ସମବାୟ ବ୍ୟାଙ୍କ ଚେକ୍‌ କ୍ଲିୟରାନ୍ସରେ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୩: ୟେସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର ଉଠାଣ କଟକଣା ଯୋଗୁ ଉକ୍ତ ବ୍ୟାଙ୍କର ବିଭିନ୍ନ ପେମେଣ୍ଟ ଏବଂ ଫଣ୍ଡ ଟ୍ରାନ୍ସଫର ସେବା ପ୍ରଭାବିତ ସ୍ଥିତିରେ ରହିଛି। ଏହା ଦ୍ୱାରା ପ୍ରାୟ ୫୦ କ୍ଷୁଦ୍ର ବ୍ୟାଙ୍କ ସମସ୍ୟା ସାମ୍ନା କରୁଛନ୍ତି। ଏହି ବ୍ୟାଙ୍କଗୁଡିକ ମଧ୍ୟରେ ସମବାୟ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସାମିଲ ଅଛନ୍ତି। ଏହି ବ୍ୟାଙ୍କଗୁଡିକର ଚେକ୍‌ କ୍ଲିୟରାନ୍ସ କ୍ଷେତ୍ରରେ ବିଶେଷ ସମସ୍ୟା ଉପିଜୁଛି। ୟେସ୍‌ ବ୍ୟାଙ୍କ ସମବାୟ ବ୍ୟାଙ୍କ, ଘରୋଇ ଏବଂ ବିଦେଶୀ ବ୍ୟାଙ୍କଗୁଡିକୁ ସବ୍‌ମେମ୍ବର ବ୍ୟାଙ୍କ ସେବା ପ୍ରଦାନ କରିଥାଏ। ଏହି ବ୍ୟାଙ୍କଗୁଡିକର ଅପରେଶନ ଏତେ ବଡ ହୋଇ ନ ଥିବା ଯୋଗୁ ସେମାନେ ପ୍ରତ୍ୟକ୍ଷ ମେମ୍ବରଶିପ ନ ନେଇ କୌଣସି ବ୍ୟାଙ୍କ ଦ୍ୱାରା ସବ୍‌ମେମ୍ବର ହୋଇ ସେବା ଯୋଗାଇଥାନ୍ତି। ମାତ୍ର ୟେସ୍‌ ବ୍ୟାଙ୍କରେ ବର୍ତ୍ତମାନର ସଙ୍କଟ ଯୋଗୁ ବ୍ୟାଙ୍କଗୁଡିକ ଲାଗି ବିଭିନ୍ନ ଅସୁବିଧା ଉପୁଜୁଛି। ସବ୍‌ ମେମ୍ବର ଥିବା ଏହି ଟାଇପ-୨ ବ୍ୟାଙ୍କଗୁଡିକ ଚେକ୍‌ ଟ୍ରଙ୍କଶନ ସିଷ୍ଟମ(ସିଟିଏସ୍‌) କ୍ଳିୟରିଂରେ ମଧ୍ୟ ବ୍ଲକ କରାଯାଇଛି। ଆଉଟଓ୍ବାର୍ଡ ଅନ୍‌ଓ୍ବାର୍ଡ ଚେକ୍‌ କ୍ଲିୟରିଂ କ୍ଷେତ୍ରରେ ଏହି ବ୍ୟାଙ୍କଗୁଡିକର ଚେକ୍‌ ପ୍ରୋସେସ୍‌ ହୋଇ ପାରିବ ନାହିଁ। ଏହି ବ୍ୟାଙ୍କଗୁଡିକର ଚେକ୍‌ ନ ପ୍ରଦାନ କରିବାକୁ ଗ୍ରାହକଙ୍କ ଲାଗି ସୂଚନା ରହିଛି।
ସବ୍‌ ମେମ୍ବର ବ୍ୟାଙ୍କ ସର୍ଭିସ ଦ୍ୱାରା ଛୋଟଛୋଟ ବ୍ୟାଙ୍କଗୁଡିକ ସାଧାରଣତଃ ଆର୍‌ବିଆଇ କ୍ଲିୟରିଂ ହାଉସ, ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି, ଏଟିଏମ୍‌ ଲାଗି ନ୍ୟାଶନାଲ ଫାଇନାନ୍ସିଆଲ ସ୍ବିଚ୍‌ ଭଳି ସେବା ଯୋଗାଇଥାନ୍ତି। ଦୋହା ବ୍ୟାଙ୍କ ଭଳି ବିଦେଶୀ ବ୍ୟାଙ୍କ ମଧ୍ୟ ଚେକ୍‌ କ୍ଲିୟରାନ୍ସ ସହ ବିଭିନ୍ନ ସେବାରେ ସମସ୍ୟା ସାମ୍ନା କରୁଛି। ପ୍ରଭାବିତ ହୋଇଥିବା ବ୍ୟାଙ୍କଗୁଡିକ ମଧ୍ୟରେ ୧୩ ସମବାୟ ବ୍ୟାଙ୍କ ରହିଛନ୍ତି। ଏହାବାଦ ଉତ୍ତର ପୂର୍ବାଞ୍ଚଳର ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ଏଥିରେ ସାମିଲ ରହିଛନ୍ତି। ସୂଚନା ଯୋଗ୍ୟ, ୟେସ୍‌ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆପ୍ଲିକେଶନ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌ ଯୋଗୁ ଗତ ସପ୍ତାହରେ କେତେକ ଷ୍ଟାର୍ଟଅପ୍‌ ଏବଂ ଫିନ୍‌ଟେକ କମ୍ପାନୀ ୟୁପିଆଇ ପ୍ଲାଟଫର୍ମରୁ ବ୍ଲକ କରାଯାଇଥିଲା।
ସେହିଭଳି ଏଥିରେ ଓଡିଶାର ଓଡିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ, ଉତ୍କଳ କୋଅପରେଟିଭ ବ୍ୟାଙ୍କିଙ୍ଗ ସୋସାଇଟି, ଖୋର୍ଦ୍ଧା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ଲିମିଟେଡ, ୟୁନାଇଟେଡ ପୁରୀ ନିମାପଡା ସେଣ୍ଟ୍ରାଲ କୋଅପରେଟିଭ, ପୁରୀ ଅର୍ବନା କୋଅପରେଟିଭ, ନୟାଗଡ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ, କଟକ ସେଣ୍ଟ୍ରାଲ କୋଅପରେଟିଭ, ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡ, ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋଅପରେଟିଭ, ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭ, କେନ୍ଦୁଝର ସେଣ୍ଟ୍ରାଲ କୋପଅପରେଟିଭ ବ୍ୟାଙ୍କ ରହିଛନ୍ତି। ରାଜ୍ୟରେ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟରେ ଅନୁଗୋଳ ୟୁନାଇଟେଡ ସେଣ୍ଟ୍ରାଲ କୋଅପରେଟିଭ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ବ୍ରହ୍ମପୁର କୋଅପରେଟିଭ ସେଣ୍ଟ୍ରାଲ ବ୍ୟାଙ୍କ, ବ୍ରହ୍ମପୁର କୋଅପରେଟିଭ ଅର୍ବାନ ବ୍ୟାଙ୍କ, ଆସ୍କା କୋଅପରେଟିଭ ସେଣ୍ଟ୍ରାଲ ବ୍ୟାଙ୍କ, ବୌଦ୍ଧ କୋଅପରେଟିଭ ସେଣ୍ଟ୍ରାଲ ବ୍ୟାଙ୍କ, ବଲାଙ୍ଗୀର ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ, ସମ୍ବଲପୁର ଡିଷ୍ଟ୍ରିକ୍ଟ କୋଅପରେଟିଭ ସେଣ୍ଟ୍ରାଲ ବ୍ୟାଙ୍କ, ସୁନ୍ଦରଗଡ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ, ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡ, ରାଉରକେଲା ଲିମିଟେଡ ଭଳି ବ୍ୟାଙ୍କ ସାମିଲ ରହିଛି।
ଏହି ପରିପ୍ରେକ୍ଷୀରେ ଓଡିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି କହିଛନ୍ତି ଯେ, ୟେସ୍‌ ବ୍ୟାଙ୍କରେ ସଙ୍କଟ ଯୋଗୁ ଚେକ୍‌ କ୍ଲିୟରାନ୍ସ ସମସ୍ୟା ଦେଖାଯିବାରୁ ଅନୁଗୋଳ ସ୍ଥିତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଅନ୍ୟ ଏକ ଘରୋଇ ବ୍ୟାଙ୍କ ସହଯୋଗ ଦ୍ୱାରା ଚେକ୍‌ କ୍ଲିୟରାନ୍ସ ସେବାକୁ ସାଧାରଣ କରାଯାଇଛି। ଲୋକମାନେ ଏଭଳି ସମସ୍ୟା ସାମ୍ନା ନ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଯୋଜନା ରହିଛି। ଶୀଘ୍ର ରାଜ୍ୟର ଅନ୍ୟ ସମବାୟ ବ୍ୟାଙ୍କଗୁଡିକରେ ଏହା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଅଳ୍ପ କିଛି ଦିନ ମଧ୍ୟରେ ଏଭଳି ସମସ୍ୟା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri