଲି ଅଂଚଲର ଇ ଫଡିମାନକେ କୋମନା ସମେତ ପଡ଼ିଶା ବରଗଡ଼ ଜିଲାର ପାଇକମାଲ ଅଂଚଲରୁ ପତରବଁଧାଲିମାନେ ଆସିଛନ୍‌। ହେଲେ ସରକାରୀ ନିୟମ ହିସାବେ ଇମାନକୁ ଯେନ୍‌ ସୁବିଧା ସୁଯୋଗ ଦିଆଯିବାର କଥା ସେଟା ନାଇଁ ମିଲବାର। ଯେନ୍‌ଥିରଲାଗି ପତରବଁଧାଲିମାନେ ବଡ଼ା ଗୁଲଗୁଲା ହେଇ ଫଡିମାନକେ ରହୁଥିବାର ଅଭିଯୋଗ କରିଛନ୍‌। ସରକାରୀ ନିୟମ ହିସାବେ ଇମାନକୁ ଲାଲ୍‌ଟିନ୍‌, ମଶାରୀ, କମଲ ସମେତ ଉନିଆ ସାଜୋସାମାନ, ବୋନସ ଟଁକା ଦେବାର କଥା। ହେଲେ ନଙ୍ଗଲବୋଡ଼ ଫଡିରେ କାମ କରୁଥିବାର ପାଇକମାଲ ଅଂଚଲର ବଁଧାଲିମାନେ ଇ ସବୁ ସୁବିଧା ସୁଯୋଗ ନାଇଁ ପାଇଥିବାର ଅଭିଯୋଗ କରିଛନ୍‌। ଏପ୍ରିଲ ଆର ମେ’ ମାସେ କେଁଦୁପତର ଠୁଲେଇ ସେଟାକେ ଶୁଖେଇ ଫଡିଘରେ ବେଉଁତ କରି ରଖାଯଏସି। ଜୁଲାଇରୁ ଡିସେମ୍ବର ୬ ମାସ୍‌ ତକ୍‌ ଇ ପତରବଁଧା କାମ୍‌ ଚାଲସି। ଦୂରିଆ ଗଁାରୁ ବଁଧାଲିମାନେ ଘରେ ତାଲା ଝୁଲେଇ ପେଟପାଟନାର ଲାଗି ଫଡିକେ ଆଏସନ୍‌। ଇମାନେ ଫଡିରେ ସଖାଲୁ ବେଲବୁଡ଼ା ତକ୍‌ ପତର ସଜା, ପତରଛଟା ସମେତ ବିଡ଼ା ବଁଧା କାମ୍‌ କରସନ୍‌। ଗୁଟେ ପେଁଥାରେ ୫ କେ.ଜି. ୩ଶହ ଗ୍ରାମରୁ ଅଧ୍‌କା ଉଜନ ହେଲେ ୬୦ ଟଁକା ଦିଆଯାଏସି। ହେଲେ ଶ୍ରମିକମାନେ ପେଁଥା ଦର ୧୦୦ ଟଁକା କରବାକେ ସରକାରକୁଁ ଦାବି ଜନେଇଛନ୍‌। ଇଆଡ଼େ ବଡ଼ଭାଗି ଫଡି ଜଂଗଲ ଅଂଚଲରେ ଥିଲାବେଲେ ପତର ବଁଧାଲିମାନକର ଉପରେ ସବୁବେଲେ ଜୀବ୍‌ଜଁତୁ ଆକ୍‌ରମନର ଭଏ ରହୁଛେ। ଫଡିମାନକେ ଶୌଚାଲୟର ବେବସ୍‌ତା ନଁାଇଁନ, ଯେନ୍‌ଥିରଲାଗି ଇମାନେ ବାହାରକେ ଝାଡ଼ାଝପଟ, ଗଧାବୁଡ଼ା କରବାର ଲାଗି ଯାଉଛନ୍‌। ସେନ୍‌ତା ବିଜଲିବତୀର ଅଭାବୁ ମଶା, ମାଛି, ସଁାପ୍‌ କଁଟିଆର ଭଏ ରହୁଛେ। କେତେ ସଁାପ୍‌ କଁଟିଆ ଚବାରେ ମରୁଥିଲାବେଲେ ଅନେକ ନାନା ରୁଗ୍‌ଦୁଖ୍‌ରେ ଶଢ଼ୁଛନ୍‌। ଅନେକ ଫଡିରେ ରଁଧାବଢ଼ାର ଲାଗି ଜାଗାଠାନ୍‌ ନାଇଁଥିଲାବେଲେ ବଁଧାଲିମାନେ ବାହାରେ ଇ କାମ୍‌ କରୁଛନ୍‌। ବିଭାଗ ପତର ବଁଧାଲିକୁ ଖଁଡ଼େ ଲେଖେଁ ପଲିଥିନ୍‌ ଦେଇ ନିଜର କାମ୍‌ ସାରିଦେଉଥିବାର ଅଭିଯୋଗ ହେଉଛେ। ଇ ବାବ୍‌ଦେ ସିନାପାଲି କେଁଦୁପତର ରେଞ୍ଜର ସନ୍ତୋଷ ସୁନାନୀକୁଁ ପଚରାଲାରୁ ଆମର ତରଫୁ ବେବସ୍‌ତା କରବାର ସରକାରୀ ନିୟମ ନଁାଇଁନ। ଖାଲି କାମ୍‌ବେଲେ କିଏ ମରିଗଲେ କ୍ଷତି ପୂରନ ଦିଆଯାଏସି ଆର ବିଭାଗ ତରଫୁ ବୋନସ ଟଁକା ଦେବାର ବେବସ୍‌ତା ରହିଛେ। ହେଲେ ଏଭ୍‌ତକ୍‌ କେଁଦୁପତର ବିକ୍‌ରି ନାଇଁ ହେଇ କି କମ୍ପାନୀମାନେ ନାଇଁ ଆଏବାର। ଯେନ୍‌ଥିରଲାଗି ବଁଧାଲିମାନକୁ ବୋନସ ଟଁକା ଦେବାରେ ବିଲମ୍‌ ହେଉଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri