ମଦ ଦୋକାନୀଙ୍କୁ ପୁରସ୍କାର ପ୍ରସଙ୍ଗ, ସରକାରୀ ନିଷ୍ପତ୍ତି ହୋଇନାହିଁ : ମନ୍ତ୍ରୀ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଭଲ ରାଜସ୍ବ ପ୍ରଦାନ କରୁଥିବା ମଦ ଦୋକାନୀଙ୍କୁ ପୁରସ୍କାର ଦେବା କଥା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏନେଇ କେବଳ ସୁପାରିସ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଉତ୍ତର ରଖିଛନ୍ତି। ଅବକାରୀ ରାଜସ୍ବ ବାବଦରେ ୨୦୧୮-୧୯ରେ ୨୧.୮୭ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥାତ୍‌ ଏହି ଆର୍ଥିକ ବର୍ଷରେ ୩୯୨୫.୪୧ କୋଟି ଟଙ୍କା ରାଜସ୍ବ ମିଳିଛି। ଏହା ପୂର୍ବରୁ ୨୦୧୭-୧୮ରେ ଏହା ୩୨୨୧.୦୩ କୋଟି, ୨୦୧୬-୧୭ରେ ୨୭୮୬.୨୫ କୋଟି, ୨୦୧୫-୧୬ରେ ୨୫୬୮.୬୮ କୋଟି ଏବଂ ୨୦୧୪-୧୫ରେ ୨୦୩୮.୭୯ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ୨୦୦୯-୧୦ରେ ୮୪୮.୯୬ କୋଟି, ୨୦୧୦-୧୧ରେ ୧୦୯୪.୩୮ କୋଟି, ୨୦୧୧-୧୨ରେ ୧୩୭୯ କୋଟି, ୨୦୧୨-୧୩ରେ ୧୪୯୯.୯୦ କୋଟି ଏବଂ ୨୦୧୩-୧୪ରେ ୧୭୮୦.୨୮ କୋଟି ଟଙ୍କା ଅବକାରୀ ରାଜସ୍ବ ଭାବେ ସଂଗୃହୀତ ହୋଇଥିଲା।
ଗୃହରେ ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝି ରାଜ୍ୟ ସରକାରଙ୍କ ଅବକାରୀ ନୀତିକୁ ସମାଲୋଚନା କରିଛନ୍ତି। ମୋହନ କହିଛନ୍ତି ଯେ, ଗୋଟିଏପଟେ ମଦକୁ ରୋକିବା ପାଇଁ ସରକାର କହୁଥିବା ବେଳେ ଅପରପକ୍ଷରେ ଷ୍ଟାଣ୍ଡିଂ କମିଟି ଅଧିକ ମଦ ବିକ୍ରି କରୁଥିବା ଦୋକାନୀଙ୍କୁ ପୁରସ୍କାର ପାଇଁ ସୁପାରିସ କରୁଛି। ରାଜ୍ୟ ସରକାର ମଦ ନୀତିକୁ ନେଇ ଦୋମୁହାଁ ରଣନୀତି ପ୍ରଦର୍ଶନ କରୁଛନ୍ତି। ମଦନୀତି ବାବଦରେ ସେ ପଚାରିଥିବା ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ମିଳି ନ ଥିବାରୁ ମୋହନ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ପରଜଙ୍ଗ ବିଧାୟକ ନୃସିଂହ ସାହୁ ଆମ୍ବପଳାସ ଗାଁରେ ଚୋରାମଦ କାରବାର ନେଇ ଅବକାରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ସେଠାରେ ହେଉଥିବା ଧରପଗଡ଼ ଜିଲା ପ୍ରଶାସନ-ଅବକାରୀ ବିଭାଗର ସଲାସୁତୁରାରେ ହେଉଥିବା ଅଭିଯୋଗ କରିଥିଲେ। ତେଣୁ ରାଜ୍ୟସ୍ତରୀୟ ଅଧିକାରୀ ସେଠାକୁ ଯାଇ ଧରପଗଡ଼ କରନ୍ତୁ ବୋଲି ନୃସିଂହ ଅନୁରୋଧ କରିଥିଲେ। ଅବକାରୀ ମନ୍ତ୍ରୀ ପୂଜାରୀ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଇଥିଲେ। ମହିଳାମାନେ ବିଭିନ୍ନ ସମୟରେ ମଦ ବିରୋଧରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ଆନ୍ଦୋଳନ ପରେ ମଦ ଦୋକାନ ବନ୍ଦ ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଜେଡି ବିଧାୟକ ପ୍ରତାପଦେବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ପୂଜାରୀ ବିଭିନ୍ନ ନିୟମ ବିଷୟରେ ବର୍ଣ୍ଣନା କରିବା ସହ ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବାସ ପାଣିଗ୍ରାହୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ବେହେରା ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri