ସମ୍ପାଦକୀୟ/ କିଏ ବଞ୍ଚାଇବ

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପର୍ଯ୍ୟସ୍ତ ହେବାରେ ଲାଗିଛି, ତାହା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଅପରାଧରୁ ଦେଖିବାକୁ ମିଳୁଛି। ନିକଟରେ କଳାହାଣ୍ଡି ଜିଲା ଭବାନୀପାଟଣାର ଏକ ଆଶ୍ରୟ ଗୃହ ମୁଖ୍ୟ ଏଚ୍‌ଆଇଭି ସଂକ୍ରମିତ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା, ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ, ଗତ ଦୁଇ ଦିନ ମଧ୍ୟରେ ସୁନ୍ଦରଗଡ଼ ଜିଲାରେ ୩ଟି ବଳାତ୍କାର ଘଟଣା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କଲାଣି। ସେହିପରି ପୁରୀ ଜିଲା ସାକ୍ଷୀଗୋପାଳ ନିକଟ ପଟ୍ଟନାୟିକିଆଠାରେ ସ୍ପଷ୍ଟ ଦିବାଲୋକରେ ୩ ଭାଇଙ୍କୁ ହତ୍ୟା କରାଯିବା ଘଟଣା ଆଇନ ଶୃଙ୍ଖଳାରେ ଦ୍ରୁତ ଅବନତି ଘଟୁଥିବା ବିଷୟକୁ ଇଙ୍ଗିତ କରୁଛି। ସବୁଠାରୁ ସମ୍ବେଦନଶୀଳ ବିଷୟ ହେଉଛି, ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୦୨ ଝିଅ ନିଖୋଜ ହୋଇଯାଇଥିବା ବିଧାନସଭାରେ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ମାତ୍ର ୭୯ ଜଣଙ୍କୁ ଠାବ କରାଯାଇଥିବା କୁହାଯାଉଛି। ନିଖୋଜ ସଂଖ୍ୟାକୁ ଦେଖିଲେ ପୋଲିସ ସେମାନଙ୍କୁ ଖୋଜିବାରେ କେତେ ତତ୍ପର ବୁଝାପଡ଼ିଯାଉଛି। ଏଭଳି ପରିପ୍ରେକ୍ଷୀରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ନିର୍ଭୟା ପାଣ୍ଠିରୁ ପାଇଥିବା ଅର୍ଥ ମଧ୍ୟରୁ ୧୦ ପ୍ରତିଶତରୁ କମ୍‌ ଖର୍ଚ୍ଚ କରିପାରିଛି। ଉଲ୍ଲେଖଯୋଗ୍ୟ, ଏ ସଂକ୍ରାନ୍ତ ୫ଟି ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ୩୪.୬୧ କୋଟି ଟଙ୍କା ଦେଇଥିବା ବେଳେ ମାତ୍ର ୨.୮୬ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିରୁ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମଧ୍ୟ ବାରି ହୋଇପଡ଼ୁଛି।
ଓଡ଼ିଶାରେ ନାବାଳିକାଙ୍କୁ ବଳାତ୍କାର ଓ ନିଖୋଜ ଝିଅମାନଙ୍କ ସଂଖ୍ୟା ଦେଖିଲେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରୁଛି। ଆଇନ ଶୃଙ୍ଖଳା ପରିସ୍ଥିତିରେ ଘୋର ଅବନତି ଦେଖାଦେଇଥିବାରୁ ବିଧାନସଭାରେ ଗତ ଦୁଇ ଦିନ ଧରିି ବିରୋଧୀ ସଦସ୍ୟମାନେ ଶାସକ ଦଳକୁ ସମାଲୋଚନା କରିଛନ୍ତି। ସରକାର ନିର୍ବାଚନରେ ଜିତିବା ଜାଣନ୍ତି, କିନ୍ତୁ କିଭଳି ରାଜ୍ୟକୁ ଶାସନ କରିବାକୁ ହୋଇଥାଏ ତାହା ଜାଣିନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ପରିସ୍ଥିତିରେ ଯଦି ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ନାବାଳିକାଙ୍କୁ ବଳାତ୍କାର ଘଟଣାକୁ ଦେଖାଯାଏ, ତେବେ ଅଧିକ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ। ଫାଣ୍ଡିଠାରୁ ମାତ୍ର ୪୦୦ ମିଟର ଦୂରରେ ଏଭଳି ଜଘନ୍ୟ କାଣ୍ଡ ଘଟିଯାଇଛି। ଅର୍ଥାତ୍‌ ପୋଲିସ ନିଜ ଆଖପାଖକୁ ଜଗିବାରେ ବିଫଳ ହେଉଥିବା ଏଥିରୁ ସ୍ପଷ୍ଟ ହେଉଛି।
ନାରୀ ସଶକ୍ତୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବିଷୟ ସର୍ବଦା କହି ଚାଲିଛନ୍ତି। କିନ୍ତୁ ନାବାଳିକା, ଯୁବତୀ ଏବଂ ମହିଳାମାନଙ୍କ ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାର ପୋଲିସ ପ୍ରଶାସନର ବିଫଳତାକୁ ସୂଚାଉଛି। ଅନୁଶାସନ ଆଣିବା ପାଇଁ ପୋଲିସ ଉପରେ ଦାୟିତ୍ୱ ଦିଆଯାଇଛି। ତଳ ସ୍ତରରେ ରହୁଥିବା ଏଏସ୍‌ଆଇ ଓ ଏସ୍‌ଆଇମାନେ ନିଜ ଥାନା ଅଞ୍ଚଳରେ ଘଟୁଥିବା ଅପରାଧ ପାଇଁ ଦାୟୀ ରହି ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନେଇପାରିଲେ ଅସାମାଜିକ ବ୍ୟକ୍ତିମାନେ ଡରନ୍ତେ। କିନ୍ତୁ ଦୁଃଖର ବିଷୟ, ଝିଅ ହରଣଚାଲଠାରୁ ଆରମ୍ଭ କରି ସବୁ ପ୍ରକାରର ଅପରାଧ ସହିତ ପୋଲିସର ସିଧାସଳଖ ସମ୍ପର୍କ ରହୁଛି। ଏହା ସମସ୍ତେ ସ୍ବୀକାର କରିବେ ଯେ, ପୋଲିସ ଅଜାଣତରେ ବା ଅନିଚ୍ଛାରେ ଅପରାଧ ଘଟାଇବା ଅସମ୍ଭବ ହୋଇଥାଏ। ଏଣେ ଉପର ସ୍ତରର ଅଧିକାରୀମାନେ ସେଟିଂରେ ଅଧିକ ବ୍ୟସ୍ତ ରହି ଦାୟିତ୍ୱରେ ଅବହେଳା କରୁଛନ୍ତି। ଏହି ମନୋଭାବର ଦୁର୍ଗନ୍ଧ ଅପରାଧୀମାନଙ୍କୁ ଉତ୍ସାହିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri