ସମବାୟ ବ୍ୟାଙ୍କ ଚେକ୍‌ କ୍ଲିୟରାନ୍ସରେ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୩: ୟେସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର ଉଠାଣ କଟକଣା ଯୋଗୁ ଉକ୍ତ ବ୍ୟାଙ୍କର ବିଭିନ୍ନ ପେମେଣ୍ଟ ଏବଂ ଫଣ୍ଡ ଟ୍ରାନ୍ସଫର ସେବା ପ୍ରଭାବିତ ସ୍ଥିତିରେ ରହିଛି। ଏହା ଦ୍ୱାରା ପ୍ରାୟ ୫୦ କ୍ଷୁଦ୍ର ବ୍ୟାଙ୍କ ସମସ୍ୟା ସାମ୍ନା କରୁଛନ୍ତି। ଏହି ବ୍ୟାଙ୍କଗୁଡିକ ମଧ୍ୟରେ ସମବାୟ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସାମିଲ ଅଛନ୍ତି। ଏହି ବ୍ୟାଙ୍କଗୁଡିକର ଚେକ୍‌ କ୍ଲିୟରାନ୍ସ କ୍ଷେତ୍ରରେ ବିଶେଷ ସମସ୍ୟା ଉପିଜୁଛି। ୟେସ୍‌ ବ୍ୟାଙ୍କ ସମବାୟ ବ୍ୟାଙ୍କ, ଘରୋଇ ଏବଂ ବିଦେଶୀ ବ୍ୟାଙ୍କଗୁଡିକୁ ସବ୍‌ମେମ୍ବର ବ୍ୟାଙ୍କ ସେବା ପ୍ରଦାନ କରିଥାଏ। ଏହି ବ୍ୟାଙ୍କଗୁଡିକର ଅପରେଶନ ଏତେ ବଡ ହୋଇ ନ ଥିବା ଯୋଗୁ ସେମାନେ ପ୍ରତ୍ୟକ୍ଷ ମେମ୍ବରଶିପ ନ ନେଇ କୌଣସି ବ୍ୟାଙ୍କ ଦ୍ୱାରା ସବ୍‌ମେମ୍ବର ହୋଇ ସେବା ଯୋଗାଇଥାନ୍ତି। ମାତ୍ର ୟେସ୍‌ ବ୍ୟାଙ୍କରେ ବର୍ତ୍ତମାନର ସଙ୍କଟ ଯୋଗୁ ବ୍ୟାଙ୍କଗୁଡିକ ଲାଗି ବିଭିନ୍ନ ଅସୁବିଧା ଉପୁଜୁଛି। ସବ୍‌ ମେମ୍ବର ଥିବା ଏହି ଟାଇପ-୨ ବ୍ୟାଙ୍କଗୁଡିକ ଚେକ୍‌ ଟ୍ରଙ୍କଶନ ସିଷ୍ଟମ(ସିଟିଏସ୍‌) କ୍ଳିୟରିଂରେ ମଧ୍ୟ ବ୍ଲକ କରାଯାଇଛି। ଆଉଟଓ୍ବାର୍ଡ ଅନ୍‌ଓ୍ବାର୍ଡ ଚେକ୍‌ କ୍ଲିୟରିଂ କ୍ଷେତ୍ରରେ ଏହି ବ୍ୟାଙ୍କଗୁଡିକର ଚେକ୍‌ ପ୍ରୋସେସ୍‌ ହୋଇ ପାରିବ ନାହିଁ। ଏହି ବ୍ୟାଙ୍କଗୁଡିକର ଚେକ୍‌ ନ ପ୍ରଦାନ କରିବାକୁ ଗ୍ରାହକଙ୍କ ଲାଗି ସୂଚନା ରହିଛି।
ସବ୍‌ ମେମ୍ବର ବ୍ୟାଙ୍କ ସର୍ଭିସ ଦ୍ୱାରା ଛୋଟଛୋଟ ବ୍ୟାଙ୍କଗୁଡିକ ସାଧାରଣତଃ ଆର୍‌ବିଆଇ କ୍ଲିୟରିଂ ହାଉସ, ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି, ଏଟିଏମ୍‌ ଲାଗି ନ୍ୟାଶନାଲ ଫାଇନାନ୍ସିଆଲ ସ୍ବିଚ୍‌ ଭଳି ସେବା ଯୋଗାଇଥାନ୍ତି। ଦୋହା ବ୍ୟାଙ୍କ ଭଳି ବିଦେଶୀ ବ୍ୟାଙ୍କ ମଧ୍ୟ ଚେକ୍‌ କ୍ଲିୟରାନ୍ସ ସହ ବିଭିନ୍ନ ସେବାରେ ସମସ୍ୟା ସାମ୍ନା କରୁଛି। ପ୍ରଭାବିତ ହୋଇଥିବା ବ୍ୟାଙ୍କଗୁଡିକ ମଧ୍ୟରେ ୧୩ ସମବାୟ ବ୍ୟାଙ୍କ ରହିଛନ୍ତି। ଏହାବାଦ ଉତ୍ତର ପୂର୍ବାଞ୍ଚଳର ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ଏଥିରେ ସାମିଲ ରହିଛନ୍ତି। ସୂଚନା ଯୋଗ୍ୟ, ୟେସ୍‌ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆପ୍ଲିକେଶନ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌ ଯୋଗୁ ଗତ ସପ୍ତାହରେ କେତେକ ଷ୍ଟାର୍ଟଅପ୍‌ ଏବଂ ଫିନ୍‌ଟେକ କମ୍ପାନୀ ୟୁପିଆଇ ପ୍ଲାଟଫର୍ମରୁ ବ୍ଲକ କରାଯାଇଥିଲା।
ସେହିଭଳି ଏଥିରେ ଓଡିଶାର ଓଡିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ, ଉତ୍କଳ କୋଅପରେଟିଭ ବ୍ୟାଙ୍କିଙ୍ଗ ସୋସାଇଟି, ଖୋର୍ଦ୍ଧା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ଲିମିଟେଡ, ୟୁନାଇଟେଡ ପୁରୀ ନିମାପଡା ସେଣ୍ଟ୍ରାଲ କୋଅପରେଟିଭ, ପୁରୀ ଅର୍ବନା କୋଅପରେଟିଭ, ନୟାଗଡ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ, କଟକ ସେଣ୍ଟ୍ରାଲ କୋଅପରେଟିଭ, ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡ, ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋଅପରେଟିଭ, ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭ, କେନ୍ଦୁଝର ସେଣ୍ଟ୍ରାଲ କୋପଅପରେଟିଭ ବ୍ୟାଙ୍କ ରହିଛନ୍ତି। ରାଜ୍ୟରେ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟରେ ଅନୁଗୋଳ ୟୁନାଇଟେଡ ସେଣ୍ଟ୍ରାଲ କୋଅପରେଟିଭ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ବ୍ରହ୍ମପୁର କୋଅପରେଟିଭ ସେଣ୍ଟ୍ରାଲ ବ୍ୟାଙ୍କ, ବ୍ରହ୍ମପୁର କୋଅପରେଟିଭ ଅର୍ବାନ ବ୍ୟାଙ୍କ, ଆସ୍କା କୋଅପରେଟିଭ ସେଣ୍ଟ୍ରାଲ ବ୍ୟାଙ୍କ, ବୌଦ୍ଧ କୋଅପରେଟିଭ ସେଣ୍ଟ୍ରାଲ ବ୍ୟାଙ୍କ, ବଲାଙ୍ଗୀର ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ, ସମ୍ବଲପୁର ଡିଷ୍ଟ୍ରିକ୍ଟ କୋଅପରେଟିଭ ସେଣ୍ଟ୍ରାଲ ବ୍ୟାଙ୍କ, ସୁନ୍ଦରଗଡ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ, ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡ, ରାଉରକେଲା ଲିମିଟେଡ ଭଳି ବ୍ୟାଙ୍କ ସାମିଲ ରହିଛି।
ଏହି ପରିପ୍ରେକ୍ଷୀରେ ଓଡିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି କହିଛନ୍ତି ଯେ, ୟେସ୍‌ ବ୍ୟାଙ୍କରେ ସଙ୍କଟ ଯୋଗୁ ଚେକ୍‌ କ୍ଲିୟରାନ୍ସ ସମସ୍ୟା ଦେଖାଯିବାରୁ ଅନୁଗୋଳ ସ୍ଥିତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଅନ୍ୟ ଏକ ଘରୋଇ ବ୍ୟାଙ୍କ ସହଯୋଗ ଦ୍ୱାରା ଚେକ୍‌ କ୍ଲିୟରାନ୍ସ ସେବାକୁ ସାଧାରଣ କରାଯାଇଛି। ଲୋକମାନେ ଏଭଳି ସମସ୍ୟା ସାମ୍ନା ନ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଯୋଜନା ରହିଛି। ଶୀଘ୍ର ରାଜ୍ୟର ଅନ୍ୟ ସମବାୟ ବ୍ୟାଙ୍କଗୁଡିକରେ ଏହା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଅଳ୍ପ କିଛି ଦିନ ମଧ୍ୟରେ ଏଭଳି ସମସ୍ୟା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri