ସରକାରୀ ଯୋଜନାର ବହୁତ୍‌ ଦୂରେ କ୍ଷେତ୍ର: ବଁଚ୍‌ବାର ରାହା ଦେଖେଛେ ମହୁରୀ

ପର୍ଲା, ୧୮।୧୨ (ଡି.ଏନ୍‌.ଏ.)-ସମିଆ ଆର ପରିସ୍ଥିତି ସବୁକେ ଉଲଟ ପାଲଟ କରିଦେସି। ହେଲେ ସମିଆ ଆର ପରିସ୍ଥିତି ସଂଗେ ଯେ ଯୁଝି ଜାନିଛେ ସେ ଜୀବନ୍‌ରେ କେଭେ ନିରାଶ ନାଇଁହୁଏ। ଏନ୍‌ତା ଝନେ ନିଆରା ମୁନୁଷ୍‌କେ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଂଚଲର ଗତମୁଣ୍ଡା ଗଁାରେ।
ସୂଚନା ହିସାବେ ଗତମୁଣ୍ଡା ଗଁାର କ୍ଷେତ୍ର ଖମାରୀ(୫୦)। ଏହେଦେ ତାକର ପରିବାର କହେଲେ ମାଏକିନା ଲଳିତା(୩୪) ଆର ପୁଓ ଗଜିନ(୬)। ପହେଲା ମାଏକିନା ରୋଗ୍‌ ବେମାରୀରେ ପଡ଼ି ମରିଗଲେ। ତାକର ଦୁଇଟା ପୁଓ ଆର ଗୁଟେ ଝି’। ବଛର କେତେଟା ତଲେ ବଡ଼ ପୁଓଟା ମରି ଯାଇଥିଲାବେଲେ ସାନ୍‌ ପୁଓଟା ମାନ୍‌ସିକ ସଁତୁଲନ ହରେଇ ଇ ଗଁା ସେ ଗଁା ବୁଲୁଛନ୍‌। ଝି’ଟାକେ ଦୁଖ୍‌ସୁଖ କରି ପାସର ଗଁାରେ ବିହାଚୁରା କରିଛନ୍‌। କ୍ଷେତ୍ର ଝନେ ନିହାତି ଗରିବ ଲୋକ୍‌, ଜମିବାଡ଼ି ବଲି କିଛି ନାଇଁ। ଆଏଜ୍‌କେ ପାଖାପାଖି ୬୦ ବଛର ହେଲା ପର୍‌ହର ଡିହରେ ଝାଟିମାଟିର କୁରିଆଟେ କରି ବାପ୍‌ ଅଜା ଅମଲରୁ କୁଟୁମବସିଆ ରହିଆସୁଛନ୍‌। ହେଲେ ଚଲ୍‌ତି ବଛର ଲଘୁଚାପ ବରଷାରେ ଘରଟା ଭାଂଗି ଅଁା କରିଛେ। ତହସିଲଦାର, ଆର୍‌ଆଇ ଘରଭଂଗା ସାହାଯ୍‌ ହିସାବେ ପଲିଥିନ୍‌ ଖଁଡ଼େ ଦେଇ ନିଜର ଦାଇତିଅ ସାରିଦେଇଛନ୍‌। ଏହେଦେ ସେ ପଲିଥିନ୍‌ ଖଁଡ଼କ ଘର ଉପରେ ଢାପି ୩ ପରାନୀ କୁଟୁମ ମୁଡ଼ ଗୁଁଜିଛନ୍‌। କ୍ଷେତ୍ର ଭିନେ ଭିନେ ସମିଆରେ ପଁଚେତ୍‌ନୁ ମୂଲ କରି ଜିଲାସ୍ତରୀୟ ଅଧ୍‌କାରୀମାନକୁ ସରକାରୀ ସୁବିଧା ସୁଯୋଗ ଲାଗି ଗୁହାରି କରିଛନ୍‌, ହେଲେ କିଛି ଲାଭ ନାଇଁ। ଇଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ମାଲ୍‌ମାଲ୍‌ ଯୋଜନା ତିଆର କରୁଛନ୍‌। ହେଲେ କ୍ଷେତ୍ରର ଲାଗି ଆଏଜ୍‌ ବି ସବୁ ସରକାରୀ ଯୋଜନା ଅପହଁଚ୍‌ ହେଇ ରହିଛେ। ଇଥ୍‌ରେ ସେ ନିରାଶ ନାଇଁ ହେଇ। ନିଜର ବାପ୍‌ ଅଜାରନୁ ଶିଖିଥିବାର ମହୁରୀ ବଜାବାର କଳାକେ ସେ ଆଦରି ନେଇଛନ୍‌। ସଖାଲ ପାଏଲେ କ୍ଷେତ୍ର ଭିନେ ଭିନେ ଗଁାକେ ଯାଇ ମହୁରୀ ବଜେଇ ଭିଖ୍‌ ମାଗୁଛନ୍‌। ସେଥ୍‌ରେ ସେ ଯାହା ପାଉଛନ୍‌ ସେଥ୍‌ରେ ତାକର ତେଲନୁନ୍‌, କପଡ଼ାଲତା, ଉଷୋକଷା କରୁଛନ୍‌। ଗତମୁଣ୍ଡା ଗଁାବାସୀକର କହେବାର ହିସାବେ ପରିବାରଟା ମୂଲୁ ସୁଖ୍‌ବାସୀ। ଆଏଜ୍‌ ବି ସବୁ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ଜିଲା ଆର ଥାନୀଅ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ସେମାନେ ଦାବି କରିଛନ୍‌। ଇ ବାବ୍‌ଦେ ଥାନୀଅ ସରପଁଚ୍‌ ଜବାହାରଲାଲ ଗୋପାଳକୁଁ ପଚରାଲାରୁ ନୂତନ ବଛର୍‌ରେ ତାହାକୁ ବିଜୁ ପକାଘର ଯୋଜନାରେ ସାମିଲ କରାଯିବା ଆର ରାଶନ କାର୍ଡ ବି ଦିଆଯିବା ବଲି ସେ କହିଛନ୍‌।