ସମ୍ଭାବ୍ୟ ବାତ୍ୟା ପାଇଁ ୧୫୦୦ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ରାଜନଗର,୧୯।୫(ଡି.ଏନ୍‌.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅମ୍ଫନ ମହାବାତ୍ୟା ଯୋଗୁ ରାଜନଗର ବ୍ଲକରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏଥିପାଇଁ ପ୍ରଶାସନ ବଙ୍ଗୋପସାଗର ତଟବର୍ତ୍ତୀ ପେଣ୍ଠ, ପ୍ରସନ୍ନପୁର, ଏଣ୍ଡୁଳାପୁର, ବାଉଁଶଗଡ଼ି, ଅଢ଼ାସୋଲ, ବରାହିପୁର, କେରୁଆପାଳ, ତାଳଚୁଆ, ବାଘମାରି ଆଦି ୨୦ଟି ଗ୍ରାମର ୧୫୦୦ଲୋକଙ୍କୁ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି। ସେଠାରେ ସେମାନଙ୍କୁ ମାଗଣା ଖାଦ୍ୟ ସହ ବିଛଣା, ମହମବତୀ ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯାଇଛି। ମହାବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଇଁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ତଟବର୍ତ୍ତୀ ନିକଟରେ ଥିବା ୧୪ଟି ପଞ୍ଚାୟତବାସୀ ବାତ୍ୟାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି।