ସମସ୍ତ ପ୍ରବାସୀ ଫେରନ୍ତାଙ୍କ ହେବ ସ୍ବାବ ପରୀକ୍ଷା: ଜିଲାପାଳ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- କରୋନା ମୁକାବିଲା କ୍ଷେତ୍ରରେ ଯେଉଁ ବ୍ୟକ୍ତି ବିଶେଷ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା ଦେବାକୁ ଇଚ୍ଛୁକ ସେମାନେ ଗଞ୍ଜାମ ଜିଲା ପ୍ରଶାସନର କୋଭିଡ ସେଲ ସହିତ ଯୋଗାଯୋଗ କରି ଏହା କରିପାରିବେ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ପ୍ରକାଶ କରିଛନ୍ତି। ଏଥି ସହିତ ଯେଉଁମାନେ ସ୍ବଇଚ୍ଛାରେ ସହଯୋଗ କରିବାକୁ ଚାହାନ୍ତି ସେମାନେ ମଧ୍ୟ ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ୟାଳୟରେ ଖୋଲିଥିବା କୋଭିଡ ସେଲ୍‌ରେ ପଞ୍ଜିକରଣ କରିପାରିବେ। ଏହା ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ହୋଇପାରିବ। ଅଦ୍ୟାବଧି ୩୧ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନ୍‌ଲାଇନରେ ପଞ୍ଜିକରଣ କରିଥିବା ସ୍ଥଳେ ୨୨ ଗୋଟି ଅଫ୍‌ଲାଇନରେ ପଞ୍ଜିକରଣ କରିଛନ୍ତି। ସେହିପରି ୭୮୭ ଜଣ ସହଯୋଗୀ ଅନ୍‌ଲାଇନରେ ପଞ୍ଜିକରଣ କରିଥିବା ସ୍ଥଳେ ୨୭୩୪ ଜଣ ଅଫ୍‌ଲାଇନ ପଞ୍ଜିକରଣ କରିଛନ୍ତି। ତହସିଲ ଅଫିସରେ ଭିଡ କମ କରିବାପାଇଁ ଜମିଜମା ପଟ୍ଟା ଲୋକ ମାନଙ୍କ ଘରେ ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ବାହାର ରାଜ୍ୟ ଫେରନ୍ତା ଯେଉଁମାନଙ୍କୁ କ୍ବାରରାଣ୍ଟାଇନରେ ରଖାଯାଉଛି ସେମାନଙ୍କ ମଧ୍ୟରୁ ଯେଉଁମାନେ ନରେଗା କାମ ପାଇଁ ଇଚ୍ଛୁକ ତାଙ୍କର ମଷ୍ଟରରୋଲ ଉକ୍ତ କ୍ବାରାରଣ୍ଟାଇନ କେନ୍ଦ୍ରରେ ପ୍ରସ୍ତୁତ କରାଯିବ। ଗାଁ ଗହଳିରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ପଶୁସମ୍ପଦ କାର୍ଯ୍ୟ ଆରମ୍ଭ କରିବାପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରବାସୀ ଫେରନ୍ତା ସମସ୍ତଙ୍କର ସ୍ବାବ ପରୀକ୍ଷା କରାଯିବ। ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ଜିଲାପାଳ କହିଛନ୍ତି। ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ଜିଲାର ବଡବଡ କ୍ବାରାଣ୍ଟାଇନ କେନ୍ଦ୍ର ଗୁଡିକ ସମ୍ପୂର୍ଣ୍ଣ ସଜାଗ ରହିବେ। ପ୍ରତ୍ୟେକ କ୍ବାରାଣ୍ଟାଇନ କେନ୍ଦ୍ରରେ ସମାନ ପ୍ରକାର ଖାଦ୍ୟ ପ୍ରଦାନ କରିବା ପାଇଁ ଜିଲାପାଳ କହିଛନ୍ତି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri