ସରକାରୀ ଯୋଜନା ବାଟବନା: ପରଶାସନିକ ଅବହେଲାର ଶିକାର ଗୁଞ୍ଜି ଚନ୍ଦନ

କେସିଙ୍ଗା, ୧୮।୭ (ଡି.ଏନ୍‌.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଭୂମିହୀନ, ବାସହୀନମାନକୁ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ସରକାରୀ ବାବୁମାନକର ଖାମ୍‌ଖିଆଲି ମନ୍‌ଭାବ ଲାଗି ଅନେକ୍‌ ଗରିବ୍‌ ଦୁଖି ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଁଚେତ୍‌ ଅଧୀନ ଗେଟିପଡ଼ାରେ।
ସୂଚନା ଅନ୍‌ସାରେ ଗେଟିପଡ଼ାର ବାସିନ୍‌ଦା ହେଉଛନ୍‌ ନିସାହା ବିଧବା ମହିଲା ଗୁଞ୍ଜି ଚନ୍ଦନ(୬୮)। ସେ ଚଲତି ବଛର ଜାନୁୟାରୀ ମାସେ ଆପ୍‌ନେ ନଟ ଚନ୍ଦନକୁଁ ହରେଇ ଏହେଦେ ନିସାହା ଜୀବନ୍‌ ବିତଉଛନ୍‌। ହେଲେ ତାକର ୩ଟା ପୁଓ ବି ରହିଛନ୍‌। ବଡ଼ପୁଓ ୩ ବଛର ହେଲା ମାନ୍‌ସିକ ରୋଗ୍‌ରେ ପୀଡ଼ିତ ହେଇ କେନ୍‌ଆଡ଼େ ପଲେଇଯାଇଛନ୍‌। ସେନ୍‌ତା ବାକି ଦୁଇ ପୁଓ ଉତ୍ତର ଚନ୍ଦନ(୫୬) ଆର ମଚିନ ଚନ୍ଦନ(୫୧) କେନ୍ତେଶିର ଗଁାରେ ନିଜର ପରିବାର ଧରି ରହୁଛନ୍‌। ଜାଗାଠାନ୍‌ ଅଭାବୁ ଦୁଇ ବୁଢ଼ାବୁଢ଼ି ଗଁାନୁ ଖଁଡ଼େ ଦୂରେ ଥିବାର ଗେଟିପଡ଼ାରେ ଗୁଟେ ଝାଟିମାଟିର କୁରିଆ କରି ଆଏଜ୍‌କେ ୪୦ ବଛର ହେଲା ରହିଆସୁଥିଲେ। ହେଲେ ନଟ ଚାଲିଗଲା ଉତାରୁ ଏହେଦେ ଗୁଞ୍ଜି ଏକଲା ହେଇଯାଇଛନ୍‌। ଗେଟିପଡ଼ାରେ ରହିଥିବାର ତାକର କୁରିଆର ଅବସ୍‌ତା ଗୁଟେ ଗାଈ ଗୁହାଲ ଠାନୁ ବି ଆହୁରି ହୀନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ଗୁଞ୍ଜି ମାସିକ୍‌ ପାଉଥିବାର ୫ଶହ ଟଁକା ଭତା ଆର ୫ କେ.ଜି. ଚାଉଲ ନ ସାହାଭରସା। ବେଲବୁଡ଼ଲେ ବିଜଲିବତୀ ଅଭାବୁ ପଡ଼ାଟା ଅଁଧାର ଗିଲ୍‌ଗିଲ୍‌ ହେଇଯାଉଛେ। ସେନ୍‌ତା ପଡ଼ାର ଅଲପ ଦୂରେ ଝାର ଜଂଗଲ ଲାଗି ଜୀବ୍‌ଜଁତୁକର ଆକ୍‌ରମନ୍‌ ଭଏ ବି ରହୁଛେ। କେସିଙ୍ଗା ତହସିଲ ତରଫୁ ଗଲା ୨୦୦୦ ସାଲେ ନଟ ଚନ୍ଦନ ୪ ଡେସିମିଲ ଜାଗାର ପଟ୍ଟା ପାଇଛନ୍‌। ହେଲେ ପରଶାସନ୍‌ ଆଏଜ୍‌ତକ ସେ ଜାଗା ଚିନ୍‌ହଁଟ କରି ହିତାଧିକାରୀକୁଁ ଜମିର ଦଖଲ ନାଇଁଦେଇ। ସେନ୍‌ତା ଏସ୍‌ଇସିସି ତାଲିକାରେ ନଁା ଥିଲେ ବି ଗୁଞ୍ଜି ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଖାଲି ଗୁଞ୍ଜି ନୁହଁନ୍‌ ଗେଟିପଡ଼ାର ଅଖଣ୍ଡ ସାହୁ, ବୈଦେହୀ ମାଝିକଁର ଲେଖେଁ ଅନେକ ଗରିବ୍‌ ହିତାଧିକାରୀ ସରକାରୀ ଯୋଜନାରେ ୪ ଡେସିମିଲ ଜାଗା ପାଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ଜିତେନ୍ଦ୍ର ବ୍ରହ୍ମାକୁଁ ପଚରାଲାରୁ ପରକୁତରେ ସେ ଆବାସ ଯୋଜନାର ଲାଗି ହକ୍‌ଦାର ଆଏ ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ମୁଇଁ ଘଟନାର ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri