ସମ୍ପାଦକୀୟ/ଦୁଃଖଭୋଗ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁମାନ କରିଛି ଯେ, ଆସନ୍ତା ୩ ଦିନ ଧରି ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ। କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଓ ଆଉ କିଛି ସ୍ଥାନରେ ୪୫ ଡିଗ୍ରୀ ଉପରକୁ ଚାଲିଯିବ। ଇତିମଧ୍ୟରେ ରାଜ୍ୟର ଉତ୍ତପ୍ତ ସହର ଟିଟିଲାଗଡ଼ରେ ଏକାଧିକ ଦିନ ୪୫ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିସାରିଲାଣି। ୩ ମେ’ରେ ଓଡ଼ିଶା ଉପକୂଳକୁ ବାତ୍ୟା ‘ଫନୀ’ ଛୁଇଁବା ପରେ ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲାରେ ବ୍ୟାପକ କ୍ଷତି ଘଟିଛି। ବିଶେଷକରି ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ବହୁଳମାତ୍ରାରେ ଗଛ ଉପୁଡ଼ି ବା ଭାଙ୍ଗିଯିବା ପରେ ଚାରିଆଡ଼େ ଖାଁଖାଁ ପରିସ୍ଥିତି ସୃଷ୍ଟି ହୋଇଛି। ସବୁଜ ସୁନ୍ଦର ଭୁବନେଶ୍ୱରର ଗୋଟିଏ ସ୍ଥାନରେ ଛିଡ଼ା ହୋଇ ୧୦୦ କିମ୍ବା ୨୦୦ ମିଟର ଦୂରତାକୁ ଦେଖିବା ସହଜ ହେଉ ନ ଥିଲା। ଗଛସଂଖ୍ୟା କମିଯିବା ପରେ ଏବେ ମଣିଷ ଖାଲି ଆଖିରେ ବହୁଦୂରକୁ ଅନାୟାସରେ ଦେଖିପାରୁଛି। ଏଣେ ସୂର୍ଯ୍ୟଙ୍କ ତାତି ସହି ହେଉ ନାହିଁ। ଏଥିସହିତ ବାରମ୍ବାର ବିଦ୍ୟୁତ୍‌ ସେବା ବ୍ୟାହତ ହେବା ଦ୍ୱାରା ଲୋକଙ୍କ ଦୁଃଖ ବହୁଗୁଣିତ ହୋଇଯାଉଛି। ଆସନ୍ତା ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍‌ ରହିବ ବୋଲି ପାଣିପାଗ ସଂସ୍ଥାଗୁଡ଼ିକ ଯେଉଁ ଅନ୍ଦାଜ ଲଗାଇଛନ୍ତି, ତାହା ସତ ପାଲଟିଲେ କୃଷି କ୍ଷେତ୍ର ଘୋର ପ୍ରଭାବିତ ହେବ। ଫଳରେ ଖାଦ୍ୟଶସ୍ୟର ମୂଲ୍ୟ ଢେର ବଢ଼ିଯିବ ବୋଲି ବିଶେଷଜ୍ଞମାନେ ମତ ରଖିଲେଣି।
ଲକ୍ଷାଧିକ ସଂଖ୍ୟାର ଗଛ ନଷ୍ଟ ହେବା ପରେ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ମଧ୍ୟରେ ୧୮୮ କୋଟି ଟଙ୍କାର ବୃକ୍ଷରୋପଣ କରିବେ ବୋଲି ନିକଟରେ ଘୋଷଣା କରିଛନ୍ତି। ୨୦୧୯-୨୦ରେ ୧୩୦ ଲକ୍ଷ ୫୦ ହଜାର ଚାରା ରୋପଣ କରାଯିବ ବୋଲି