ସରକାରୀ ଓକିଲ ଦେଲେ ୭୦ ହଜାର

ଅନୁଗୋଳ ଅଫିସ, ୩୦।୪- ଅନୁଗୋଳ କୋର୍ଟରେ କାର୍ଯ୍ୟରତ ସରକାରୀ ଓକିଲମାନେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲାପାଳଙ୍କ ଜରିଆରେ ୭୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ଓକିଲ ପି.ପି. ପ୍ରଦୀପ କୁମାର ଦାଶ, ଆଡିଶିନାଲ୍‌ ପି.ପି. ତାପସ ରଞ୍ଜନ ମିଶ୍ର ଓ ପ୍ରଦୀପ କୁମାର ଭୂତିଆଙ୍କ ସହ ଆସିଷ୍ଟାଣ୍ଟ ପି.ପି. ପ୍ରକାଶ ମହାପାତ୍ର ଏବଂ ସ୍ବରୂପ କୁମାର ସିଂହ ଏହି ସହାୟତା ରାଶି ପ୍ରଦାନ କରିଥିଲେ।