ସବ୍ୟସାଚୀ ମିଶ୍ରଙ୍କୁ ଧମକ

ଭୁବନେଶ୍ୱର, ୬।୮(ବ୍ୟୁରୋ): ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ ମିଳିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ତାଙ୍କୁ ଏହି ଧମକ ମିଳିଥିବା ସେ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦକୁ ନେଇ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରିଥିଲେ। ତେବେ ଉକ୍ତ ପୋଷ୍ଟ ପାଇଁ ତାଙ୍କୁ ମେସେଜରେ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି।