ସମ୍ମାନିତ ହେଲେ କରୋନା ଯୋଦ୍ଧା

କାମାକ୍ଷାନଗର, ୧୧।୫(ଡି.ଏନ.ଏ.) କାମାକ୍ଷାନଗରର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫର୍‌ ସ୍ମାଇଲ’ ପକ୍ଷରୁ ରବିବାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ସଙ୍କଟ ସମୟରେ ସ୍ବାସ୍ଥ୍ୟ ବିଭାଗ, ପୋଲିସ କର୍ମଚାରୀମାନେ ନିଃସ୍ବାର୍ଥପର ଭାବେ ସେବା କରି ଆସୁଛନ୍ତି। ସେମାନଙ୍କ ମନୋବଳ ବଢ଼ାଇବା ଲାଗି ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଉପଲକ୍ଷେ ପ୍ରାରମ୍ଭରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ରେକୁଳାର ହାଡ଼ଯୋଡ଼ା ବୈଦ୍ୟ, ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡାକ୍ତର ପୁଣ୍ୟଶ୍ଳୋକ ପତି କହିଲେ, ଏପରି କାର୍ଯ୍ୟକ୍ରମ ଦ୍ୱାରା କର୍ମଚାରୀଙ୍କ ମନୋବଳ ବଢ଼ିବ। ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ସହ ଲକ୍‌ଡାଉନ୍‌ ନିୟମ ପାଳନ କଲେ କରୋନାକୁ ହରାଇବା ସମ୍ଭବ ବୋଲି ସେ ମତବକ୍ତ କରିଥିଲେ। ଅନୁଷ୍ଠାନର ସଭ୍ୟ ଶୁଭାଶିଷ ରାଉତ, ମଦନ ଚନ୍ଦ୍ର ବେହେରା, ଦେବୀଦତ୍ତ ମହାପାତ୍ର, ସନ୍ତୋଷ ରାଉତ, ହୃଷୀକେଶ ସାହୁ, ରଞ୍ଜନ ବେହେରା, ବିନୋଦ ମଲ୍ଲିକ, ରଞ୍ଜିତ ମଲ୍ଲିକ, ଅଜୟ ମଲ୍ଲିକ, ବିଶ୍ବମ୍ବର ସାହୁ, ଅଶୋକ ସାହୁ, ଶାନ୍ତନୁ ନାୟକ, ରାକେଶ ଦେହୁରୀ, ରୀତେଶ ବ୍ରହ୍ମା ପ୍ରମୁଖ ସହଯୋଗ କରିଥିଲେ।