ସମସିଆ ଘେରରେ ଗୋଠୁଗୁଡ଼ା ହାଇସ୍କୁଲ

ଝାରବନ୍ଧ, ୨୦।୨ (ଡି.ଏନ.ଏ)-  ରାଜ୍ୟ ସରକାର ଫିଏକ କିମି ଦୁରିଆଥି ପ୍ରାଇମେରି ସ୍କୁଲ, ୩ କିମିଥି ଏମ୍‌ଇସ୍କୁଲ ଆର ପଁଚେତ୍‌କ ଗୁଟେ ୟୁଜି ହାଇସ୍କୁଲ ଥାପନା କରିଛନ୍‌। ସେନ୍‌ତା ସରକାର ସ୍କୁଲ ଲଗି ନୂତନ କୁଠା, ଶିକ୍ଷକ, ବହିପତର୍‌ ପେଁଟ କୁରତା, ବେଲାରେ ଛାତ୍ରୀଛାତ୍ରକଁର ଲାଗି ପୁଷ୍ଟିକର ଖାଏଦ୍‌ର ବେବସ୍‌ତା କରି ରାଜକୋଷରୁ ପାଏନ୍‌ ମିତାର ଟଁକା ଖରଚ କରୁଛନ୍‌। ହେଲେ ବିଭାଗୀୟ କରମଚାରୀକଁର ଉଦାସିନତା ଲାଗି କେନ୍‌ଠାନେ ପଢ଼ାକୁଠି ଅଭାବ୍‌ ତ ଆର କେନ୍‌ଠାନେ ଶିକ୍ଷକ ଅଭାବୁ ପାଠ୍‌ପଢ଼ା ଖେଲଢ଼େପ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଗୋଠୁଗୁଡ଼ ୟୁଜି ହାଇସ୍କୁଲରେ।
ସୂଚନା ଅନ୍‌ସାରେ ଶିକ୍ଷାର ବଡ଼ତି ଲାଗି ୧୯୬୦ ସାଲେ ଗୋଡୁଗୁଡା ଗାଁଥି ଗୁଟେ ପ୍ରାଥମିକ ସ୍କୁଲ ଥାପନା ହେଇଥିଲା। ସ୍କୁଲଟା ୨୦୦୮-୦୯ ଶିକ୍ଷା ବଛରେ ୟୁଜି ହାଇସ୍କୁଲର ମାଏନ୍‌ତା ପାଏଲା। ଇହାଦେ ଇ ହାଇସ୍କୁଲ ଉପରେ ଗୋଠୁଗୁଡ଼ା ପଁଚେତ୍‌ର ଗୋଠୁଗୁଡ଼ା, ପଗାରପାଣି, ସଲଡ଼ିହ, ଇସ୍ଲିନ୍ଦା, ଡୁଙ୍ଗୁରିଚତା, ସନଦାଦର, କ୍ରଫୋଡଗଞ୍ଜ, ଗଁାର ଛାତ୍ରୀଛାତ୍ର ନିରଭର କରୁଛନ୍‌। ଇ ହାଇସ୍କୁଲରେ ଏହେଦେ ୧ମରୁ ୧୦ମ ଶ୍ରେଣୀ ତକ୍‌ ୩ଶହନୁ ଅଏତକା ଛାତ୍ରୀଛତ୍ର ପାଠ୍‌ ପଢ଼ୁଥିଲାବେଲେ ପଢ଼ାବାର ଲାଗି ୧୨ ଝନ୍‌ ଶିକ୍ଷକ ରହିଛନ୍‌। ୧୦ମ ତକ୍‌ ଥିବାର ଇ ହାଇସ୍କୁଲରେ କୁଲ ୧୦ଟା କୁଠି ରହିଛେ। ପ୍ରଧାନଶିକ୍ଷକ, ସାଇନ୍ସଲେବ୍‌, ଆଇସିଟି ଲେବ୍‌ ଲାଗି ତିନଟା କୁଠି ବେଭାର ହେଉଛେ। ସେନ୍‌ତା ଆର ତିନଟା କୁଠି ବିପଦ ଅବସ୍‌ତାରେ ରହିଛେ। ଇଆଡ଼େ ୨୦୧୪ ସାଲୁ ତିଆରି ଚାଲିଥିବାର ୭ଟା ନୂତନ କୁଠା ବିଭାଗୀୟ ଅଧିକାରୀମାନକର୍‌ ଅବହେଲା ଲାଗି ଦରଖଁଡ଼ିଆ ହେଇ ପଡ଼ିଛେ। ସ୍କୁଲ ପରିସରରେ ଦୁଇଟା ନଲ୍‌ଚୁଅଁା ରହିଛେ ସତ୍‌ ହେଲେ ସେଥ୍‌ରୁ ଦରକାର ହିସାବେ ପାଏନ୍‌ ନାଇଁ ବାହାରୁଥିବାର ଛାତ୍ରୀଛାତ୍ର ଅଭିଯୋଗ କରିଛନ୍‌। ସେନ୍‌ତା ସ୍କୁଲରେ ପ୍ରଧାନଶିକ୍ଷକ, ଗଣିତ ଶିକ୍ଷକ, କିରାଣୀ, ପିଅନ ପଦବୀ ଖାଲି ପଡ଼ିଛେ। ଜିଲା ପରଶାସନ ଆର ବିଭାଗୀୟ ଅଧ୍‌କାରୀ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ ଦିଗେ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।