ସମଝୌତା ପରେ ଏବେ ଥର୍‌ ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ଭାରତରୁ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛି। ଗୁରୁବାର ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌ ବନ୍ଦ କରିଥିବା ବେଳେ ଶୁକ୍ରବାର ଥର୍‌ ଏକ୍ସପ୍ରେସକୁ ବନ୍ଦ କରି ଦେଇଛି। ଯୋଧପୁରରୁ କରାଚି ଯାଉଥିବା ଏହି ଟ୍ରେନ୍‌କୁ ବନ୍ଦ କରାଯିବା କଥା ପାକିସ୍ତାନ ରେଲଓ୍ବେ ମିନିଷ୍ଟର ଶେଖ୍‌ ରସିଦ୍‌ ଅହମ୍ମଦ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ୨୦୦୬ରୁ ଚାଲିବା ଆରମ୍ଭ କରିଥିବା ଥର୍‌ ଏକ୍ସପ୍ରେସକୁ ୧୦ ବର୍ଷ ମଧ୍ୟରେ ୨୭ଥର ବନ୍ଦ କରାଯାଇଥିଲା। ଏବେ ପୁଣିଥରେ ପାକିସ୍ତାନ ଏହାର ଚଳାଚଳ ବନ୍ଦ କରିଛି।

Share