ସମୀକ୍ଷା କଲେ ଶକ୍ତି ମନ୍ତ୍ରୀ: କାହାରିକୁ ବିଜୁଳିରୁ ବାଦ ଦିଆଯିବନାହିଁ

ନୂଆପଡା ଅଫିସ,୨୮ା୮-ନୂଆପଡା ଭଳି ଜିଲାରେ ଅର୍ଦ୍ଧାଧିକ ଅଞ୍ଚଳ ବଣପାହାଡ ଘେରା ହୋଇ ରହିଛି । ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ । କାହାରିକୁ ବିଜୁଳୀ ଆଳୁଅରୁ ବଞ୍ଚତ୍ତ ରହିବାକୁ ଦିଆଯିବନାହିଁ। ସବୁଗାଁ ଗଳିକନ୍ଦିକୁ ବିଜୁଳି ଆଳୁଅ ପହଞ୍ଚତ୍ବ ବୋଲି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ନୂଆଦିଲ୍ଲୀରୁ କଳାହାଣ୍ଡି ଗସ୍ତ ସମୟରେ ନୂଆପଡା ଦେଇ ଗସ୍ତ କରିବା ବେଳେ ସ୍ବାଗତ ସମାରୋହରେ ଏହା କହିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ନୂଆପଡା ଜିଲା ଖରିଆରରୋଡ ସହରରେ ଆସି ପହଞ୍ଚତ୍ଥିଲେ । ଏଠାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପାଛୋଟି ଆଣିଥିବାବେଳେ ସାଢେ ୫ଟାବେଳେ ନୂଆପଡା ସହରସ୍ଥିତ ଏକତା ଛକ ନିକଟରେ ସହରବାସୀ ସ୍ବାଗତ କରିଥିଲେ। ବାଣ ରୋଶନୀ ସହ ସହର ଦୁଲୁକିପଡିଥିଲା। ଏଥିରେ ବିଜେଡି ରାଜ୍ୟ ସମ୍ପାଦକ ତଥା ରାଜ୍ୟ କ୍ରିକେଟ ଆସୋସିଏଶନ ଉପସଭାପତି ସରୋଜ କୁମାର ସାହୁ ନେତୃତ୍ୱ ନେଇଥିବାବେଳେ ସହରର ବଣିକ ସଂଘ, ଠିକାଦାର ସଂଘ ସହ ନାଗରିକ କମିଟି କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ପୁରୋହିତ, ଟୁଲୁ ପାଢୀ, ମହେଶ କୁମାର ନିଆଲ, ସୁଧୀର କୁମାର ମିଶ୍ର, ନଟରାଜ ବହିଦାର ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ସହରବାସୀଙ୍କୁ ମନ୍ତ୍ରୀ ମିଶ୍ର ଉଦ୍‌ବୋଧନ ଦେବା ପରେ ଜିଲାପାଳଙ୍କ ସଭା ଗୃହରେ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ । ଏଥିରେ ଜିଲାପାଳ ମଧୁସ୍ମିତା ସାହୁ, ଏସ୍‌ପି ବିନୀତ ଅଗ୍ରୱାଲ, ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଯୋଗଦେଇଥିଲେ। ଜିଲାରେ ବିଜୁଳୀ ସମସ୍ୟା ଉପରେ ସମୀକ୍ଷା କରି କ’ଣ ସବୁ ଦରକାର ସେ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ସୁନାବେଡା ଅଭୟାରଣ୍ୟରେ ଅର୍ଦ୍ଧାଧିକ ଲୋକ ବିଜୁଳି ଆଲୁଅ ଦେଖିପାରିନାହାନ୍ତି । ସେଠାରେ ତାର ସଂଯୋଗ ହୋଇଥିଲେ ମଧ୍ୟ ବିଜୁଳି ଯୋଗାଇଦିଆଯାଇ ପାରିନାହିଁ । ଏହା ଉପରେ ଅଧିକାରୀ ଏବଂ ଜିଲାପାଳଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ । ଏହା କେବେ କାର୍ଯ୍ୟକାରୀ ହେବ ଏବଂ ଏଥିସକାଶେ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ଉପରେ ସମୀକ୍ଷା କରାଯାଇଥିଲା।