ସମ୍ପାଦକୀୟ/ଠକ ମାଷ୍ଟର

ଓଡ଼ିଶାରେ ସ୍କୁଲ ଶିକ୍ଷା ଅତି ଦୟନୀୟ ଥିବା ଦୃଷ୍ଟାନ୍ତ ନିକଟରେ ଦେଖିବାକୁ ମିଳିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏକକ ପରୀକ୍ଷା କରାଯିବା ବିଷୟ ଘୋଷଣା କରାଯାଇଥିଲା। ସେହି ଅନୁଯାୟୀ ଏବେ ପରୀକ୍ଷା ଚାଲିଛି। କିନ୍ତୁ ଦେଖିବାକୁ ମିଳିଛି ଯେ ଗଣଶିକ୍ଷା ବିଭାଗ ଠିକ୍‌ ଭାବେ ପିଲାମାନଙ୍କ ପରୀକ୍ଷା ପରିଚାଳନା କରିବାରେ ସକ୍ଷମ ହୋଇନାହିଁ। କେତେକ ବିଦ୍ୟାଳୟରେ ପ୍ରଶ୍ନପତ୍ର ନ ପହଞ୍ଚିବାରୁ ଶିକ୍ଷକମାନେ ଶିକ୍ଷା କର୍ତ୍ତୃପକ୍ଷଙ୍କଠାରୁ ହ୍ବାଟ୍ସଆପ୍‌ରେ ମିଳିଥିବା ପ୍ରଶ୍ନକୁ କଳାପଟାରେ ଲେଖିଦେଇଥିଲେ। ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହିତ ଗଞ୍ଜାମ ଜିଲାରେ ନକଲି ସାର୍ଟିଫିକେଟ ଜରିଆରେ ୪ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବିଷୟ ୩ ନଭେମ୍ବର ୨୦୧୯ରେ ଲୋକଲୋଚନକୁ ଆସିଛି। ଜଣାପଡ଼ିଛି ଯେ, ଗଞ୍ଜାମ ଜିଲା ଧରାକୋଟ ବ୍ଲକରେ ଜଣେ ମହିଳାଙ୍କ ସହ ୪ ଜଣ ମାର୍କ ଓ ବୟସ ଜାଲିଆତି କରି ମାଷ୍ଟର ହୋଇଛନ୍ତି। ସବୁଠାରୁ କୌତୂହଳ କଥା ହେଲା, ଅଷ୍ଟମ ଫେଲ୍‌ ଜଣେ ବ୍ୟକ୍ତି ସରକାରୀ ଶିକ୍ଷକ ହୋଇପାରିଥିଲେ। ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ମିଳିତ ଯାଞ୍ଚ ବେଳେ ଏହି ବିଷୟ ପଦାକୁ ଆସିଛି। ପରିଣତି ସ୍ବରୂପ ୩ ଜଣଙ୍କୁ ବହିଷ୍କାର କରାଯାଇଥିବା ବେଳେ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ଏଠାରେ ମନେପଡ଼େ ମଧ୍ୟପ୍ରଦେଶରେ କିଛିବର୍ଷ ତଳେ ହୋଇଥିବା ଭ୍ୟାପମ୍‌ ଦୁର୍ନୀତି କଥା। ଶିକ୍ଷାନୁଷ୍ଠାନରେ ନାମଲେଖାଠାରୁ ଆରମ୍ଭ କରି ଚାକିରି କ୍ଷେତ୍ରରେ ବ୍ୟାପକ ଲାଞ୍ଚ କାରବାର ବିଷୟ ସେତେବେଳେ ପଦାକୁ ଆସିଥିଲା। ସେହିଭଳି ଦେଶରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ କ୍ରମାଗତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହେଉଥିବା ଲକ୍ଷ୍ୟ କରାଯାଉଛି। ଆମ ରାଜ୍ୟରେ ବିଧିବଦ୍ଧ ଭାବେ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ କେତେକ ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି ଯେ, ବାହାର ରାଜ୍ୟରୁ ଅଧିକ ନମ୍ବର ଥିବା ମାର୍କଶିଟ୍‌ ଧରି ଆସୁଥିବା ଡିଗ୍ରୀଧାରୀ ସେମାନଙ୍କୁ ପଛରେ ପକାଇ ଦେଉଛନ୍ତି। ଆନ୍ଧ୍ରପ୍ରଦେଶ, କର୍ନାଟକ, ଉତ୍ତରପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ ଥିବା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରେ ଓଡ଼ିଶାର କେତେକ ଛାତ୍ରୀଛାତ୍ର ନାମଲେଖାଇ କେବଳ ପରୀକ୍ଷା ସମୟରେ ସେଠାକୁ ଯାଇଥାଆନ୍ତି। ଅପର୍ଯ୍ୟାପ୍ତ ଅର୍ଥ ଦେଇଦେଉଥିବାରୁ ସେଠାରେ କପି କରି ପାସ୍‌ କରିବା ସମ୍ଭବ ହୋଇଯାଉଛି। ସ୍ଥଳବିଶେଷରେ ବିନା ପରୀକ୍ଷାରେ ସାର୍ଟିଫିକେଟ ମିଳିଯାଉଥିବାର ଅଭିଯୋଗ ବାରମ୍ବାର ଶୁଣିବାକୁ ମିଳୁଛି। ଏପରି କି ରାଜ୍ୟର କେତେକ ସ୍ଥାନରେ ମେଧାବୀ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଖବର ନଜରକୁ ଆସିଛି। ଏବେ ଗଞ୍ଜାମରେ ତା’ର ପ୍ରମାଣ ମିଳିବା ପରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହିପରି ଏକାଧିକ ଘଟଣା ଲୁଚିଥାଇପାରେ। ଉପଯୁକ୍ତ ଯାଞ୍ଚ ହେଲେ ଠକ ମାଷ୍ଟରମାନଙ୍କୁ ଶିକ୍ଷା ବ୍ୟବସ୍ଥାରୁ ହଟାଇ ଦିଆଯାଇପାରନ୍ତା। ପ୍ରଶ୍ନ ଉଠୁଛି ଯାଞ୍ଚ କରିବ କିଏ? ଅଧିକାଂଶ ସ୍ଥାନରେ ଦେଖାଯାଉଛି, ଏହି ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଯାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରାରମ୍ଭିକ ଅନିୟମିତତା ସମ୍ପର୍କରେ ସୂଚନା ପାଇଛନ୍ତି କିମ୍ବା ସମ୍ପୃକ୍ତ ମଧ୍ୟ ରହିଥାଇପାରନ୍ତି। ଏଭଳି ପରିସ୍ଥିତିରେ ଅଯୋଗ୍ୟ ଶିକ୍ଷକଙ୍କୁ ଠାବ କରିବା କଷ୍ଟକର କାର୍ଯ୍ୟ। ଧରାକୋଟ ଘଟଣାକୁ ଦେଖିଲେ ଜଣାପଡ଼ୁଛି ଯେ, ନକଲି ସାର୍ଟିଫିକେଟ ଯାଞ୍ଚ କରିଥିବା ଅଧିକାରୀ ନିଜେ ଅଯୋଗ୍ୟ ବୋଲି ସତ୍ୟାସତ୍ୟ ଜାଣିପାରିଲେ ନାହିଁ। ଏଭଳି ପରିସ୍ଥିତିରେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଅଭିଭାବକମାନେ ବିଶ୍ୱାସ ରଖିବା ସମ୍ଭବପର ହେଉନାହିଁ। ଭବିଷ୍ୟତରେ ଠକ ମାଷ୍ଟରଙ୍କ ସଂଖ୍ୟା ବୃଦ୍ଧି ପାଇବା ଅଧିକ ସହଜ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri