ସରକାରୀ କାର୍ଯ୍ୟାଳୟରେ ଗଡୁଛି ବିଦ୍ୟୁତ୍‌ ବିଲ୍‌: ୩୯ ବିଭାଗର ବକେୟା ପଡ଼ିଛି ୨ କୋଟି ୭୭ ଲକ୍ଷ

ନୟାଗଡ଼ ଅଫିସ,୩୦।୧୧-ଘରୋଇ ହେଉ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଗୋଟିଏ ମାସରୁ ଅଧିକ ଦିନ ବିଲ୍‌ ପୈଠ ନ ହେଲେ ପର ଦିନ ବିଦ୍ୟୁତ୍‌ ବିଭାଗ ସଂଯୋଗ କାଟି ଦେଇଥାଏ। ଫଳରେ ବିଦ୍ୟୁତ୍‌ ଉପଭୋକ୍ତା ବିନା ବିଦ୍ୟୁତ୍‌ରେ ହନ୍ତସନ୍ତ ହୁଅନ୍ତି। ହେଲେ ଜିଲାର ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ୍‌ ପୈଠ ନ ହୋଇ ବାକି ପଡିଥିବା ବେଳେ ସେମାନଙ୍କ ଉପରେ କିନ୍ତୁ ବିଦ୍ୟୁତ୍‌ ବିଭାଗର କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ। ନୟାଗଡ଼ ଜିଲା ସେସୁ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ୩୯ ବିଭାଗରେ ୨ କୋଟି ୭୭ ଲକ୍ଷ ୨୯ ହଜାର ୯୩୦ ଟଙ୍କା ବିଦ୍ୟୁତ ବିଲ୍‌ ବକେୟା ପଡ଼ିଛି। ଏମାନଙ୍କର କିନ୍ତୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଉ ନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୬୭ ଲକ୍ଷ ୩୦ ହଜାର ୮୪୯ ଟଙ୍କା ବିଲ୍‌ ଗଡ଼ୁଥିବା ବେଳେ ଏହା ପଛକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୦ ଲକ୍ଷ ୪୮ ହଜାର ୫୫୫ ଟଙ୍କା, ଜନସ୍ବାସ୍ଥ୍ୟ ବିଭାଗର ୪୦ ଲକ୍ଷ ୨୩ ହଜାର ୪୨୫ ଟଙ୍କା, ପଞ୍ଚାୟତିରାଜ ବିଭାଗର ୨୯ ଲକ୍ଷ ୯୮ ହଜାର ୩୩୮ ଟଙ୍କା, ଦେବୋତ୍ତର ବିଭାଗର ୧୮ ଲକ୍ଷ ୯୮ ହଜାର ୩୮୧ ଟଙ୍କା, ଗୃହ ବିଭାଗର ୧୪ ଲକ୍ଷ ୫୭ ହଜାର ୮ ଟଙ୍କା ଭଳି ୩୯ଟି ବିଭାଗର ୨ କୋଟି ୭୭ ଲକ୍ଷ ୨୯ ହଜାର ୯୩୦ ଟଙ୍କା ବିଦ୍ୟୁତ ବିଲ୍‌ ବକେୟା ରହିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ଟଙ୍କା ବିଭାଗ କିପରି ଆଦାୟ କରି ନାହିଁ। ଏ ନେଇ ସେସୁ ନିର୍ବାହୀ ଯନ୍ତ୍ରୀ ସୁଜିତ୍‌ କୁମାର ସାହୁଙ୍କୁ ପଚାରିବାରୁ କୁହନ୍ତି, ବିଭିନ୍ନ ବିଭାଗର ବଳକା ଟଙ୍କା ଥିବା ନେଇ ସେମାନଙ୍କୁ କୁହାଯାଉଛି। ଦେବୋତ୍ତର ଓ ଶିକ୍ଷାବିଭାଗ ଠିକ୍‌ ସମୟରେ ବିଲ୍‌ କ୍ଲିୟର କରୁ ନ ଥିବା ବେଳେ ଅନ୍ୟମାନେ ଠିକ୍‌ ସମୟରେ ବିଲ୍‌ ପଇଠ କରୁଥିବା ନେଇ ସେ ପ୍ରକାଶ କରିଥିଲେ। ଶିକ୍ଷା ବିଭାଗର ବିଲ୍‌ ନ ମିଳିଥିବାରୁ ଶିକ୍ଷା କାର୍ଯ୍ୟାଳୟକୁ ୭ ଦିନ ଧରି ବିଦ୍ୟୁତ୍‌ ସେବା ବନ୍ଦ କରାଯାଇଥିଲା । ତଥାପି ସେମାନେ ବଳକା ଟଙ୍କା ପଇଠ କଲେ ନାହିଁ। ପରେ ବାଧ୍ୟ ହୋଇ ବିୁଦ୍ୟତ୍‌ ବିଭାଗ ଶିକ୍ଷା କାର୍ଯ୍ୟାଳୟକୁ ଲାଇନ୍‌ ସଂଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri