ପଟ୍ଟାଙ୍ଗି,୧୮ା୭(ଡି.ଏନ୍.ଏ.): ଖରା ଛୁଟି ପରେ ଜୁନ୍ ୨୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିଲା। କିନ୍ତୁ ପାଠପଢ଼ାରେ କମ୍ ସମୟ ଦେଇ ଛୁଟି ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ବନ୍ଦ କରିଦେଉଥିଲେ ଶିକ୍ଷୟିତ୍ରୀ ଶିକ୍ଷକ। ସେମାନେ ଘରକୁ ସଅଳ ଫେରିବା ପାଇଁ ରାଜପଥ କଡ଼ରେ ଗାଡ଼ିକୁ ଅପେକ୍ଷା କରି ରହୁଥିବାର ଦୃଶ୍ୟ ପଟ୍ଟାଙ୍ଗି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏବିଇଓ ରଜନୀକାନ୍ତ ବଡ଼ନାୟକଙ୍କ ଦୃଷ୍ଟିକୁ ଆସିଥିଲା। ଏହାପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କୈଫିୟତ ତଲବ କରିବା ସହ ସ୍କୁଲ ପରିଦର୍ଶନ କରି ବିନା ଦରଖାସ୍ତରେ ଅନୁପସ୍ଥିତ ରହିଥିବା ଶିକ୍ଷକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି। ଉପରୋକ୍ତ ତାରିଖ ପରଠାରୁ ବର୍ତ୍ତମାନ ସୁଦ୍ଧା ୧୪ଟି ପଞ୍ଚାୟତ ସ୍ତରରେ ରହିଥିବା ସ୍କୁଲର ୬୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସେ କୈଫିୟତ ମାଗିସାରିଛନ୍ତି। ବ୍ଲକର କୋଟିଆ, ନୂଆଗାଁ, ଦେଓପଟ୍ଟାଙ୍ଗି, ସମ୍ବାଇ, ପୁକାଲି, ଚନ୍ଦକା ଓ ରାଲେଗଡ଼ା ପଞ୍ଚାୟତର ଅଧିକାଂଶ ସ୍କୁଲରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ନିୟମିତ ଆସୁ ନଥିବା ବେଳେ ସମୟ ପୂର୍ବରୁ ସ୍କୁଲ ଛୁଟି କରିଦେଇ ଫେରିଯାଉଥିବା ନିଜ ଗସ୍ତ ସମୟରେ ଏବିଇଓ ଦେଖିବାକୁ ପାଇଥିଲେ। ଅନ୍ୟପକ୍ଷରେ ସିଆରସିସି ଓ ଏବିଇଓଙ୍କ ଉପରେ ଚାପ ପକାଇ ସ୍କୁଲ ଯାଉ ନଥିବା କେତେକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ସେମାନଙ୍କ ପ୍ରଭାବଶାଳୀ ପରିବାର ଧମକ ଦେଉଛନ୍ତି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଜରିଆରେ ଚାପ ମଧ୍ୟ ପକାଉଥିବା ଜଣେ ସିଆରସିସି ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ
ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ
ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…
ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ
ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…
ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା
ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…
ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍ ସିଲିଣ୍ଡର, ଜବତ କରି ଉପଜିଲାପାଳ…
ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍ ସିଲିଣ୍ଡର୍କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍ କାଟ୍
ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍କାଟ୍ ହେବ ନାହିଁ…
ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ
ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…
Archives

