ସରକାରୀ ପୋରଛାହନ୍‌ର ଘୋର ଅଭାବ:ବୁଡ଼ିଯାଉଛେ ପାରମ୍ପରିକ ମାଟି କାରିଗରୀ

କଲମପୁର, ୧୦।୭ (ଡି.ଏନ୍‌.ଏ): ସରକାର କୁଟୀର ଶିଳ୍ପର ବିକାଶ ଲାଗି ଅନେକ ଯୋଜନାରେ କାରିଗରମାନକୁ ପୋରଛାହନ୍‌ ଯୁଗେଇ ଦେଉଛନ୍‌। ହେଲେ ଆମର ସମାଜରେ ବି ଅନେକ ପାରମ୍ପରିକ୍‌ କଉଲିକ୍‌ ବୁରତି ଅଛେ। ଯେନ୍‌ଥିରେ ଭିନେ ଭିନେ ସମାଜର କାରିଗରମାନେ ଦିନ୍‌ ରାଏତ୍‌ ପରିଶ୍‌ରମ କରି ବାପ୍‌ଅଜା ଅମଲୁ ନିଜର କୁଟୁମ ପୁଷିଆସୁଛନ୍‌। ହେଲେ ସରକାରୀ ପୋରଛାହନ୍‌ ଅଭାବୁ ଇ ସବୁ ପାରମ୍ପରିକ ବୁରତି ବୁଡ଼ବାର ଉପରେ ରହିଛେ। ଆଘ ଆମର ସମାଜରେ ଲୋକ୍‌ ମାଟି ହଁାଡ଼ି, ପାତଲି, ମଠିଆ ଲେଖେଁ ଅନେକ ମାଟି ତିଆରି ଜିନିଷ ବେଭାର କରୁଥିଲେ। ହେଲେ ଦିନୁଦିନ୍‌କେ ଭିନେ ଭିନେ ଧାତୁର ବାସନ ବରତନ୍‌ ବଜାରକେ ଆଏଲାରୁ ମାଟି ଜିନିଷର ଚାହିଦା କମିଯାଇଛେ। ଯେନ୍‌ଥିରଲାଗି ଅନେକ କାରିଗର ନିଜର କଉଲିକ ବୁରତି ଛାଡ଼ି ଉନିଆ କାମ୍‌ଧଁଦା କଲାବେଲେ ଆରକେତେ ଭିନେ ଭିନେ କଲା କଉଶଲ ଆପନେଇ ଆଧୁନିକତାର ସଂଗେ ତାଲ ଦେଇ ଚାଲିଛନ୍‌। ଆଏଜ୍‌ ବି ସମାଜରେ ଭିନେ ଭିନେ ମାଏଟ୍‌ ତିଆରି ସଉଖିନ କଳାକୁରତି, ଟେରାକୋଟାର ଚାହିଦା ରହିଛେ। ହେଲେ ଇ ମାଟି କାରିଗରମାନକର ଲାଗି ବଜାର ବେବସ୍‌ତା ଆର ସରକାରୀ ପୋରଛାହନ୍‌ର ବଡ଼ଭାରି ଅଭାବ ରହିଛେ। ଯେନ୍‌ଥିରଲାଗି ଅନେକ କାରିଗର ପରିବାର ଏହେଦେ ଦୁରଦିନ୍‌ରେ ଗତି କରୁଛନ୍‌। ସେନ୍‌ତା ଆରକେତେ କାରିଗର ପରିବାର କଉଲିକ ବୁରତିରୁ ମୁହଁ ଫିରେଇ ଉନିଆ କାମ୍‌ଧଁଦା କରୁଛନ୍‌। କଲମପୁର ବ୍ଲକ ଅଂଚଲର ଧନପୁର ଭଇଁରି, ମାନପଡା, ଭାଟିଗାଁ, ଖଣ୍ଡିଡଙ୍ଗରିଗୁଡା, ବିନ୍ଦାଣିଗୁଡା, ଇଚ୍ଛାପୁର, ଭରୁଆମୁଣ୍ଡା, କଲମପୁର, ବ୍ରାହ୍ମଣ କେନ୍ଦୁଗୁଡା, ବନ୍ଦବଜା, ଟେମରା, ପରୁଆଗୁଡା, ବୋଦେଲବନ୍ଧ, ବିଜମରା, ମାଠିଆପଡା, ସାନକୁଟ୍ରୁ ଆଦି ଗାଁମାନକେ ଆଗରୁ କୁମ୍ଭାର ସମାଜର ଲୋକମାନେ ମାଟି ସାମାନ ତିଆରି, ବିକାଭଂଗା କରି ନିଜର କୁଟୁମ ପୁଷୁଥିଲେ। ହେଲେ ଦୁଖର କଥା ଆଏଜ୍‌ ବି ଇ କାରିଗରମାନେ ସରକାରୀ ପୋରଛାହନ୍‌ରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ବଜାର ବେବସ୍‌ତା ନାଇଁଥିବାର ଲାଗି କାରିଗରମାନେ ମାଟି ସାମାନ ତିଆର କଲେ ବି ବିକ୍‌ରିବଟା ଅଭାବୁ ଦୁରଦିନ୍‌ରେ ଗତି କରୁଛନ୍‌। ଯେତେ ଜଲଦି ହେବା ସରକାର ଇ କାରିଗରମାନକୁ ପୋରଛାହନ ଯୁଗେଇ ଦେବାର ସଂଗେ ବଜାର ବେବସ୍‌ତା କରବାର ଲାଗି ଅଂଚଲର ବୁଧିଜୀବୀ ମହଲରେ ଦାବି ହେଉଛେ।