ସମ୍ବଲପୁର ଗସ୍ତରେ ପୋଲିସ ଡିଜି: ଅପରାଧ ନିୟନ୍ତ୍ରଣ, ୫-ଟି କାର୍ଯ୍ୟକାରିତା ନେଇ ସମୀକ୍ଷା

ସମ୍ବଲପୁର,୬।୨(ବ୍ୟୁରୋ)-ପୋଲିସ ଡିଜି ଅଭୟ ଗୁରୁବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉତ୍ତରାଞ୍ଚଳ ଡିଭିଜନ ଜିଲାର ଏସ୍‌ପିମାନଙ୍କୁ ନେଇ ସେ ସମୀକ୍ଷା ବୈଠକ କରିଥିଲେ। ସାଇବର ଅପରାଧ, ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବା, ରାଜ୍ୟ ବାହାରକୁ ଆସୁଥିବା ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ଆଦି ଦିଗରେ ସେ ଆଲୋଚନା କରିଥିଲେ। ଏଥିସହ ୫-ଟି କିଭଳିି ଭାବେ କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିଥିଲେ ।