ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଧୀବରଙ୍କ ଜାଲରେ ପଡ଼ିଲା କୁମ୍ଭୀର

ବାହାନଗା,୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ରୂପଖଣ୍ଡ ସମୁଦ୍ର ମଧ୍ୟରେ ରବିବାର ଧୀବରମାନଙ୍କ ଜାଲରେ ଏକ ବଉଳା କୁମ୍ଭୀର ପଡ଼ିଛି।
ଭୋର ସମୟରେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇଥିବା ଧୀବରମାନଙ୍କ ଜାଲରେ ପଡ଼ିଥିବା ଉକ୍ତ କୁମ୍ଭୀରକୁ ସକାଳେ କୂଳକୁ ଅଣାଯାଇଥିଲା। କୁମ୍ଭୀରର ଲମ୍ବ ଆନୁମାନିକ ୪ ଫୁଟ ହେବ ବୋଲି ଜଣାପଡିଛି। ତେବେ ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି।