Categories: ଗଞ୍ଜାମ

ସମ୍ପର୍କୀୟ ଜୋଇଁ ନେଲା ଶ୍ୱଶୁର ଜୀବନ, ଜୋଇଁଙ୍କ ଥାନାରେ ଆତ୍ମସମର୍ପଣ

ହାତୀଓଟ/ପୋଲସରା,୧୦ା୧୦-ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବଣରାମଚନ୍ଦ୍ରପୁର (ଦଶମଇଲି) ନିକଟରେ ବୁଧବାର ମଧ୍ୟାହ୍ନରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛିି। ଗୋଚର ଜମିକୁ କେନ୍ଦ୍ର କରି ସମ୍ପର୍କୀୟ ଜୋଇଁଙ୍କ ଦ୍ୱାରା ଶ୍ୱଶୁରର ଜୀବନ ଯାଇଛି। ଜୋଇଁ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର କଂଗ୍ରେସ ନାହାକ, ସମ୍ପର୍କୀୟ ଜୋଇଁ ଓ ପୁତୁରାଙ୍କ ମଧ୍ୟରେ କିଛିଦିନ ଧରି ଏକ ଗୋଚର ଜମିକୁ ନେଇ ବିବାଦ ଲାଗି ରହିଥିଲା। ବହୁବାର ଜମିକୁ ନେବା ପାଇଁ ସମ୍ପର୍କୀୟମାନେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ବୁଧବାର ସୁପରକଳ୍ପିତ ଭାବେ ଦଶମଇଲି ଛକରେ ସମସ୍ତେ ଏକତ୍ରିତ ହୋଇ କଂଗ୍ରେସଙ୍କ ଆସିବା ବାଟକୁ ଜଗି ରହିଥିଲେ। ଏହି ସମୟରେ କଂଗ୍ରେସ ଏକ ବାଇକ୍‌ରେ ସେହି ରାସ୍ତାଦେଇ ଯାଉଥିବା ବେଳେ ସମ୍ପର୍କୀୟମାନେ ଲୁହା ରଡ୍‌ରେ ତାଙ୍କ ମୁଣ୍ଡକୁ ପିଟିବା ସହ ଛୁରି ଭୁସି ଫେରାର୍‌ ହୋଇଯାଇଥିଲେ। ପରେ ଆହତଙ୍କୁୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲସରା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି। ଏ ନେଇ ମୃତକଙ୍କ ସ୍ତ୍ରୀ ଗୋଲାପ ସମ୍ପର୍କୀୟଙ୍କ ନଁାରେ ପୋଲସରା ଥାନାରେ ଅଭିଯୋଗ କରିଛନ୍ତି। ନଂ. ୨୧୬/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପୋଲିସ କାହାକୁ ଗିରଫ କରି ନ ଥିବା ବେଳେ ଜୋଇଁ ବବୁରୁ ନାହାକ ଆତ୍ମସମର୍ପଣ କରିଛନ୍ତି। ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ପୁରୁଷୋତ୍ତମପୁର ଏସ୍‌ଡିପିଓ ନିମାଇଁ ଚରଣ ସେଠୀ ଘଟଣାସ୍ଥଳ ପରିଦର୍ଶନ କରି ମୃତକଙ୍କ ମା’ ଓ ଭଉଣୀଙ୍କ ବୟାନ ରେକର୍ଡ କରିଛନ୍ତି।