ସମ୍ମାନ ମିଳିଛି, ସାମ୍ବିଧାନିକ ସ୍ବୀକୃତି ନାହିଁ

ବଲାଙ୍ଗୀର ଅଫିସ, ୨୨ା୨:କୋସଲୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ବିଶ୍ୱସ୍ତରରେ ସମ୍ମାନ ଓ ଆଦର ମିଳୁଛି। ବିଭିନ୍ନ ଭାଷାରେ ଅନୁବାଦ କରାଯାଉଛି। ଖୋଦ୍‌ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଭାଷାର କବି, ଲୋକଙ୍କୁ ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରୁଛନ୍ତି। କିନ୍ତୁ କୋସଲାଞ୍ଚଳର ୨ କୋଟି ଲୋକ କହୁଥିବା କୋସଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦେଉନାହାନ୍ତି। ଏହା ହିଁ ଚରମ ବିଡ଼ମ୍ବନା। ଏଣୁ ଯଥାଶୀଘ୍ର କୋସଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରନ୍ତୁ ବୋଲି ସୋମବାର ବିଶ୍ୱ ମାତୃଭାଷା ଦିବସ ଅବସରରେ ଅନୁଷ୍ଠିତ ସଭାରେ କୋସଲାଞ୍ଚଳର ତିନି ପଦ୍ମଶ୍ରୀ ତଥା ମୃର୍ଦ୍ଧନ୍ୟ କବି, ଲେଖକ, ଗବେଷକ ଓ ଭାଷାକର୍ମୀମାନେ ଦାବି କରିଛନ୍ତି।
ସାହିତ୍ୟ ସଂସ୍କୃତି ଏକାଡେମୀ ଏବଂ କୋସଲ ହେରିଟେଜ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକାଡେମୀ ସଭାପତି ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ପଦ୍ମଶ୍ରୀ ଲୋକ କବିରତ୍ନ ହଳଧର ନାଗ, ପଦ୍ମଶ୍ରୀ ମନୋନୀତ ଗବେଷକ ନରସିଂହ ପ୍ରସାଦ ଗୁରୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଭାଷାକର୍ମୀ ରାମଭକ୍ତ ଫରିକାର, ସାକେତ ଶ୍ରୀଭୂଷଣ ସାହୁ, ବୀରେନ୍ଦ୍ର କୁମାର ଝାଙ୍କର, ପ୍ରାଧ୍ୟାପିକା ମୀନା କୁମାରୀ ମହାରଣା ମଞ୍ଚାସୀନ ହୋଇଥିଲେ। ଏକାଡେମୀ ମହାସଚିବ ଗୋରେଖନାଥ ସାହୁଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ନାଗ କହିଥିଲେ ଯେ, କୋସଲୀ ଭାଷାକୁ ରାଜ୍ୟ ବାହାରେ ତଥା ଦେଶ ବିଦେଶରେ ଆଦର କରାଯାଉଛି। ଏହି ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରାଯାଉଛି। ବିଶ୍ୱସ୍ତରୀୟ ସ୍ବୀକୃତି ମିଳିସାରିଥିବାରୁ ସାମ୍ବିଧାନିକ ସ୍ବୀକୃତି ପାଇଁ କାହାକୁ ନମୋ ନମୋ କରିବା ଅନାବଶ୍ୟକ। ପଦ୍ମଶ୍ରୀ ଗୁରୁ କହିଥିଲେ ଯେ, ରାଜ୍ୟ ଓ କେନ୍ଦ୍ର ସରକାର କୋସଲୀ ଭାଷାର ସାହିତି୍ୟକ, କବି ଓ ଗବେଷକଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରୁଛନ୍ତି। ଭାଷାକୁ ସାମ୍ବିଧାନିକ ସ୍ବୀକୃତି ବିନା ଏହାର ଅର୍ଥ କ’ଣ ବୋଲି ସେ କହିଥିଲେ। ନାଟ୍ୟଭୂଷଣ ଛୁରିଆ ତାଙ୍କ ବକ୍ତବ୍ୟରେ କୋସଲୀ ଭାଷାର ନାଟକ କିଭଳି ଯୁଗାନ୍ତକାରୀ ଓ ସାମାଜିକ ସଂସ୍କାରରେ ବିପ୍ଳବ ଆଣିଦେଇଛି ତାହା କହିଥିଲେ। ପଦ୍ମଶ୍ରୀ ଉଦ୍‌ଗାତା ତାଙ୍କ ବକ୍ତବ୍ୟରେ କୋସଲୀ ଭାଷାକୁ ମର୍ଯ୍ୟାଦା ମିଳିଛି, ଏବେ ସାମ୍ବିଧାନିକ ସ୍ବୀକୃତି ଆବଶ୍ୟକ ବୋଲି କହିଥିଲେ। ସାକେତ ସାହୁ ପ୍ରାଥମିକ ବିଦ୍ୟାଳୟରୁ କୋସଲୀ ଭାଷାରେ ପାଠପଢ଼ା ଉପରେ ଜୋର୍‌ ଦେଇଥିଲେ। ପରିସ୍ଥିତି ଏଭଳି ହେବାକୁ ଯାଉଛି ଯେ, କୋସଲୀ ଭାଷାକୁ ସରକାର ସାମ୍ବିଧାନିକ ମାନ୍ୟତା ଦେବାକୁ ବାଧ୍ୟ ହୋଇଯିବେ ବୋଲି ଅନ୍ୟତମ ବକ୍ତା ଫରିକାର ଓ ଝାଙ୍କର କହିଥିଲେ। ଅନ୍ୟତମ ଅତିଥି ମହାରଣା ମାତୃଭାଷାରେ ନାରୀମାନଙ୍କ ଭୂମିକା ଉପରେ କହିଥିଲେ। ଗବେଷିକା ସୀମାରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଜିଲାର ଭାଷାକର୍ମୀ, ସାହିତି୍ୟକ ଓ ଗବେଷକ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri