ସମୁଦ୍ର ଜୁଆର ମାଡରେ ୩୦ ପରିବାରର ବାସଗୃହ ଧ୍ୱସ୍ତବିଧ୍ୱଂସ୍ତ

ଚିକିଟି,୨୮ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତ ସମୁଦ୍ରତଟବର୍ତ୍ତୀ ଗ୍ରାମ ରାମେୟାପାଟଣା ବୁଧବାର ସକାଳେ ପୁଣି ସମୁଦ୍ର ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇଛି। ଜୁଆର ମାଡରେ ୩୦ ପରିବାର ବାସଗୃହ ଧ୍ୱସ୍ତବିଧ୍ୱଂସ୍ତ ହୋଇଯାଇଛି। କେତେକ କ୍ଷତିଗ୍ରସ୍ତ ପରିବାରର ଲୋକମାନେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବାବେଳେ ଅନ୍ୟ କେତେକ ପରିବାର ଖୋଲା ଆକାଶ ତଳେ ପଡି ରହିଛନ୍ତିି। ଏହିଭଳି ବାରମ୍ବାର ସମୁଦ୍ର ଜୁଆର ମାଡିଆସି ରାମେୟାପାଟଣାବାସୀ କ୍ଷତିଗ୍ରସ୍ତ ହେଉଥିଲେ ସୁଦ୍ଧା ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ବୁଧବାର ମଧ୍ୟାହ୍ନରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଚିକିଟି ଅତିରିକ୍ତ ତହସିଲ୍‌ଦାର ଡ. ଶକ୍ତିପ୍ରସାଦ ଶ୍ରୀଚନ୍ଦନ, ରାଜସ୍ବ ନୀରିକ୍ଷିକ ଗିରିଜା ପ୍ରସାଦ ମଲ୍ଲିକ୍‌ ରାମେୟାପାଟଣାରେ ପହଞ୍ଚତ୍ ତଦନ୍ତ କରି ଫେରିଛନ୍ତି। ଏନେଇ ସବିଶେଷ ରିପୋର୍ଟ ଜିଲା ପ୍ରଶାସନକୁ ଦିଆଯିବ ବୋଲି କହିଛନ୍ତି।