ସରକାରୀ ଭାବେ କୁହାଯାଇଛି। ଏହିସବୁ ଚାରା ଗଛ ହୋଇ ପରିବେଶକୁ ସୁରକ୍ଷା ଦେବା ଲାଗି ଅନେକ ବର୍ଷ ଲାଗିବା ସ୍ବାଭାବିକ। ଏକ ରିପୋର୍ଟ ଅନୁଯାୟୀ, ୧୯୬୦ରେ ବାତ୍ୟା ପ୍ରତିରୋଧ କରିବା ସକାଶେ ଓଡ଼ିଶା ସରକାର ଅସଂଖ୍ୟ ଝାଉଁବଣ ସୃଷ୍ଟି କରିଥିଲେ। ହେଲେ ୧୯୯୯ ମହାବାତ୍ୟା ଓ ୨୦୧୯ର ଫନୀ ବ୍ୟାପକ ଗଛ ନଷ୍ଟ କରି ମଣିଷ ପାଇଁ ବିପଦ ସୃଷ୍ଟି କରିଛି। କେବଳ ସରକାରୀ ଭାବେ ଏ ଦିଗରେ ପ୍ରଚେଷ୍ଟା କରାଗଲେ ତାହା ଯଥେଷ୍ଟ ହେବ ନାହିଁ। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ନିଜ ପିଲାକୁ ଯତ୍ନ ନେବା ଭଳି ସମସ୍ତେ ଗଛ ଲଗାଇ ତା’ର ରକ୍ଷଣାବେକ୍ଷଣ କଲେ ହୁଏତ ପରିବେଶକୁ ଗରମ ଦାଉରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।
ଅନ୍ତର୍ଜାତୀୟ ପତ୍ରିକା ‘କ୍ଲାଇମେଟ୍‌ ଡାଇନାମିକ୍ସ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ଭାରତରେ ୨୦୨୦ରୁ ୨୦୬୪ ଦୀର୍ଘ ୪୪ ବର୍ଷ ଧରି ଏଲ୍‌ ନିନ୍ୟୋ ପ୍ରଭାବ ରହିବ। ଫଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ବର୍ଷାରେ ଅନିୟମିତତା ଦେଖାଯିବ, ଯାହାକି ଚାଷ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ଏହା ଦ୍ୱାରା ଖାଦ୍ୟଶସ୍ୟର ଅଭାବ ଦେଖାଦେଇପାରେ। ଏହି ସମୟରେ ଦକ୍ଷିଣ ଭାରତ ବିଶେଷକରି ଉପକୂଳ ଅଞ୍ଚଳ ଅଧିକ ପ୍ରଭାବିତ ହେବ। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ଏଭଳି ରିପୋର୍ଟ ଶୁଣିବା ପରେ ଯେକେହି ଚିନ୍ତିତ ରହିବା ସୁନିଶ୍ଚିତ। ହେଲେ ଏହି ଚିନ୍ତା ଲୋକଙ୍କ ମନରେ କିଛି ସମୟ ରହିଲା ପରେ ଆପେ ଆପେ ମିଳାଇ ଯାଉଥିବା ଲକ୍ଷ୍ୟ କରାଯାଉଛି। ବାରମ୍ବାର ଦେଖାଗଲାଣି ଯେ ବିପର୍ଯ୍ୟୟ ପରେ ଜନସାଧାରଣ କିଛି ଦିନ ‘ଆହା, ଚୁଚୁ’ କରିବା ପରେ ପୁରୁଣା ଖୋଇ ଦେଖାଇଥାଆନ୍ତି। ଉଦାହରଣ ସ୍ବରୂପ ଫନୀ ପରେ ପୁରୀ, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ଦୀର୍ଘଦିନ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଥିଲା। ଅଦ୍ୟାବଧି