Categories: ଜାତୀୟ

ସମାଜ ଉପରେ ଜୋର ଜବଦରଦସ୍ତ ନିଜ ଚିନ୍ତାଧାରା ଲଦି ଦେବା ନୁହେଁ ଯୁକ୍ତିଯୁକ୍ତ: ରାଷ୍ଟ୍ରପତି

ବିଶୁନପୁର,୨୯।୨: ସମାଜ ଉପରେ ଜୋର ଜବଦରଦସ୍ତ ନିଜର ବ୍ୟକ୍ତିଗତ ଚିନ୍ତାଧାରାକୁ ଲଦି ଦେବା ଯୁକ୍ତିଯୁକ୍ତ ନୁହେଁ। ଏହା ଏକ ପ୍ରକାର ବିକୃତ ମନୋଭାବ। ଅପରପକ୍ଷରେ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଭାଇଚାରାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଝାଡ଼ଖଣ୍ଡ ଗୁମଲାର ବିଶୁନପୁର ଗାଁରେ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି। ପଦ୍ମଶ୍ରୀ ଆଶୋକ ଭଗତଙ୍କ ସଂସ୍ଥା ବିକାଶ ଭାରତୀର ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟଙ୍କୁ ଏହା କହିଛନ୍ତି। ବେଳେବେଳେ କିଛି ବ୍ୟକ୍ତି ନିଜସ୍ବ ଚିନ୍ତାଧାରାକୁ ଜୋର୍‌ ଜବରଦସ୍ତ ସମାଜରେ ଳାଗୁ କରିବାକୁ ଚାହିଁଥାନ୍ତି। ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ। ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ ଯେ, ମୋ କଥା ଭଲ ଲାଗିଲେ ଏହାକୁ ଗ୍ରହଣ କର ନଚେତ ପରିତ୍ୟାଗ କର। ସେହିପରି ଚିନ୍ତାଧାରା ରଖିଲେ ଦେଶର ଉନ୍ନତିର ପଥ ସହଜ ହେବ ବୋଲି କୋବିନ୍ଦ କହିଛନ୍ତି।

Share