ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଶିଳ୍ପସଂସ୍ଥା: କାମ ହରାଇ ଦୁର୍ଦ୍ଦିନରେ ଶ୍ରମିକ ପରିବାର

ଯାଜପୁର ଅଫିସ,୧ା୪: କରୋନା ସଂକ୍ରମଣ ରୋକିବା ନିମେନ୍ତ ଦେଶ ଲକ୍‌ଡାଉନ୍‌ କରାଯାଇଥିବାରୁ କୌଣସି ଶ୍ରମିକ ଓ କର୍ମଚାରୀଙ୍କୁ କାର୍ଯ୍ୟଚ୍ୟୁତ କିମ୍ବା ମଜୁରିରୁ ବଞ୍ଚିତ ନ କରିବାକୁ ସରକାରୀ ନିର୍ଦ୍ଦେଶ ହୋଇଛି। କିନ୍ତୁ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିଃ(ଏନଆଇଏନଏଲ) ଓ ମେସ୍କୋ ଷ୍ଟିଲ କାରଖାନା ସରକାରଙ୍କ ଏହି ନିର୍ଦ୍ଦେଶକୁ ମାନି ନାହାନ୍ତି। ଏନଆଇଏନଏଲ କାରଖାନାର କୋକଓଭେନ ଓ ବାଏ ପ୍ରଡକ୍ଟ ପ୍ଲାଣ୍ଟକୁ ସୋମବାର ବନ୍ଦ କରିବା ସହିତ ୨ ମାସ ଧରି ଦରମା ନ ଦେବା ଯୋଗୁ ପ୍ରାୟ ୧୪୦୦ ଶ୍ରମିକଙ୍କ ଜୀବନଜୀବିକା ବିପନ୍ନ ହୋଇଛି। ଏହାସହ ଏପ୍ରିଲ ୧ ତାରିଖରୁ ଠିକା ଶ୍ରମିକମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସେହିପରି ମେସ୍କୋ କାରଖାନାର କର୍ମଚାରୀମାନେ ଦୁଇ ମାସର ଦରମା ପାଇ ନାହାନ୍ତି। ବିସ୍ଥାପନର ଦୁଃଖ ସାଙ୍ଗକୁ ଶିଳ୍ପ ସଂସ୍ଥାର ଏଭଳି ଅମାନବୀୟ କାର୍ଯ୍ୟ କ୍ଷତିଗ୍ରସ୍ତ ଲୋକଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରିଛି। ଏନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଉଦ୍‌ବେଗ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୀଳାଚଳ ମିଳିତ ମଞ୍ଚର ଆବାହକ ରଞ୍ଜନ ନାୟକ କହିଛନ୍ତି, ଏନେଇ ଜିଲାପାଳ, ୫-ଟି ସଚିବ, କରୋନା ଦାୟିତ୍ୱରେ ଥିବା ମୁଖପାତ୍ର ସୁବ୍ରତ ବାଗଚି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
ନିଯୁକ୍ତି ଓ ମଜୁରି ପ୍ରଦାନରେ ଟାଳଟୁଳ ନୀତି ସମେତ ଠିକାଶ୍ରମିକ ଉଚ୍ଛେଦ ଆଇନର ଉଲଂଘନ କାରଣରୁ ସମସ୍ତ ପ୍ରକ୍ରିୟା ବିଳମ୍ବିତ ହେଉଛି। ବିଶେଷକରି ସମ୍ପ୍ରତି ଏନଆଇଏନଏଲ ଓ ମେସ୍କୋ ଷ୍ଟିଲ କମ୍ପାନୀରେ ବିସ୍ଥାପିତ ଲୋକେ ବାରମ୍ବାର କମ୍ପାନୀ ଓ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ନିକଟକୁ ଧାଇଁ ଶେଷରେ ଦାବି ହାସଲ କରି ନ ପାରି ହାରି ଯାଇଛନ୍ତି। ଅନ୍ୟପକ୍ଷରେ ଅନେକ ପରିବାର ନ୍ୟାୟ ପାଇବା ଆଶାରେ ନ୍ୟାୟାଳୟର ଦ୍ୱାରସ୍ଥ ହେଉଥିବାବେଳେ ଆଇନ ଅଦାଲତର ଗତାନୁଗତିକ ପଦ୍ଧତିରେ ନ୍ୟାୟ ବିଳମ୍ବିତ ହେଉଛି। ଏପରିସ୍ଥଳେ ଭିଟାମାଟି ଜମି, ଘର, ବୃତ୍ତି ସବୁ କିଛି ହରାଇଥିବା ଲୋକେ ବିଦ୍ରୋହୀ ହେବା ସ୍ବାଭାବିକ। ନବେ ଦଶକରୁ କଳକାରଖାନା ପ୍ରତିଷ୍ଠା ପାଇଁ ଅତି କମ ମୂଲ୍ୟରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଇଡ୍‌କୋ ଦ୍ୱାରା ଅଧିଗ୍ରହଣ କରାଯାଇଛି। ଏହାକୁ ନେଇ ନୀଳାଚଳ ବାସଚ୍ୟୁତ କମିଟି ଉ୍‌ଦବେଗ ପ୍ରକାଶ କରିବା ସହିତ ପୂର୍ବରୁ ଏକାଧିକ ବାର ଆନ୍ଦୋଳନ କରିଛି। କିନ୍ତୁ ଫଳ କ’ଣ ମିଳିବ ଶେଷରେ କମ୍ପାନୀ ବନ୍ଦ ହୋଇଛି। ନୀଳାଚଳ ଇସ୍ପାତ ନିଗମ ପାଇଁ ୨୦୫୨.୮୮ ଏକର ସରକାରୀ ଓ ୪୪୭.୧୨ ଏକର ବେସରକାରୀ ଜମି ଅଧିଗ୍ରହଣ ହୋଇଥିଲା। ଜମି ଅଧିଗ୍ରହଣ ବେଳେ ଏକର ପିଛା ୫୨ ହଜାର ଟଙ୍କା ଦିଆଯାଇଥିଲା। ଏହାପରେ ୨୦୦୬-୦୭ ସଂଶୋଧିତ ଆଇନରେ ୪୮ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଗଲା। ଏହାକୁ ମିଶି ୧ଲକ୍ଷ ଟଙ୍କା ମିଳିଥିଲା। ତେଣୁ ଏକର ପିଛା ଆହୁରି ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବାକୁ ନୀଳାଚଳ ବାସଚ୍ୟୁତ କମିଟି ଦାବି କରି ଆସୁଥିଲା। ଏହାବାଦ ଜମି ହରାଇଥିବା ବିସ୍ଥାପିତଙ୍କୁ ବଂଶାନୁକ୍ରମେ ନିଯୁକ୍ତି, ସରକାରୀ ଜମିକୁ ୨୦ ବର୍ଷରୁ ଉର୍ଦ୍ଧ୍ୱ ଜବରଦଖଲ ହୋଇଥିବା ଜମିକୁ ଭୂ-ଅର୍ଜନ ଆଇନ ୧୮୯୪ରେ ଅନ୍ତର୍ଭୁକ୍ତ କରାଯାଇ ଏକର ପିଛା ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦେବାକୁ ଦାବି ହୋଇଥିଲା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ କାରଖାନାକୁ ଘରୋଇକରଣ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ଏହାସହ ଗତ ଜାନୁୟାରୀରେ ଏନଆଇଏନଏଲରେ ଥିବା ୬ଟି ଅଂଶିଦାର ପୁଞ୍ଜି ପ୍ରତ୍ୟାହାର କରିବେ ବୋଲି ସୂଚନା ମିଳିଥିଲା। ଏଭଳିସ୍ଥିତିରେ ଏନଆଇଏନଏଲ କାରଖାନାକୁ ବନ୍ଦ କରିବା ଏବଂ ମେସ୍କୋ କାରଖାନାକୁ ଅଚଳ କରିଦେବା ସମ୍ପୂର୍ଣ୍ଣ ଭାବେ ଶ୍ରମିକ ଶୋଷଣ ବୋଲି ଶ୍ରମିକ ନେତା ଖୁଣ୍ଟିଆ ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ଲକଡାଉନ ସମୟରେ ଶ୍ରମିକଙ୍କୁ କାର୍ଯ୍ୟରୁ ଅନ୍ତର କରିବା ଠିକ ନୁହେଁ। ଏନେଇ ଜିଲା ପ୍ରଶାସନ ପକ୍ଷରୁ କମ୍ପାନୀ ମ୍ୟାନେଜମେଣ୍ଟ ସହିତ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri