ସମୁଦ୍ରକୁ ମାଛ ଧରିବାକୁ ଯାଇ ଧୀବର ମୃତ

ପଦ୍ମପୁର, ୧୭ା୧୧(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅଢୁଆଁ ଗ୍ରାମର ଜଣେ ବ୍ୟକ୍ତି ସମୁଦ୍ରକୁ ମାଛ ଧରିବାକୁ ଯାଇ ଅସୁସ୍ଥ ହୋଇ ପରେ ମୃତ୍ୟୁମୁଖରେ ପଡିଛନ୍ତି। ମୃତକ ହେଲେ ଅଢୁଆଁ ଗ୍ରାମର ସୋମବାରୀ ମଳିକ। ଗତ ୧୪ ତାରିଖରେ ସୋମବାରୀଙ୍କ ସମେତ ୮ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବା ପାଇଁ ଚୁଡାମଣି ଘାଟରୁ ଏକ ବୋଟ୍‌ ଯୋଗେ ଯାଇଥିଲେ। ସମୁଦ୍ର ଭିତରେ ବୋଟ୍‌ରେ ସୋମବାରୀଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସହକର୍ମୀମାନେ ତାଙ୍କୁ ପ୍ରାଥମିକ ଚିକିସତ୍ା ପ୍ରଦାନ କରିଥିଲେ। ଏହାସେତ୍ତ୍ୱେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ସେମାନେ ମାଛ ଧରା ବାତିଲ କରି ବୋଟ୍‌କୁ ଚୁଡାମଣି ଜେଟିକୁ ସୋମବାର ଫେରାଇ ଆଣିିଥିଲେ ମଧ୍ୟ ସୋମବାରୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚୁଡାମଣି ସାମୁଦ୍ରିକ ଥାନାଧିକାରୀ ମହମ୍ମଦ ହାଫିଜ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିସତ୍ାଳୟକୁ ପଠାଇଛନ୍ତି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୬/୧୯) ରୁଜୁ ହୋଇଛି।