ଅନେକ ଅଞ୍ଚଳକୁ ଏହି ସୁବିଧା ମିଳିପାରି ନାହିଁ। ତେବେ ଯେଉଁ ଜାଗାକୁ ପ୍ରଥମେ ବିଜୁଳି ମିଳିଲା ଓ ଯାହାଙ୍କ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବା ଏୟାର କଣ୍ଡିସନ୍‌ର ରହିଛି, ସେମାନେ କାଳ ବିଳମ୍ବ ନ କରି ତାହାକୁ ଚାଲୁ କରିଦେଲେ। ଅସହ୍ୟ ଗରମ ଗୁଳୁଗୁଳିରେ ଜୀବନ ବିତାଉଥିବା ବେଳେ କେମିତି ଟିକେ ପଙ୍ଖା ଘୂରିବ ସେହି କଥା ଯିଏ ଭାବୁଥିଲେ ସଙ୍ଗେ ସଙ୍ଗେ ଆରାମ ଖୋଜିଲେ। ଏଭଳି ମାନସିକତା ପୋଷଣ କରୁଥିବା ବ୍ୟକ୍ତିଙ୍କଠାରୁ ପରିବେଶ ସୁରକ୍ଷା ଚିନ୍ତା କରିବା ବୃଥା।
ଆଜିର ମଣିଷ ସୁବିଧା ପାଇବା ମାତ୍ରେ ସବୁ କିଛି ରାମ୍ପି ନେଇ ନିଜେ ବଞ୍ଚିବା ପାଇଁ ଚେଷ୍ଟା କରୁଛି। ଏଭଳି ଅତ୍ୟଧିକ ଲୋଭ ଏବଂ ସ୍ବାର୍ଥପର ଚରିତ୍ର ପ୍ରକୃତିକୁ ବିଗାଡ଼ି ଦେଉଛି। ଦୁନିଆରେ ତାପମାତ୍ରା ଯେଭଳି ବଢ଼ି ଚାଲିଲାଣି ସମୟ ଆସିବ ଏୟାର କଣ୍ଡିସନ୍‌ର ଅକାମୀ ହୋଇଯିବ। ଏଭଳି ସ୍ଥଳେ ସୂର୍ଯ୍ୟଙ୍କ କିରଣରେ ହନ୍ତସନ୍ତ ହେବା ଥୟ। ତେଣୁ ସମସ୍ତେ ଏବେଠାରୁ ସଜାଗ ହେବା ଦରକାର। ପ୍ରକୃତିର ନିୟମକୁ ମାନିବା ଲାଗି ଯେତେ ସମ୍ଭବ ଉଦ୍ୟମ କରାଯାଇପାରେ, ତାହା କରଣୀୟ ହେବା ଆବଶ୍ୟକ। ମଣିଷ ଅଧିକ ଚାଲାକ ହୋଇ ଚାହିଦାଠାରୁ ଅଧିକ ବ୍ୟବହାର କରିବାର ମାନସିକତା ରଖିଲେ, ଫନୀ ଭଳି ପ୍ରାକୃତିକ ବିପର୍ଯ୍ୟୟ କାହାରିକୁ ଛାଡ଼ିବ ନାହିଁ। ଓଡ଼ିଆରେ କଥା ଅଛି, ‘ଠିକିଲେ ଶିଖିବା’। କିନ୍ତୁ ଅନେକେ ଭୁଲ୍‌ରୁ ଶିଖୁ ନ ଥିବାରୁ ଦୁଃଖଭୋଗ ବଢ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

ନୀତିଗତ ତ୍ରୁଟି

ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍‌…

ଏଇ ଭାରତରେ

ଦେବେନ୍ଦ୍ର କୁମାର ୨ ବର୍ଷର ହୋଇଥିବାବେଳେ ତାଙ୍କ କୋଳରେ ୩ଦିନର ଝିଅକୁ ଛାଡ଼ିଦେଇ ମାତାପିତା ଅରପାରିକି ଚାଲିଗଲେ। ଦିଲ୍ଲୀର ଏକ ବସ୍ତିରେ ରହୁଥିବା ଅସହାୟ ଭାଇଭଉଣୀଙ୍କୁ ସମ୍ପର୍କୀୟମାନେ…

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri